ଓଡିଶା

odisha

ଦରମା ବୃଦ୍ଧି ଏବଂ ଚାକିରି ସ୍ଥାୟୀ ଦାବିକୁ ଗଜପତି ଆୟୁଷ ଡାକ୍ତରୀ ସଂଘର ସମର୍ଥନ

By

Published : Aug 11, 2020, 4:08 PM IST

ଦରମା ବୃଦ୍ଧି କରିବା ଏବଂ ଚାକିରି ସ୍ଥାୟୀ କରିବା ଆଦି 8ଦଫା ଦାବି ନେଇ ଆୟୁଷ ଡାକ୍ତରୀ ସଂଘ ଚଳାଇଥିବା ଆନ୍ଦୋଳନକୁ ସମର୍ଥନ ଜଣାଇଛି ଗଜପତି ଜିଲ୍ଲା ଶାଖା । ଏ ନେଇ ଗଜପତି ଉପଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି । ଅଧିକ ପଢନ୍ତୁ...

ଦରମା ବୃଦ୍ଧି ଏବଂ ଚାକିରି ସ୍ଥାୟୀ କରିବା ଦାବିକୁ ଗଜପତି ଆୟୁଷ ଡାକ୍ତରୀ ସଂଘର ସମର୍ଥନ
ଦରମା ବୃଦ୍ଧି ଏବଂ ଚାକିରି ସ୍ଥାୟୀ କରିବା ଦାବିକୁ ଗଜପତି ଆୟୁଷ ଡାକ୍ତରୀ ସଂଘର ସମର୍ଥନ

ପାରଳାଖେମୁଣ୍ଡି: ସାରା ରାଜ୍ୟରେ ଦରମା ବୃଦ୍ଧି କରିବା ଏବଂ ଚାକିରି ସ୍ଥାୟୀ ସହ 8ଦଫା ଦାବି ନେଇ ଆୟୁଷ ଡାକ୍ତରୀ ସଂଘ ଆନ୍ଦୋଳନକୁ ଗଜପତି ଜିଲ୍ଲା ଆୟୁଷ ଡାକ୍ତର ପକ୍ଷରୁ ସମର୍ଥନ କରାଯାଇଛି।

ଦରମା ବୃଦ୍ଧି ଏବଂ ଚାକିରି ସ୍ଥାୟୀ କରିବା ଦାବିକୁ ଗଜପତି ଆୟୁଷ ଡାକ୍ତରୀ ସଂଘର ସମର୍ଥନ

ଗଜପତି ଜିଲ୍ଲାରେ ଗତ 5ତାରିଖରୁ ଆୟୁଷ ଡାକ୍ତରମାନେ କଳା ବ୍ୟାଜ ପରିଧାନ କରି ନିଜର ଦାୟତ୍ବ ସଂପାଦନ କରୁଛନ୍ତି । ନିଜର ଦାବି ସଂପର୍କିତ ଏକ ସ୍ମାରକପତ୍ର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଧେଶ୍ୟରେ ଉପଜିଲ୍ଲାପାଳଙ୍କୁ ପ୍ରଦାନ କରିଛନ୍ତି । ବର୍ତମାନ କୋରୋନା କାଳରେ ଡାକ୍ତର ମାନେ ନିଜ ଜୀବନକୁ ବାଜି ଲଗାଇ ଦାୟିତ୍ବ ସଂପାଦନ କରୁଛନ୍ତି । ଏଭଳି ସ୍ଥିତିରେ ସରକାର ଆୟୁଷ ଡାକ୍ତର ମାନଙ୍କ ଦୀର୍ଘ ଦିନର ଦାବି ହୋଇପାରୁନଥିବାରୁ ସେମାନେ ଏଭଳି ପ୍ରତିବାଦ କରୁଥିବା କହିଛନ୍ତି ।

ଯଦି ସରକରାର ଅତିଶ୍ରୀଘ୍ର ଦାବୀ ପୂରଣ ନ କରନ୍ତି ତାହେଲେ ସଂଘ ଆନ୍ଦୋଳନକୁ ଓହ୍ଲାଇବ ବୋଲି ଚେତାବନୀ ଦେଇଛନ୍ତି । ସେପଟେ ଡାକ୍ତର ମାନେ ଦେଇଥିବା ଦାବୀ ପତ୍ର ସରକାରଙ୍କ ନିକଟକୁ ପଠାଇଦିଆଯିବ ବୋଲି ଉପଜିଲ୍ଲାପାଳ କହିଛନ୍ତି ।

ଗଜପତିରୁ ହରିହର ପଟ୍ଟନାୟକ,ଇଟିଭି ଭାରତ

ABOUT THE AUTHOR

...view details