ଓଡିଶା

odisha

ବିପର୍ଯ୍ୟସ୍ତ ପରିମଳ ବ୍ୟବସ୍ଥା, ଧାରଣାରେ ବସିଲା ସାମ୍ବାଦିକ ସଂଘ

By

Published : Sep 20, 2021, 8:12 PM IST

ବିପର୍ଯ୍ୟସ୍ତ ପରିମଳ ବ୍ୟବସ୍ଥା, ଧାରଣାରେ ବସିଲା ସାମ୍ବାଦିକ ସଂଘ
ବିପର୍ଯ୍ୟସ୍ତ ପରିମଳ ବ୍ୟବସ୍ଥା, ଧାରଣାରେ ବସିଲା ସାମ୍ବାଦିକ ସଂଘ

ବଲାଙ୍ଗୀର ଜିଲ୍ଲା ଲୋଇସିଂହାରେ ଧାରଣାରେ ବସିଲା ସାମ୍ବାଦିକ ସଂଘ । ସହରର ବିପର୍ଯ୍ୟସ୍ତ ପରିମଳ ବ୍ୟବସ୍ଥା ସୁଧାରିବାକୁ ଦାବି । ଅଧିକ ପଢନ୍ତୁ...

ବଲାଙ୍ଗୀର:ବିପର୍ଯ୍ୟସ୍ତ ପରିମଳ ବ୍ୟବସ୍ଥା ବିରୋଧରେ ଆଜି ସ୍ଥାନୀୟ ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଛି ଲୋଇସିଂହା ବ୍ଲକ ସାମ୍ବାଦିକ ସଂଘ। ସଂଘର ସଦସ୍ୟ ସାମ୍ବାଦିକମାନେ ଧାରଣାରେ ବସିବା ସହ ସମସ୍ୟାର ସମାଧାନ ନହେବା ଯାଏଁ ଧାରଣା ଅବ୍ୟାହତ ରଖିବେ ବୋଲି ଚେତାବନୀ ଦେଇଛନ୍ତି ।

ବିପର୍ଯ୍ୟସ୍ତ ପରିମଳ ବ୍ୟବସ୍ଥା, ଧାରଣାରେ ବସିଲା ସାମ୍ବାଦିକ ସଂଘ

ଅଭିଯୋଗ ଅନୁସାରେ ସହରରେ ଡମ୍ପିଂୟାର୍ଡ୍ ନ ଥିବାବେଳେ କୁଢ଼କୁଢ଼ ମଇଳା ଏଣେତେଣେ ଜମା ରହୁଛି । ଫଳରେ ଅସ୍ବାସ୍ଥ୍ୟକର ପରିବେଶ ସୃଷ୍ଟି ହେବା ସହ ଲୋକଙ୍କ ସ୍ବାସ୍ଥ୍ୟଗତ ସମସ୍ୟା ସୃଷ୍ଟି ହେଉଥିବା ନେଇ ସଂଘ ପକ୍ଷରୁ ଅଭିଯୋଗ ହୋଇଛି । ସେହିପରି ଏହାର ସମାଧାନ ପାଇଁ ଅନେକ ଥର ଦାବି ହୋଇଥିଲେ ସୁଦ୍ଧା ପ୍ରଶାସନ ଶୁଣୁ ନଥିବା ମଧ୍ୟ ଅଭିଯୋଗ କରିଛି ସଂଘ । ଆଜି ଏହା ବିରୋଧରେ ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ଦେବା ସହ ଦାବିପୂରଣ ନ ହେଲେ ଅନିର୍ଦ୍ଦିଷ୍ଟ କାଳ ଧାରଣା ଜାରି ରଖିବାକୁ ମଧ୍ୟ ଚେତାବନୀ ଦେଇଛି ସଂଘ ।

ବଲାଙ୍ଗୀରରୁ ଏସକେ ମହମ୍ମଦ ଓ୍ବାହିଦ, ଇଟିଭି ଭାରତ

ABOUT THE AUTHOR

...view details