ଅନୁଗୋଳ : ଇଞ୍ଜିନିଅର ଛାତ୍ରଙ୍କ ପରିବେଶ ଚିନ୍ତା । ଲୋକଙ୍କୁ ବିଭିନ୍ନ ଚିତ୍ର ମାଧ୍ୟମରେ ସଚେତନ କରାଉଛନ୍ତି । ସବୁଠାରୁ ବଡ଼ କଥା ହେଲା ସେ ନିଜ ବିବାହ ଉତ୍ସବରେ ଆସିଥିବା ସମସ୍ତ ଅତିଥିଙ୍କୁ ଗୋଟିଏ ଲେଖାଏଁ ଗଛ ଉପହାର ସଦୃଶ ଦେଇଛନ୍ତି । ଅନୁଗୋଳ ଜିଲ୍ଲା ଆଠମଲ୍ଲିକ ଉପଖଣ୍ଡ ବିଲେଇନାଳି ପଞ୍ଚାୟତ ଗୋବିନ୍ଦପୁର ଗ୍ରାମର ବିଶ୍ଵମିଲନ ପ୍ରଧାନ ହେଉଛନ୍ତି ଏଭଳି ହେଉଛନ୍ତି ଏଭଳି ଜଣେ ବିରଳ ବ୍ୟକ୍ତିତ୍ୱ ।
ବିଶ୍ଵ ମିଳନ ପ୍ରଧାନଙ୍କ ବୟସ ୩୦ ବର୍ଷ । ସେ ଭୁବନେଶ୍ଵରରେ ଇଲେକ୍ଟ୍ରିକାଲ ଇଞ୍ଜିନିୟରିଂ ପଢ଼ି ସାରିବା ପରେ ସରକାରୀ ବା ବେସରକାରୀ ଚାକିରି ପଛରେ ନ ଗୋଡାଇ ଚାଷ କାମରେ ମନ ଲଗାଇଲେ । ପରିବେଶକୁ ସବୁଜିମା କରିବା ତାଙ୍କର ଲକ୍ଷ୍ୟ ଥିଲା । ସବୁବେଳେ କୌଣସି ନା କୌଣସି ସ୍ଥାନରେ ଗଛ ଲଗାଇବା, ଅନ୍ୟ ମାନଙ୍କୁ ଗଛ ଲଗାଇବାକୁ ବୁଝାଇବା ତାଙ୍କର ଅଭ୍ୟାସ । ଗତ କିଛିଦିନ ପୂର୍ବେ ତାଙ୍କର ବିବାହ ଉତ୍ସବ ଅନୁଷ୍ଠିତ ହୋଇଥିଲା । ଉତ୍ସବରେ ବହୁ ସଂଖ୍ୟାରେ ଭାଇ ବନ୍ଧୁ ଓ ସମ୍ପର୍କୀୟ ଯୋଗ ଦେଇଥିଲେ । ବିଶ୍ଵାମିଲନ ସମସ୍ତଙ୍କୁ ବିଭିନ୍ନ ପ୍ରଜାତିର ଗୋଟିଏ ଲେଖାଏଁ ଗଛ ପ୍ରଦାନ କରିଥିଲେ । ସେହି ଚାରା ଗୁଡିକ ସଠିକ ଢଙ୍ଗରେ ପ୍ରସ୍ତୁତ କରିବାକୁ ତାଙ୍କୁ ଦୀର୍ଘ ସମୟ ଓ ବହୁ ପରିଶ୍ରମ କରିବାକୁ ପଡିଥିଲା । ସମସ୍ତ ଅତିଥି ମାନଙ୍କୁ ବିଭିନ୍ନ ପ୍ରକାରର ଗଛ ବଣ୍ଟନ କରିବା ସହ ନିଶ୍ଚିତ ଭାବେ ନିଜ ନିଜ ବାଡ଼ି ବଗିଚାରେ ଲଗାଇବାକୁ ଅନୁରୋଧ କରିଥିଲେ । ସେ ଏଭଳି ଅଭିନବ ଢଙ୍ଗରେ ପରିବେଶ ସୁରକ୍ଷାର ବାର୍ତ୍ତା ଦେଇ ପ୍ରଶଂସାର ପାତ୍ର ପାଲଟିଛନ୍ତି ।