ଓଡିଶା

odisha

ହ୍ବାଟ୍ସଆପ୍‌ ପେ’କୁ ମିଳିନି ୟୁପିଆଇ ଅନୁମତି: ଆରବିଆଇ

By

Published : Aug 2, 2020, 6:40 AM IST

ନିକଟରେ ହ୍ବାଟ୍ସଆପ୍‌ ନିଜର ପେମେଣ୍ଟ ଆପ୍‌ ପରିଚାଳିତ କରିବା ନେଇ ଘୋଷଣା କରିଥିଲା । ହ୍ବାଟ୍ସଆପ୍‌ ପେ’ ନାମରେ ଏହାର ଟ୍ରାଏଲ ପ୍ରକ୍ରିୟା ଚାଲିଥିବା ବେଳେ ଏଥିରେ ରୋକ ଲଗାଇବା ପାଇଁ ଏକ ଦରଖାସ୍ତ ଦାଖଲ କରିଛି ଆରବିଆଇ ।

whatsapp pay, rbi, rbi permission on whatsapp pay, latest technology news, ହ୍ବାଟ୍ସଆପ୍‌ ପେ’, ଆରବିଆଇ, ହ୍ବାଟ୍ସଆପ୍‌ ପେ’ ପାଇଁ ଆରବିଆଇ ଅନୁମତି, ଲାଟେଷ୍ଟ ଟେକ୍ନୋଲୋଜି ନ୍ୟୁଜ୍‌
ହ୍ବାଟ୍ସଆପ୍‌ ପେ’କୁ ମିଳିନି ୟୁପିଆଇ ଅନୁମତି: ଆରବିଆଇ

ନୂଆଦିଲ୍ଲୀ: ନିକଟରେ ହ୍ବାଟ୍ସଆପ୍‌ ନିଜର ପେମେଣ୍ଟ ଆପ୍‌ ପରିଚାଳିତ କରିବା ନେଇ ଘୋଷଣା କରିଥିଲା । ହ୍ବାଟ୍ସଆପ୍‌ ପେ’ ନାମରେ ଏହାର ଟ୍ରାଏଲ ପ୍ରକ୍ରିୟା ଚାଲିଥିବା ବେଳେ ଏଥିରେ ରୋକ ଲଗାଇବା ପାଇଁ ଏକ ଦରଖାସ୍ତ ଦାଖଲ କରିଛି ଆରବିଆଇ । ଏଥିରେ ଆରବିଆଇ ଅଭିଯୋଗ କରିଛି କି କମ୍ପାନୀ ଡାଟା ଲୋକାଲାଇଜେସନ ନିୟମର ଉଲଙ୍ଘନ କରି ପ୍ରାୟ 1 ମିଲିୟନ ୟୁଜର୍ସଙ୍କ ମଧ୍ୟରେ ବିଟା ଭର୍ସନରେ ଟ୍ରାଏଲ ଜାରି ରଖିଛି ।

ସେପଟେ ସୁପ୍ରିମକୋର୍ଟକୁ ଆରବିଆଇ ଏହା ମଧ୍ୟ ସ୍ପଷ୍ଟ କରିଛି କି ୟୁନିଫାଏଡ ପେମେଣ୍ଟ ଇଣ୍ଟରଫେସ (ୟୁପିଆଇ) ରେ ପୂର୍ଣ୍ଣ ମାତ୍ରାରେ କାର୍ଯ୍ୟକାରିତା ପାଇଁ ହ୍ବାଟ୍ସଆପ୍‌ ପେ’କୁ ଅନୁମତି ଦିଆଯାଇନାହିଁ ।

ହ୍ବାଟ୍ସଆପ୍‌ ପେ’ ଟ୍ରାଏଲ ନେଇ ସେଣ୍ଟ୍ରାଲ ବ୍ୟାଙ୍କର ପ୍ରତିକ୍ରିୟା
ହ୍ବାଟ୍ସଆପ୍‌ ପେ’ ଟ୍ରାଏଲ ନେଇ ଆରବିଆଇର ସ୍ପଷ୍ଟୋକ୍ତ

ଆରବିଆଇ ଏସମ୍ପର୍କରେ ଅଧିକ ସୂଚନା ଦେଇ କହିଛି କି ସେ 2018 ମସିହା ଏପ୍ରିଲ 6ରେ ଲାଗୁ କରିଥିବା ‘ଷ୍ଟୋରେଜ ଅଫ୍‌ ପେମେଣ୍ଟ ସିଷ୍ଟମ ଡାଟା’କୁ 2019 ମସିହା ଜୁନ 26ରେ ଏଫଏକ୍ୟୁ ଦ୍ବାରା ରବ୍ଦ କରି ଦିଆଯାଇଥିଲା । ଯେଉଁଥିରେ ସ୍ପଷ୍ଟ କରାଯାଇଥିଲା ସମୟ ସମୟେ ପେମେଣ୍ଟ ସିଷ୍ଟମଗୁଡିକୁ ରିଜର୍ଭ ବ୍ୟାଙ୍କଠାରୁ ଅନୁମତି ନେବାକୁ ହେବ ।

ହ୍ବାଟଆପ୍‌ ପେ’କୁ ମିଳିନି ୟୁପିଆଇ ଅନୁମତି

ସେପଟେ ଏନେଇ ଜାନୁଆରୀ 7ରେ ଏକ ଚିଠି ମାଧ୍ୟମରେ ଏନପିସିଆଇକୁ ହ୍ବାଟ୍ସଆପ୍‌ ଜଣାଇଥିଲା କି ମେ 31 ସୁଦ୍ଧା ସମସ୍ତ ସମସ୍ୟା ସମାଧାନ ପାଇଁ କମ୍ପାନୀ ପ୍ରସ୍ତୁତ ଅଛି ଓ ଲାଇଭ ଯିବା ପାଇଁ କମ୍ପାନୀ ଏଥିରେ ଅନୁମତି ମାଗିଥିଲା । ଏହାପରେ ଏନପିସିଆଇ ଆରବିଆକୁ ଅନୁମତି ପ୍ରଦାନ ନେଇ ନିବେଦନ କରିଥିଲା ।

ତେବେ ଏହା ପୂର୍ବରୁ ସମ୍ପୂର୍ଣ୍ଣ ପ୍ରକ୍ରିୟା ଶେଷ ନହେବା ପର୍ଯ୍ୟନ୍ତ ହ୍ବାଟ୍ସଆପ୍‌ ନିଜ ପେମେଣ୍ଟ ଆପ୍‌କୁ କାର୍ଯ୍ୟକାରୀ ନକରିବା ପାଇଁ ଉପରିସ୍ଥ କୋର୍ଟରେ ସ୍ପଷ୍ଟ କରିସାରିଥିଲା । ହେଲେ ବିନା ଅନୁମତିରେ ହ୍ବାଟ୍ସଆପ୍‌ ଏହି ପ୍ରକ୍ରିୟା ଆରମ୍ଭ କରିଥିବା ବେଳେ ଏଥିରେ କୌଣସି ଅସୁବିଧା ପାଇଁ ଆରବିଆଇ ଦାୟୀ ହେବ ବୋଲି ଚୁକ୍ତିନାମାରେ ଉଲ୍ଲେଖ ରହିଛି । ତେଣୁ ଏନେଇ ଖବର ପାଇବା ପରେ ତୁରନ୍ତ ଏହି ପ୍ରକ୍ରିୟାକୁ ବନ୍ଦ କରିବା ପାଇଁ ଆରବିଆଇ ସୁପ୍ରିମକୋର୍ଟରେ ନିବେଦନ କରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details