ଓଡିଶା

odisha

ପ୍ରଧାନମନ୍ତ୍ରୀ ଫସଲ ବୀମା ପ୍ରଦାନ ଦାବି, କୃଷକ ସଙ୍ଘର ଦେବଗଡ଼ ବନ୍ଦ

By

Published : Aug 22, 2022, 5:05 PM IST

Updated : Aug 22, 2022, 8:06 PM IST

ପ୍ରଧାନମନ୍ତ୍ରୀ ଫସଲ ବୀମା ପ୍ରଦାନ ଦାବିରେ ଆଜି ୧୨ ଘଣ୍ଟିଆ ଦେବଗଡ଼ ବନ୍ଦ ପାଳନ କରୁଛି କୃଷକ ସଙ୍ଘ । ଏହାର ପ୍ରଭାବରେ ସହରର ସମସ୍ତ ଦୋକାନ ବଜାର ସହିତ ସରକାରୀ ଓ ବେସରକାରୀ ଅନୁଷ୍ଠାନ ମଧ୍ୟ ବନ୍ଦ ରହିଛି । ଅଧିକ ପଢ଼ନ୍ତୁ

ପ୍ରଧାନମନ୍ତ୍ରୀ ଫସଲ ବୀମା ପ୍ରଦାନ ଦାବି, କୃଷକ ସଙ୍ଘର ଦେବଗଡ଼ ବନ୍ଦ
ପ୍ରଧାନମନ୍ତ୍ରୀ ଫସଲ ବୀମା ପ୍ରଦାନ ଦାବି, କୃଷକ ସଙ୍ଘର ଦେବଗଡ଼ ବନ୍ଦ

ଦେବଗଡ଼: କୃଷକ ସଂଘର୍ଷ ସଙ୍ଘ ପକ୍ଷରୁ ଆଜି ୧୨ ଘଣ୍ଟିଆ ଦେବଗଡ଼ ବନ୍ଦ ପାଳନ କରାଯାଉଛି । ପ୍ରଧାନମନ୍ତ୍ରୀ ଫସଲ ବୀମା ପ୍ରଦାନ ଦାବିରେ ସଙ୍ଘ ପକ୍ଷରୁ ଏହି ବନ୍ଦ ଡାକରା ଦିଆଯାଇଛି । ଏହାର ପ୍ରଭାବରେ ବିଶେଷକରି ଦେବଗଡ଼ ଦେଇ ଅତିକ୍ରମ କରିଥିବା ୪୯ ନମ୍ବର ଜାତୀୟ ରାଜପଥରେ ଶହ ଶହ ସଂଖ୍ୟାରେ ଯାନବାହନ ଅଟକି ରହିଥିବା ଦେଖିବାକୁ ମିଳିଛି । ସମସ୍ତ ଦୋକାନ ବଜାର ସହିତ ସରକାରୀ ଓ ବେସରକାରୀ ଅନୁଷ୍ଠାନ ମଧ୍ୟ ବନ୍ଦ ରହିଛି ।

ପ୍ରଧାନମନ୍ତ୍ରୀ ଫସଲ ବୀମା ପ୍ରଦାନ ଦାବି, କୃଷକ ସଙ୍ଘର ଦେବଗଡ଼ ବନ୍ଦ

ଗତ ୨୦୨୦ -୨୧ ବର୍ଷ ଜିଲ୍ଲାରେ ସ୍ବଳ୍ପ ବୃଷ୍ଟି ଯୋଗୁଁ ଭୟଙ୍କର ମରୁଡି ପରିସ୍ଥିତି ଦେଖା ଦେଇଥିଲା । ଫଳରେ ଚାଷୀମାନେ ମରୁଡି କ୍ଷତିପୁରଣ ପାଇବା ଆଶାରେ ପ୍ରଧାନମନ୍ତ୍ରୀ ଫସଲ ବୀମା କରାଇଥିଲେ । କିନ୍ତୁ ଦୀର୍ଘ ସମୟ ବିତିଯାଇଥିଲେ ମଧ୍ୟ ଚାଷୀଙ୍କୁ ସେମାନଙ୍କ ବୀମା ଟଙ୍କା ମିଳିପାରି ନାହିଁ । ଏନେଇ ବାରମ୍ବାର ସରକାରଙ୍କ ଦୃଷ୍ଟି ଆକର୍ଷଣ କରି ବିଫଳ ହେବାରୁ ଆଜି (ସୋମବାର) ୧୨ ଘଣ୍ଟିଆ ଦେବଗଡ଼ ବନ୍ଦ ପାଳନ କରିଥିବା ସୂଚନା ମିଳିଛି ।

ତେବେ ଏହି ଆନ୍ଦୋଳନରେ ଜିଲ୍ଲାର କୃଷକ ସଙ୍ଘର୍ଷ ସଙ୍ଘର ସଭାପତି ସେମ ହେମ୍ବ୍ରମଙ୍କ ନେତୃତ୍ବରେ ବିଭିନ୍ନ ପ୍ରାନ୍ତରୁ ଶତାଧିକ ଚାଷୀ ସାମିଲ ହୋଇଛନ୍ତି । ଏହାରି ପ୍ରଭାବରେ ସହରର ସମସ୍ତ ଦୋକାନ ବଜାର, ବ୍ୟବସାୟିକ ପ୍ରତିଷ୍ଠାନ, ସ୍କୁଲ, କଲେଜ, ସରକାରୀ ଓ ବେସରକାରୀ ଦପ୍ତର ବନ୍ଦ ରହିବା ସହିତ ଯାନବାହନ ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ ରହିଛି ।

ଇଟିଭି ଭାରତ, ଦେବଗଡ଼

Last Updated :Aug 22, 2022, 8:06 PM IST

ABOUT THE AUTHOR

...view details