ETV Bharat / state

ଓଡ଼ିଶାର ଭାତହାଣ୍ଡିରେ ଚାଷୀଙ୍କ ଭୋଟ ହାତେଇବାକୁ ନେତାଙ୍କ ପ୍ରୟାସ, ଗାଁ ଗାଁ ବୁଲି ସଚେତନ କରୁଛି କୃଷକ ସଂଗଠନ - Lok sabha Election 2024

author img

By ETV Bharat Odisha Team

Published : May 15, 2024, 9:56 PM IST

Farmers Union Creates Awareness Among Voters: ଆଗାମୀ ସାଧାରଣ ନିର୍ବାଚନରେ ରାଜ୍ୟ ସରକାରକୁ ଉଚିତ ଜବାବ ଦେବ ବୋଲି ନିଷ୍ପତ୍ତି ନେଇ ବରଗଡ ଜିଲ୍ଲାର ସମସ୍ତ ବିଧାନସଭା ନିର୍ବାଚନ ମଣ୍ଡଳୀକୁ ଯାଇ ଚାଷୀ ପରିବାରଙ୍କୁ ସଚେତନ କରୁଛନ୍ତି କୃଷକ ସଂଗଠନ।

ଗାଁ ଗାଁ ବୁଲି ସଚେତନ କରୁଛନ୍ତି କୃଷକ ସଂଗଠନ
ଗାଁ ଗାଁ ବୁଲି ସଚେତନ କରୁଛନ୍ତି କୃଷକ ସଂଗଠନ (ETV Bharat Odisha)

ଗାଁ ଗାଁ ବୁଲି ସଚେତନ କରୁଛନ୍ତି କୃଷକ ସଂଗଠନ (ETV Bharat Odisha)

ବରଗଡ଼: ଆସନ୍ତା 20 ତାରିଖରେ ବରଗଡ଼ ଜିଲ୍ଲାରେ ହେବାକୁ ଯାଉଛି ସାଧାରଣ ନିର୍ବାଚନ ପାଇଁ ମତଦାନ ପ୍ରକ୍ରିୟା । ଏନେଇ ସମସ୍ତ ଦଳ ନିର୍ବାଚନୀ ମୈଦାନକୁ ଓହ୍ଲାଇଛନ୍ତି । ଓଡିଶାର ଭାତହାଣ୍ଡି କୁହାଯାଉଥିବା ବରଗଡ ଜିଲ୍ଲାରେ କୃଷି ଓ କୃଷକଙ୍କ ସମସ୍ୟା ସବୁବେଳେ ଲାଗିରହିଥିବା ବେଳେ ବିଜେଡି ଓ ବିଜେପି ଦଳ ନିଜ ନିଜର ଗ୍ୟାରେଣ୍ଟି ଘୋଷଣା କରିସାରିଛନ୍ତି । ତେବେ ଓଡିଶାର ଭାତହାଣ୍ଡିରେ କୃଷକମାନଙ୍କ ସଂଗଠନ ତାଙ୍କର ବିଭିନ୍ନ ସମସ୍ୟା ଗୁଡିକୁ ନିର୍ବାଚନୀ ଇସ୍ତାହାରରେ ରଖିବାକୁ ଦାବି କରୁଥିବା ବେଳେ ଉଭୟ ଦଳର ଏପରି ଗ୍ୟାରେଣ୍ଟିକୁ ଲୋକେ କେତେ ଗ୍ରହଣ କରୁଛନ୍ତି ତାହା ଚାଷୀଙ୍କ ଉପରେ ନିର୍ଭର କରୁଛି ।

ବିଜେପି ଦଳ ଓଡିଶାରେ କୃଷକଙ୍କ ପାଇଁ ଧାନର ମୂଲ୍ୟ 3100 କରିବେ ବୋଲି ମୋଦି ଗେରେଣ୍ଟି ଦେଇଥିବା ବେଳେ ବିଜେଡି ଦଳ ମଧ୍ୟ ସରକାର ଗଠନ ହେବାପରେ ପ୍ରଥମେ 90 ପ୍ରତିଶତ ଲୋକଙ୍କୁ 100 ୟୁନିଟ ବିଦ୍ୟୁତ ବିଲ ମାଗଣା ଦେବା ଆରମ୍ଭ କରିବେ ଓ ରାଜ୍ୟର ସମସ୍ତ ମଧ୍ୟବିତ୍ତ ପରିବାର ପାଇଁ ମଧ୍ୟ BSKY ଲାଗୁକରିବେ ବୋଲି ନବୀନ ଗ୍ୟାରେଣ୍ଟି ଦେଇଛନ୍ତି । ଅନ୍ୟପଟେ କଂଗ୍ରେସ ଦଳ ବରଗଡରେ ଏ ପର୍ଯ୍ୟନ୍ତ କୌଣସି ନିର୍ବାଚନୀ ଘୋଷଣା କରିନାହିଁ ।

ଓଡିଶାର ଭାତହାଣ୍ଡି କୁହାଯାଉଥିବା ବରଗଡ଼ ଜିଲ୍ଲାରେ କୃଷକ ସଂଗଠନ ଆଗାମୀ ସାଧାରଣ ନିର୍ବାଚନରେ ରାଜ୍ୟ ସରକାରକୁ ଉଚିତ ଜବାବ ଦେବ ବୋଲି ନିଷ୍ପତ୍ତି ନେଇ ବରଗଡ ଜିଲ୍ଲାର ସମସ୍ତ ବିଧାନସଭା ନିର୍ବାଚନ ମଣ୍ଡଳୀକୁ ଯାଇ ଚାଷୀ ପରିବାରଙ୍କୁ ସଚେତନ କରୁଛନ୍ତି । ଚାଷୀମାନଙ୍କ ରହିଥିବା ବିଭିନ୍ନ ସମସ୍ୟା ଗୁଡିକୁ ଦଳ ଗୁଡିକ ସେମାନଙ୍କ ରାଜନୈତିକ ଇସ୍ତାହାରରେ ଉଲ୍ଲେଖ କରିବାକୁ କୃଷକ ସଂଗଠନ ଦାବି ଜଣାଇଥିଲା । ଏହି ଦାବି ପୂରଣ ନକଲେ ଚାଷୀମାନେ ଭୋଟ ମାଧ୍ୟମରେ ଜବାବ ଦେବେ ବୋଲି ଚେତାବନୀ ଦେଇ ଗାଁ ଗାଁ ଯାଇ ଲୋକଙ୍କୁ ସଚେତନ କରିବା ସହିତ ବୁଝି ବିଚାରୀ ସଠିକ ପ୍ରାର୍ଥୀଙ୍କୁ ଭୋଟ ଦେବାକୁ ପ୍ରଚାର କରୁଛନ୍ତି । ତେବେ ଏଥି ମଧ୍ୟରେ ବରଗଡ ଜିଲ୍ଲାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିଜେପି ପ୍ରାର୍ଥୀଙ୍କ ପ୍ରଚାର ପାଇଁ ଆସି ଚାଷୀଙ୍କ ସୁବିଧା କରାଯିବ, ବିଜେପି ସରକାର ଆସିଲେ ଛତିଶଗଡ ରାଜ୍ୟ ପରି ଓଡିଶାରେ ମଧ୍ୟ ଚାଷୀ ଧାନର ମୂଲ୍ୟ କୁଇଣ୍ଟାଲ ପିଛା 3100 କରାଯିବ ବୋଲି ମୋଦି ଗ୍ୟାରେଣ୍ଟି ଦେଇଥିଲେ ।

ଏହା ମଧ୍ୟ ପଢ଼ନ୍ତୁ...ଓଡ଼ିଶାବାସୀ ପରିବର୍ତ୍ତନ ଚାହୁଁଛନ୍ତି, ଓଡ଼ିଶାରେ ସବୁ ସିଟ୍‌ ଜିତିବ ବିଜେପି: ଓମ୍ ବିର୍ଲା - Om Birla In Balasore

ଅନ୍ୟପଟେ ଏହା ପରେ ବରଗଡକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଚାରରେ ଆସି ଚାଷୀଙ୍କ ବିଦ୍ୟୁତ ବକେୟା ଛାଡ କରିବା ସହିତ 100 ୟୁନିଟ ପର୍ଯ୍ୟନ୍ତ ବିଦ୍ୟୁତ ବିଲ ସମସ୍ତଙ୍କୁ ଛାଡ କରାଯିବ ଓ ମଧ୍ୟବିତ୍ତ ପରିବାର ଲୋକଙ୍କୁ ମଧ୍ୟ BSKY କାର୍ଡ ପ୍ରଦାନ କରାଯିବ ବୋଲି ନବୀନ ଗ୍ୟାରେଣ୍ଟି ଦେଇଥିଲେ । ମାତ୍ର ବରଗଡର ଚାଷୀ ନେତା ରମେଶ ମହାପାତ୍ର ସମସ୍ତ ଦଳ ଭୋଟ ପାଇଁ କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି ବୋଲି କହିଛନ୍ତି । ବିଧାନସଭାରେ ପାଳିତ ହେଉଥିବା ବିଲ ମଧ୍ୟ ପାସ କରାଯାଉନଥିବା ବେଳେ ଚାଷୀ କାହାକୁ ଭରସା କରିବ । ସମସ୍ତ ଦଳ ନିର୍ବାଚନ ପାଇଁ ଲୋଭ ଦେଖାଇ ଘୋଷଣା କରି ଭୁଲିଯାଉଛନ୍ତି ବୋଲି କହିଛନ୍ତି ଚାଷୀ ।

ଇଟିଭି ଭାରତ, ବରଗଡ଼

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.