ଓଡିଶା

odisha

କ୍ୟାରିୟରର ଶ୍ରେଷ୍ଠ ରେଟିଂ ପଏଣ୍ଟ ହାସଲ କଲେ ମାନ୍ଧନା, ICC ମାନ୍ୟତାରେ ତୃତୀୟ ସ୍ଥାନରେ ସ୍ଥିର

By

Published : Dec 14, 2022, 12:24 PM IST

ଷ୍ଟାର ବ୍ୟାଟର ସ୍ମୃତି ମାନ୍ଧନା କ୍ୟାରିୟରରେ ବ୍ୟାଟିଂ ତାଲିକାରେ ସର୍ବଶ୍ରେଷ୍ଠ ୭୪୧ ରେଟିଂ ପଏଣ୍ଟ ହାସଲ କରିଛନ୍ତି । ଅଧିକ ପଢନ୍ତୁ

କ୍ୟାରିୟରର ଶ୍ରେଷ୍ଠ ରେଟିଂ ପଏଣ୍ଟ ହାସଲ କଲେ ମାନ୍ଧନା, ଆଇସିସି ମାନ୍ୟତାରେ ତୃତୀୟ ସ୍ଥାନରେ ସ୍ଥିର
କ୍ୟାରିୟରର ଶ୍ରେଷ୍ଠ ରେଟିଂ ପଏଣ୍ଟ ହାସଲ କଲେ ମାନ୍ଧନା, ଆଇସିସି ମାନ୍ୟତାରେ ତୃତୀୟ ସ୍ଥାନରେ ସ୍ଥିର

ହାଇଦ୍ରାବାଦ:କ୍ୟାରିୟରର ଶ୍ରେଷ୍ଠ ମାନ୍ୟତା ଅଙ୍କ ହାସଲ କଲେ ଷ୍ଟାର ବ୍ୟାଟର ସ୍ମୃତି ମାନ୍ଧନା । ସେ ତାଙ୍କ କ୍ୟାରିୟରରେ ବ୍ୟାଟିଂ ତାଲିକାରେ ସର୍ବଶ୍ରେଷ୍ଠ ୭୪୧ ରେଟିଂ ପଏଣ୍ଟ ହାସଲ କରିଛନ୍ତି । ଅଷ୍ଟ୍ରେଲିଆ ବିପକ୍ଷରେ ଖେଳାଯାଇଥିବା ଦ୍ବିତୀୟ ଦିନିକିଆରେ ବିସ୍ଫୋରକ ଅର୍ଦ୍ଧଶତକୀୟ ଇନିଂସ ଖେଳିଥିଲେ । ସେ ୪୯ ବଲରୁ ୯ଟି ଚୌକା ଓ ୪ଟି ଛକା ସହିତ ୭୯ ରନ୍‌ର ଧୂଆଁଧାର ଇନିଂସ ଖେଳିଥିଲେ । ଯାହା ତାଙ୍କୁ ସେଦିନର ପ୍ଲେୟର ଅଫି ଦି ମ୍ୟାଚ୍ ଚୟନ କରାଯାଇଥିବା ବେଳେ ଆଇସିସି ମାନ୍ୟତା ରେଟିଂରେ ୧୧ ପଏଣ୍ଟ ହାସଲ କରିବାରେ ସହାୟକ ହୋଇପାରିଛି ।

ମଙ୍ଗଳବାର ଜାରି ହୋଇଛି ଆଇସିସି ଟି୨୦ ମାନ୍ୟତା । ଆଇସିସି ଟି୨୦ ବ୍ୟାଟିଂ ମାନ୍ୟତାରେ ସ୍ମୃତି ତୃତୀୟ ସ୍ଥାନରେ ସ୍ଥିର ରହିଛନ୍ତି । ସେପଟେ ଭାରତ ଏହି ସିରିଜରେ ଦମଦାର ପ୍ରଦର୍ଶନ କରିଥିବା ଅଷ୍ଟ୍ରେଲିଆ ବ୍ୟାଟର ତାହାଲିଆ ମୈକଗ୍ରା ଆଇସିସି ଟି୨୦ ମାନ୍ୟତାରେ ଶୀର୍ଷ ସ୍ଥାନ ହାସଲ କରିଛନ୍ତି । ସିରିଜର ପ୍ରଥମ ଦୁଇଟି ମ୍ୟାଚରେ କ୍ରମଶଃ ୪୦ ଓ ୭୦ ରନ କରିଥିଲେ ତାହାଲିଆ । ଯାହା ସେ ଅନ୍ତର୍ଜାତୀୟ ମହିଳା କ୍ରିକେଟ ଟି୨୦ ଫର୍ମାଟରେ ଶ୍ରେଷ୍ଠ ବ୍ୟାଟର ହୋଇପାରିଛନ୍ତି ।

ଭାରତୀୟ ବ୍ୟାଟର ଶେଫାଳି ବର୍ମା ଓ ଜେମିମା ରେଡ୍ରିଗସ ଆଇସିସି ମାନ୍ୟତା ଟପ୍ ଟେନରେ ନିଜ ନାମକୁ ସ୍ଥିର କରିପାରିଛନ୍ତି । ଜେମିମା ଗୋଟିଏ ସ୍ଥାନରୁ ଉପରକୁ ଉଠି ଛଅ ସ୍ଥାନରେ ପହଁଞ୍ଚିଛନ୍ତି । ସେହିପରି ଆଇସିସିର ବୋଲିଂ ମାନ୍ୟରେ ଦିପ୍ତି ଶର୍ମା ଓ ରେଣୁକା ସିଂହ ଠାକୁର କ୍ରମଶଃ ତୃତୀୟ ଓ ଚତୁର୍ଥ ସ୍ଥାନରେ ସ୍ଥିର ରହିଛନ୍ତି ।

ABOUT THE AUTHOR

...view details