ଓଡିଶା

odisha

ଲଘୁଚାପ ବର୍ଷାରେ ବେହାଲ ଗଜପତି; ରାସ୍ତାରେ 2 ଫୁଟର ବନ୍ୟା ଜଳ, ଯାତାୟାତ ବାଧା ପ୍ରାପ୍ତ

By

Published : Oct 13, 2020, 11:53 PM IST

ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ପ୍ରଭାବରେ ଗଜପତି ଜିଲ୍ଲାରେ ଗତ ୨୪ ଘଣ୍ଟା ମଧ୍ୟରେ ମୋଟ ୭୬୩.୮ ମିମି ବର୍ଷା ହୋଇଥିବା ବେଳେ ହାରାହାରି ୯୫.୪୮ ମିମି ବର୍ଷା ହୋଇଥିବା ରେକର୍ଡ କରାଯାଇଛି । ଲଗାଣ ବର୍ଷା ଯୋଗୁଁ ଜିଲ୍ଲାର ବିଭିନ୍ନ ନଦୀ ଓ ନାଳରେ ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି । ବିଶେଷ କରି ବଂଶଧାରା ନଦୀର ଅବବାହିକା ଏବଂ ଏଥିରେ ମିଶୁଥିବା ବିଭିନ୍ନ ନାଳର ଅବବାହିକରେ ମଧ୍ୟ ବର୍ଷା ଜାରି ରହିଥିବାରୁ ଏହା ଫୁଲିବାରେ ଲାଗିଛି । ଅଧିକ ପଢନ୍ତୁ...

ଗଜପତି ଲଘୁଚାପ ବର୍ଷାରେ ବେହାଲ, ରାସ୍ତାରେ ଦୁଇ ଫୁଟର ବନ୍ୟା ଜଳ, ଯାତାୟାତ ବାଧା ପ୍ରାପ୍ତ
ଗଜପତି ଲଘୁଚାପ ବର୍ଷାରେ ବେହାଲ, ରାସ୍ତାରେ ଦୁଇ ଫୁଟର ବନ୍ୟା ଜଳ, ଯାତାୟାତ ବାଧା ପ୍ରାପ୍ତ

ପାରଳାଖେମୁଣ୍ଡି: ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ପ୍ରଭାବରେ ଗଜପତି ଜିଲ୍ଲାରେ ରବିବାର ସନ୍ଧ୍ୟାରୁ ଝିପ୍ ଝିପ ବର୍ଷା ଆରମ୍ଭ ହୋଇଯାଇଥିଲା । ହେଲେ ସୋମବାର ସକାଳୁ ଏହାର ପରିମାଣ ବୃଦ୍ଧି ପାଇଥିବା ବେଳେ ସନ୍ଧ୍ୟାରୁ ଅତି ପ୍ରବଳ ବର୍ଷା ହୋଇଥିଲା । ସୋମବାର ଠାରୁ ଲଘୁଚାପ ଜନିତ ଲଗାଣ ବର୍ଷା ଲାଗିରହିଛି ।

ଗଜପତି ଲଘୁଚାପ ବର୍ଷାରେ ବେହାଲ, ରାସ୍ତାରେ ଦୁଇ ଫୁଟର ବନ୍ୟା ଜଳ, ଯାତାୟାତ ବାଧା ପ୍ରାପ୍ତ

ଗଜପତି ଜିଲ୍ଲାରେ ଏହାର ପ୍ରଭାବ ରହିଥିବା ବେଳେ ମୋହନା ବ୍ଳକରେ ପ୍ରବଳ ବର୍ଷା ହୋଇଥିବା ଦେଖିବାକୁ ମିଳିଛି । ଲଗାଣ ବର୍ଷା ଯୋଗୁଁ ମୋହନା-ଅନ୍ତରବାକୁ ସଂଯୋଗ କରୁଥିବା ଅଠର ନଳା ପୋଲ ଉପରେ 2 ଫୁଟର ବନ୍ୟା ଜଳ ପ୍ରବାହିତ ହେଉଥିଲା । ଫଳରେ ପୋଲ ଆର ପଟେ ଥିବା ଅନ୍ତରବା , ଚୁଡଙ୍ଗପୁର , ବାଘମାରି, ବଡସିନ୍ଧବା ଓ ଯୁବ ପଂଚାୟତ ବାସୀଙ୍କ ଯାତାୟାତ ବାଧା ପ୍ରାପ୍ତ ହୋଇଛି । ପ୍ରତି ବର୍ଷ ଲଘୁଚାପ ଜନିତ ବର୍ଷା ହେଉ କିମ୍ବା ବାତ୍ୟା ସମୟରେ ଏହି ପୋଲ ଉପରେ ପାଣି ଯିବା ସହ ଅନେକ ସମୟରେ ଭାଙ୍ଗି ଥିବା ମଧ୍ୟ ନଜିର ରହିଛି । ଫଳରେ ଲୋକେ ବହୁ ଅସୁବିଧାର ସମ୍ମୁଖିନ ହେଉଥିଲେ । ତେବେ ଏହି ପୋଲ ନିକଟରେ ଆଉ ଏକ ନୂତନ ପୋଲ ନିର୍ମାଣ କାମ ଚାଲିଛି । ପୋଲ ଉପରେ ବନ୍ୟା ଜଳ ଆସିବା ପରେ ବିଡ଼ିଓ ବଂଶୀଧର ଖୋସଲା , ତହସିଲଦାର କଲ୍ୟାଣୀ ସଂଘମିତ୍ରା ଦେବୀ ପୋଲ ନିକଟକୁ ଯାଇ ଅନୁଧ୍ୟାନ କରିଛନ୍ତି । ଏଥି ସହ ଆର ପଟେ ଥିବା ପଂଚାୟତ ଗୁଡୁକୁ ମଧ୍ୟ ଗସ୍ତ କରି ଲୋକଙ୍କ ସୁବିଧା ଅସୁବିଧା ସମ୍ପର୍କରେ ଆଲୋଚନା କରିଛନ୍ତି । ବାଘମାରି ପଞ୍ଚାୟତ ବିଜିପୁର ଗାଁର ବିଦ୍ୟାଳୟରେ ପ୍ରାୟ 40 ଜଣ ଆଶ୍ରୟ ନେଇଥିବା ବେଳେ ସେମାନଙ୍କ ପାଇଁ ସମସ୍ତ ବ୍ୟବସ୍ତା କରାଯାଇଥିବା ବେଳେ ସବୁ ପ୍ରକାର ସମସ୍ୟାକୁ ମୁକାବିଲା ପାଇଁ ପ୍ରଶାସନ ପ୍ରସ୍ତୁତ ଥିବା ବିଡ଼ିଓ ଏବଂ ତହସିଲଦାର କହିଛନ୍ତି ।

ସେହିପରି ଜିଲ୍ଲାରେ ଗତ ୨୪ ଘଣ୍ଟା ମଧ୍ୟରେ ମୋଟ ୭୬୩.୮ ମିମି ବର୍ଷା ହୋଇଥିବା ବେଳେ ହାରାହାରି ୯୫.୪୮ ମିମି ବର୍ଷା ହୋଇଥିବା ରେକର୍ଡ କରାଯାଇଛି । ଲଗାଣ ବର୍ଷା ଯୋଗୁଁ ଜିଲ୍ଲାର ବିଭିନ୍ନ ନଦୀ ଓ ନାଳରେ ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି । ବିଶେଷ କରି ବଂଶଧାରା ନଦୀର ଅବବାହିକା ଏବଂ ଏଥିରେ ମିଶୁଥିବା ବିଭିନ୍ନ ନାଳର ଅବବାହିକରେ ମଧ୍ୟ ବର୍ଷା ଜାରି ରହିଥିବାରୁ ଏହା ଫୁଲିବାରେ ଲାଗିଛି । କାଶୀନଗର ଠାରେ ମଙ୍ଗଳବାର ରାତି ୮ଟା ସୁଦ୍ଧା ସତର୍କ ସଂକେତ ଉପରେ ପ୍ରବାହିତ ହେଉଥିବା ବେଳେ ଏହା ଆହୁରି ବୃଦ୍ଧି ପାଇବା ଆଶଙ୍କା ପ୍ରକାଶ ପାଇଛି । ବଂଶଧାରା ନଦୀର ଅବବାହିକା କୁଟ୍ରାଗଡରେ ୧୯.୬୦ ମିମି, ଗୁଡାରୀରେ ୨୯.୪୦ ମିମି, ମୋହନାରେ ୧୪ ୨.୨୦ ମିମି,ମହେନ୍ଦ୍ରଗଡରେ ୭୯.୬୦ମିମି, ଗୁଣପୁରରେ ୬୫.୨ ୦ ମିମି, କାଶୀନଗରରେ ୯୧.୨ ୦ମିମି, ମୋଳିଆପୁଟିରେ ୮୯,୮ ମିମି ବର୍ଷା ରେକର୍ଡ କରାଯାଇଛି ।

ସେହିପରି ବଂଶଧାରା ନଦୀର ଜଳସ୍ତର ବୃଦ୍ଧି ପାଥିବା ବେଳେ ଏହାର ତଳମୁଣ୍ଡ ଆନ୍ଧ୍ରର ହିରମଳମ ଠାରେ ଥିବା ଗୋଟା ବ୍ୟାରେଜରେ ଜଳ ପରିଚାଳନାକୁ ଅଧିକ ଗୁରୁତ୍ବ ଦିଆଯାଇଛି । ଗୋଟା ବ୍ୟାରେଜରେ ପ୍ରତି ସେକେଣ୍ଡରେ ୨୫ହଜାର କ୍ୟୁସେକ ଜଳ ପ୍ରବେଶ କରୁଥିବା ବେଳେ ୨୬ହଜାର ଜଳ ନିଷ୍କାସନ କରାଯାଉଥିବା ଗୋଟା ବ୍ୟାରେଜ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି । ଏଥିପାଇଁ ବ୍ୟାରେଳର ୨ ୨ ଟି ଗେଟ ମଧ୍ୟରୁ ୧୦ଟି ଗେଟକୁ ୫୦ ମିଟର ଏବଂ ୯ଟି ଗେଟକୁ ୩୦ ମିଟର ଉଚ୍ଚତା ଯାଏଁ ଖୋଲାଯାଇଥିବା ସୂଚନା ମିଳିଛି ।

ଗଜପତିରୁ ହରିହର ପଟ୍ଟନାୟକ, ଇଟିଭି ଭାରତ

ABOUT THE AUTHOR

...view details