ଓଡିଶା

odisha

ସ୍ବାଧୀନତା ଦିବସରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଲେ ଭାରତୀୟ କ୍ରୀଡ଼ାବିତ୍‌

By

Published : Aug 15, 2022, 10:53 PM IST

Updated : Aug 16, 2022, 7:35 AM IST

76 ତମ ସ୍ବାଧୀନତା ଦିବସ ଅବସରରେ ଭାରତୀୟ ଖେଳାଳି ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଅଧିକ ପଢନ୍ତୁ

Independence Day 2022: ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଲେ ଭାରତୀୟ ଖେଳାଳି
Independence Day 2022: ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଲେ ଭାରତୀୟ ଖେଳାଳି

ହାଇଦ୍ରାବାଦ: ସ୍ବାଧୀନତା ଦିବସ ଅବସରରେ ଭାରତୀୟ ଖେଳାଳି ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଭାରତୀୟ କ୍ରିକେଟରଙ୍କଠାରୁ ଆରମ୍ଭ କରି କୁସ୍ତିଯୋଦ୍ଧା ପର୍ଯ୍ୟନ୍ତ ସଭିଏଁ ଦେଇଛନ୍ତି ଆଜାଦୀ କା ଅମୃତ ମହୋତ୍ସବର ଅଭିନନ୍ଦନ । ଭାରତୀୟ କ୍ରିକେଟ ଦଳର ଅଧିନାୟକ ରୋହିତ ଶର୍ମା ଟ୍ବିଟରରେ ଜାତୀୟ ପତାକା ସହିତ ଏକ ଫୋଟ ପୋଷ୍ଟ କରି ଲେଖିଛନ୍ତି "ସ୍ବାଧୀନତାର ୭୫ ବର୍ଷ, ସ୍ବାଧୀନତା ଦିବସର ଶୁଭକାମନା ।"

ସେହିପରି ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ବିରାଟ କୋହଲି ଟ୍ବିଟରରେ ଲେଖିଛନ୍ତି " ୭୫ ବର୍ଷର ଭବ୍ୟ ସମାରୋହ, ଭାରତୀୟ ଭାବରେ ମୁଁ ଗର୍ବିତ । ସମସ୍ତଙ୍କୁ ସ୍ବାଧୀନତା ଦିବସର ଶୁଭକାମନା । ଜୟ ହିନ୍ଦ ।"

ସେହିପରି ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଜାତୀୟ ପତାକା ସହିତ ଏକ ଫୋଟୋ ପୋଷ୍ଟ କରି ଟ୍ବିଟରରେ ଲେଖିଛନ୍ତି, "ମୋର ଭାରତୀୟ ଦେଶ ବାସୀଙ୍କୁ ସ୍ବାଧୀନତା ଦିବସର ଶୁଭକାମନା ।"

ସେହିପରି ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ଟ୍ବିଟରରେ ଏକ ଫୋଟ ପୋଷ୍ଟ କରି ଲେଖିଛନ୍ତି. "ସାରେ ଜାହାଁ ସେ ଆଚ୍ଛା, ଏହି ସ୍ବତନ୍ତ୍ର ଦିବସ ଅବସରରେ ମୋର ଭାରତୀୟ ଦେଶବାସୀଙ୍କୁ ସ୍ବାଧୀନତା ଦିବସର ଶୁଭକାମନା ଜଣାଉଛି।"

ସେହିପରି ପୂର୍ବତନ କ୍ରିକେଟର ହରଭଜନ ସିଂହ ଜାତୀୟ ପତାକା ସହିତ ଏକ ଫୋଟ ପୋଷ୍ଟ କରି ଟ୍ବିଟରରେ ଲେଖିଛନ୍ତି "ସ୍ବାଧୀନତା ଦିବସର ଶୁଭକାମନା, ଦେଶ ସ୍ବାଧୀନ ପାଇଁ ବଳିଦାନ ଦେଇଥିବା ସଂଗ୍ରାମୀ ମାନଙ୍କୁ ମନେପକାଇବା ସହିତ ଦେଶରେ ଏକତା ଏବଂ ଶାନ୍ତି, ସମୃଦ୍ଧି, ଏବଂ ଭାଇଚାରା ପାଇଁ ନିଜକୁ ପୁଣି ଥରେ ସମର୍ପିତ କରିବାର ଅବସର ଆସିଛି । ଆସନ୍ତୁ ସମସ୍ତେ ମିଳିମିଶି ଭାରତକୁ ମଜବୁତ ଏବଂ ସମୃଦ୍ଧ ବନାଇବା । ଜୟ ହିନ୍ଦ ।"

ସେହିପରି ଭାରତୀୟ କୁସ୍ତିଯୋଦ୍ଧା ଦୀପକ ପୁନିଆ ଜାତୀୟ ପତାକା ସହିତ ଏକ ଫୋଟ ପୋଷ୍ଟ କରି ଲେଖିଛନ୍ତି "ସ୍ବାଧୀନତା ଦିବସର ଶୁଭକାମନା ।"

ସେହିପରି ରାଜ୍ୟଗୋଷ୍ଠୀ କ୍ରୀଡାରେ ସ୍ବର୍ଣ୍ଣ ପଦକ ହାସଲ କରିଥିବା ଭାରତୀୟ କୁସ୍ତିଯୋଦ୍ଧା ବଜରଙ୍ଗ ପୁନିଆ ଟ୍ବିଟରରେ ଏକ ଫୋଟ ପୋଷ୍ଟ କରି ଲେଖିଛନ୍ତି, "ସମସ୍ତ ଦେଶବାସୀଙ୍କୁ ସ୍ବାଧୀନତା ଦିବସର ଶୁଭକାମନା, ଜୟ ହିନ୍ଦ, ଜୟ ଭାରତ ।"

Last Updated :Aug 16, 2022, 7:35 AM IST

ABOUT THE AUTHOR

...view details