ଓଡିଶା

odisha

ସ୍ପିନ୍‌ କ୍ଷେତ୍ରରେ ମଜଭୁତ ହେବ ଟିମ୍‌ ଓଡ଼ିଶା, ଆରମ୍ଭ ହେଲା ପ୍ରତିଭା ଅନ୍ୱେଷଣ

By

Published : Apr 28, 2023, 3:44 PM IST

କଟକରେ ଆରମ୍ଭ ହେଲା ସ୍ପିନର ହଣ୍ଟ୍‌ କ୍ୟାମ୍ପ । ଆଜିଠୁ ଆରମ୍ଭ ହୋଇ ଆସନ୍ତା 6 ତାରିଖ ପର୍ଯ୍ୟନ୍ତ ଜାରି ରହିବ ଏହି କ୍ୟାମ୍ପ । ଅଧିକ ପଢନ୍ତୁ

Spinner Hunt Camp
Spinner Hunt Camp

Spinner Hunt Camp

କଟକ: ଓସିଏ ତରଫରୁ ପ୍ରଥମ ଥର ପାଇଁ ଆରମ୍ଭ ହେଲା ସ୍ପିନର୍‌ ହଣ୍ଟ କ୍ୟାମ୍ପ । ଓଡ଼ିଶା କ୍ରିକେଟ ସଂଘର ମୁଖ୍ୟ କୋଚ୍‌ ଦିନେଶ ମୋଙ୍ଗିଆ ହେବା ପରେ ଏଭଳି କ୍ୟାମ୍ପ ଆରମ୍ଭ ହୋଇଛି । ଏହି କ୍ୟାମ୍ପ ଆଜିଠୁ ଆରମ୍ଭ ହୋଇ ଆସନ୍ତା 6 ତାରିଖ ପର୍ଯ୍ୟନ୍ତ ଜାରି ରହିବ। 5ଟି ଜୋନ୍‌ରେ କ୍ୟାମ୍ପ ଅନୁଷ୍ଠିତ ହେବ । ପ୍ରଥମ ପର୍ଯ୍ୟାୟରେ 6ଟି ଜିଲ୍ଲାର ଖେଳାଳି ମାନଙ୍କୁ କ୍ୟାମ୍ପରେ ସାମିଲ କରିଛି ଓସିଏ। କଟକ, ଜଗତସିଂହପୁର, ପୁରୀ, ଢେଙ୍କାନାଳ, ପାରାଦ୍ୱୀପ, ଭୁବନେଶ୍ୱରରୁ 16ରୁ 30 ବର୍ଷ ବୟସ ବର୍ଗର ଖେଲାଳିମାନେ କ୍ୟାମ୍ପରେ ସାମିଲ ହୋଇ ସ୍ପିନ୍‌ ଯାଦୁ ଦେଖାଇଛନ୍ତି ।

ରାଜ୍ୟର ସବୁ ଜିଲ୍ଲାର ଖେଳାଳି ଏହି କ୍ୟାମ୍ପ୍‌ରେ ସାମିଲ ହେବେ। ଆଗାମୀ ଦିନରେ ଓସିଏକୁ ଏକ ନୂଆ ସ୍ତରରେ ପହଞ୍ଚାଇବା ପାଇଁ ଏପରି ଯୋଜନା କରାଯାଇଛି। ତେବେ କ୍ରିକେଟ ସଂଘ ପକ୍ଷରୁ ପ୍ରଥମ ଥର ପାଇଁ ଏପରି ଯୋଜନା ହୋଇଥିବା ବେଳେ ଏହାକୁ ସ୍ୱାଗତ କରିଛନ୍ତି ଖେଳାଳି। ମୁଖ୍ୟକୋଚଙ୍କ ଦୃଷ୍ଟି ଆକର୍ଷଣ କରିବା ପାଇଁ ନୂଆ ନୂଆ ପ୍ରତିଭା ମାନଙ୍କ ପାଇଁ ଏହା ବଡ଼ ସୁଯୋଗ ସୃଷ୍ଟି କରିଛି । ଓଡିଶା ଟିମ୍‌ରେ ସ୍ପିନକୁ କିପରି ମଜଭୁତ କରାଯିବ ସେନେଇ ଏହି କ୍ୟାମ୍ପ ଆରମ୍ଭ ହୋଇଛି । ସିଏର ମୁଖ୍ୟ କୋଚ ଦିନେଶ ମୋଙ୍ଗିଆ କହିଛନ୍ତି "ଓଡ଼ିଆ ଖେଳାଳି ଜାତୀୟ ଦଳରେ କିପରି ସ୍ଥାନ ପାଇବେ ସେନେଇ ପ୍ରୟାସ ଆରମ୍ଭ ହୋଇଛି ଯାହା ନିଶ୍ଚୟ ସଫଳ ହେବ ।"

ଚଳିତ ମାସ ଏପ୍ରିଲ ୨୬ରେ ଓସିଏରେ ପାଦ ଥାପିବା ପରେ ମୋଙ୍ଗିଆଙ୍କ ଏହା ପ୍ରଥମ କ୍ୟାମ୍ପ୍‌ । ଓଡିଶା ଦଳକୁ କିପରି ରଣଜୀ ସିଜିନର ଫାଇନାଲରେ ପହଞ୍ଚାଇବା ସହ ବିଜୟ ଟ୍ରଫି ଆଣିବେ ତାହା ଲକ୍ଷ୍ୟ ରହିଛି । ସେ ପୂର୍ବରୁ ମଧ୍ୟ କହିଥିଲେ ଓସିଏ ଭରସାକୁ ମୁଁ ନିଶ୍ଚୟ ପୂର୍ଣ୍ଣ କରିବି। ଏହାସହ ଦଳକୁ ତୃଣମୂଳ ସ୍ତରରୁ ମଜଭୁତ କରିବା ମୋର ଲକ୍ଷ୍ୟ ବୋଲି କହିଥିଲେ ମୁଖ୍ୟ କୋଚ ଦିନେଶ ମୋଙ୍ଗିଆ । ବିଗତ ଅନେକ ବର୍ଷ ଧରି ଓଡିଶାରୁ ଜଣେ ବି ଖେଳାଳି ଜାତୀୟ ଦଳରେ ସ୍ଥାନ ପାଇ ନାହାନ୍ତି । ତେଣୁ ଖେଳାଳିଙ୍କୁ ଆହୁରି ମଜଭୁତ ଭାବରେ ଗଢି ତୋଳିବା ପାଇଁ ଓଡିଶା କ୍ରିକେଟକୁ ଆସିଛି ବୋଲି ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଥିଲେ ଓସିଏର ମୁଖ୍ୟ କୋଚ। ଆସନ୍ତା 2023 ଓ 24 ସିଜିନ ପାଇଁ ଦଳର ମୁଖ୍ୟ କୋଚ୍‌ ଭାବେ କାର୍ଯ୍ୟ କରିବେ ଦିନେଶ ।

ଇଟିଭି ଭାରତ, କଟକ

ABOUT THE AUTHOR

...view details