ଓଡିଶା

odisha

ଦକ୍ଷତା ତାଲିମ ନେଉଥିବା ଛାତ୍ରଙ୍କ ଆତ୍ମହତ୍ୟା, ଧୈର୍ଯ୍ୟହରା ପରିବାର

By

Published : Jul 29, 2022, 7:58 AM IST

ପୁରୀରୁ ବାଲେଶ୍ବରକୁ ପଢିବାକୁ ଆସିଥିବା ଛାତ୍ରଙ୍କ ଆତ୍ମହତ୍ୟା । ପୁଅର ମୃତ୍ୟୁ ଖବର ଶୁଣି ଧୈର୍ଯ୍ୟହରା ହୋଇପଡ଼ିଛି ପୁରା ପରିବାର । ଅଧିକ ପଢନ୍ତୁ

ଦକ୍ଷତା ତାଲିମ ନେଉଥିବା ଛାତ୍ରଙ୍କ ଆତ୍ମହତ୍ୟା, ଧୈର୍ଯ୍ୟହରା ପରିବାର
ଦକ୍ଷତା ତାଲିମ ନେଉଥିବା ଛାତ୍ରଙ୍କ ଆତ୍ମହତ୍ୟା, ଧୈର୍ଯ୍ୟହରା ପରିବାର

ବାଲେଶ୍ବର: ପୁରୀରୁ ବାଲେଶ୍ଵର ପଢିବା ପାଇଁ ଆସିଥିଲେ । ଅନେକ ସ୍ବପ୍ନ ସାଙ୍ଗକୁ ପରିବାରର ଆଶାବାଡି ପୁଅ କରିଛି ଆତ୍ମହତ୍ୟା । ଅଧୈର୍ଯ୍ୟ ହୋଇ ମାଟିରେ ଲୋଟି ପଡୁଛି ମା' । କେତେ ଆଶାନେଇ ପୁଅକୁ ଏତେ ବାଟରେ ପଢିବା ପାଇଁ ଛାଡିଥିଲା ହେଲେ ପୁଅ ନେଇଗଲା ଚରମ ନିଷ୍ପତ୍ତି । ଯାହା ପାଇଁ ପୁରା ପରିବାର ଅଧୈର୍ଯ୍ୟ ହୋଇପଡିଛି । ଏମିତି କିଛି ଦୃଶ୍ୟ ଆଜି ବାଲେଶ୍ଵର ମେଡିକାଲରେ ଦେଖିବାକୁ ମିଳିଛି ।

ଦକ୍ଷତା ତାଲିମ ନେଉଥିବା ଛାତ୍ରଙ୍କ ଆତ୍ମହତ୍ୟା, ଧୈର୍ଯ୍ୟହରା ପରିବାର

ପୁରୀ ବାଟମଙ୍ଗଳା ଅଞ୍ଚଳର ବିଶ୍ବମ୍ବର ସାହୁଙ୍କ ପୁଅ ବିବେକ(୨୧) ବାମପଦା ଠାରେ ଥିବା ସିପେଟ କଲେଜରେ ଦକ୍ଷତା ତାଲିମ ନେଉଥିଲେ । ସକାଳେ ବିବେକ ଫୋନ କରି ମା'ଙ୍କ ସହ କଥାବାର୍ତ୍ତା ହୋଇଥିଲେ । ପୁଣି ଦିନ ୨ଟା ବେଳେ ମା'ଙ୍କ ନିକଟକୁ ଫୋନ ଆସିଲା ଯେ ପୁଅ ତାଙ୍କର ଫାଶୀ ଲଗାଇ ଦେଇଛି । ମା'ଙ୍କ ପାଦତଳୁ ଯେମିତି ମାଟି ଖସି ଯାଇଥିଲା । ଅଧୈର୍ଯ୍ୟ ହୋଇ ମା' ଦୌଡ଼ି ଆସି ମେଡିକାଲ ପହଁଚିଲା ବେଳକୁ ପୁଅ ଆଖି ବୁଜି ସାରିଥିଲା ।

ଏହି ଘଟଣାକୁ ନେଇ ମୃତ ବିବେକଙ୍କ ସମ୍ପର୍କୀୟ ଓ କଲେଜ କର୍ତ୍ତୃପକ୍ଷଙ୍କ ମଧ୍ୟରେ ମେଡିକାଲ ପରିସରରେ ଉତ୍ତେଜନା ପ୍ରକାଶ ପାଇଥିଲା । କାହିଁକି ବିବେକ ଆତ୍ମହତ୍ୟା କଲେ ବୋଲି ପରିବାର ଲୋକେ ପ୍ରଶ୍ନ କରି କଲେଜ କର୍ତ୍ତୃପକ୍ଷଙ୍କୁ ଘେରିଥିଲେ। ଅନ୍ୟପଟେ ବିବେକଙ୍କ ଜଣେ ସାଙ୍ଗଙ୍କ କହିବା ଅନୁସାରେ ଗତ କିଛିଦିନ ଧରି ବିବେକ ମାନସିକ ଚାପରେ ରହୁଥିଲେ। ଏମିତି କି ସେ ସବୁବେଳେ ଫୋନରେ କଥା ହେଉଥିଲେ । ଏହା ଏକ ପ୍ରେମ ଜନିତ ଆତ୍ମହତ୍ୟା ବୋଲି ସନ୍ଦେହ କରାଯାଉଛି । ଘଟଣାର ତଦନ୍ତ ପରେ ଆତ୍ମହତ୍ୟାର ପ୍ରକୃତ କାରଣ ଜଣାପଡି଼ବ ।

ଇଟିଭି ଭାରତ, ବାଲେଶ୍ବର

ABOUT THE AUTHOR

...view details