ଓଡିଶା

odisha

କ୍ବାଡ ବୈଠକ ବାତିଲ, ସିଡନୀରେ ହୋଇଥାନ୍ତା ସମ୍ମିଳନୀ

By

Published : May 17, 2023, 11:13 AM IST

Updated : May 17, 2023, 1:29 PM IST

ମେ 24 ତାରିଖରେ ଅଷ୍ଟ୍ରେଲିଆ ସିଡନରେ ପ୍ରସ୍ତାବିତ କ୍ବାଡ ବୈଠକକୁ ବାତିଲ କରାଯାଇଛି । ଜାଣନ୍ତୁ ବାତିଲ ପଛର କାରଣ ।

Australia cancels Quad meeting
କ୍ବାଡ ବୈଠକ ବାତିଲ

କାନବେରା:ଚଳିତ ବର୍ଷ ଆଷ୍ଟ୍ରେଲିଆରେ କ୍ବାଡ ସମ୍ମିଳନୀ ହେବାର ଥିଲା । ପ୍ରଥମ ଥର ପାଇଁ ଆୟୋଜକ ଅଷ୍ଟ୍ରେଲିଆ 2023 କ୍ବାଡ୍‌ ସମ୍ମିଳୀନ ଅୟୋଜନ ଭାର ନେଇଥାନ୍ତା ମାତ୍ର କ୍ବାଡ ବୈଠକକୁ ବାତିଲ କରି ଦିଆଯାଇଛି । ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ତାଙ୍କ ଗସ୍ତ ସ୍ଥଗିତ କରିବାକୁ ସିଡନୀରେ ପ୍ରସ୍ତାବିତ କ୍ବାଡ ବୈଠକକୁ ବାତିଲ କରିଛି ଅଷ୍ଟ୍ରେଲିଆ । ମେ' 24 ତାରିଖରେ ଅଷ୍ଟ୍ରେଲିଆରେ ପ୍ରଥମ ଥର ପାଇଁ କ୍ବାଡ ସମ୍ମିଳନୀ ହେବାର ଥିଲା ।

ଗତ ମାସ ଅର୍ଥାତ ଏପ୍ରିଲ 26 ତାରିଖରେ ଅଷ୍ଟ୍ରେଲିଆ କ୍ବାଡ୍‌ ସମ୍ମିଳୀନ 2023 ସଂସ୍କରଣର ଆୟୋଜକ ହେବ ବୋଲି ଟ୍ବିଟ୍‌ କରି ସୂଚନା ଦେଇଥିଲେ ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ଆନ୍ଥୋନୀ ଆଲବାନିଜ । ମେ' 24 ତାରିଖରେ ଅଷ୍ଟ୍ରେଲିଆର ସିଡନୀରେ କ୍ବାଡ୍‌ ବୈଠକ ହେବାର ଥିଲା ମାତ୍ର ଏହାକୁ ବାତିଲ କରି ଦିଆଯାଇଛି । ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ତାଙ୍କ ଅଷ୍ଟ୍ରେଲିଆ ଗସ୍ତ ସ୍ଥଗିତ କରିବାକୁ ସିଡନୀରେ ପ୍ରସ୍ତାବିତ କ୍ବାଡ୍‌ ବୈଠକକୁ ବାତିଲ ହୋଇଛି । ସପ୍ତାହ ମଧ୍ୟରେ ଜାପାନରେ କ୍ବାଡ୍‌ ଲିଡର ଏକାଠି ହେବା ନେଇ ସୂଚନା ଦେଇଛନ୍ତି ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ । ଜି-7 ସମ୍ମିଳନୀ ପାଇଁ ସେଠାରେ ଅଷ୍ଟ୍ରେଲିଆ, ଆମେରିକା ଜାପାନ ଓ ଭାରତ ବୈଠକ କରିବେ ।

ଅଷ୍ଟ୍ରେଲିଆର ସିଡନୀରେ ପଞ୍ଚମ କ୍ବାଡ୍‌ ସମ୍ମିଳନୀ ଅନୁଷ୍ଠତ ହୋଇଥାନ୍ତା । ଇଣ୍ଡୋ ପାସିଫିକର ସୁରକ୍ଷା କ୍ବାଡ୍‌ ଦେଶର ମୁଖ୍ୟ ଲକ୍ଷ୍ୟ । ବିଶେଷ କରି ସଙ୍କଟ ସମୟରେ ସହଯୋଗ, ବିଶ୍ବ ସ୍ବାସ୍ଥ୍ୟ, ଜଳବାୟୁ ପରିବର୍ତ୍ତନ, ସାମୁଦ୍ରିକ ଡୋମେନ ସଚେତନତା, ଭାରତ- ପ୍ରଶାନ୍ତ ମହାସାଗରୀୟ କ୍ଷେତ୍ରରେ ସ୍ଥିରତା ଏବଂ ଅନ୍ୟାନ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗରେ କ୍ବାଡ ଲିଡରଙ୍କ ମଧ୍ୟରେ ଆଲୋଚନା ହୋଇଥାଏ । ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ମଇ 19ରୁ 21 ଯାଏ ଜାପାନରେ ହେବାକୁ ଥିବା ଜି-7 ଲିଡର ସମ୍ମିଳନୀରେ ଯୋଗ ଦେବେ। ମାତ୍ର ସେ ତାଙ୍କ ଅଷ୍ଟ୍ରେଲିଆ ଗସ୍ତ ସ୍ଥଗିତ କରିଥିବାକୁ କ୍ବାଡ ସମ୍ମିଳନୀ ବାତିଲ ହୋଇଛି । ଜାପନର ହିରୋସୀମାରେ ହେବାକୁ ଥିବା ଜି-7 ବୈଠକ ନେଇ ୬ ଦିନିଆ ଜାପାନ, ପପୁଆ ନିଉ ଗିନି ଓ ଅଷ୍ଟ୍ରେଲିଆ ଗସ୍ତ କରିବେ ପ୍ରଧାନମନ୍ତ୍ରୀ ମୋଦି ।

ଏହା ବି ପଢନ୍ତୁ...ଆସନ୍ତା ୧୯ରୁ ଜାପାନ, ପପୁଆ ନିଉ ଗିନି ଓ ଅଷ୍ଟ୍ରେଲିଆ ଗସ୍ତ କରିବେ ମୋଦି

ପ୍ରକାଶଥାଉ କି, ପୂର୍ବ ବର୍ଷ ଜାପାନରେ ଚତୁର୍ଥ କ୍ବାଡ ସମ୍ମିଳନୀ ହୋଇଥିଲା । 2023 ସଂସ୍କରଣ ଆୟୋଜନ ଭାର ଅଷ୍ଟ୍ରେଲିଆ ନେବ ବୋଲି କ୍ବାଡ୍‌ ରାଷ୍ଟ୍ରମୁଖ୍ୟଙ୍କ ମଧ୍ୟର ସହମତି ପ୍ରକାଶ ପାଇଥିଲା । କ୍ବାଡ୍‌ ସମ୍ମିଳନୀ 2023ରେ ଅଂଶଗ୍ରହଣ କରିଥିବା ସମସ୍ତ 4 ରାଷ୍ଟ୍ରମୁଖ୍ୟ ମିଳିତ ମନ୍ତବ୍ୟରେ ଅଷ୍ଟ୍ରେଲିଆରେ ପଞ୍ଚମ କ୍ବାଡ୍‌ ସମ୍ମିଳନୀ ହେବ ବୋଲି ପ୍ରକାଶ କରିଥିଲେ । ଭାରତ-ପ୍ରଶାନ୍ତ ମହାସାଗରୀୟ କ୍ଷେତ୍ର ପାଇଁ 50 ବିଲିଅନ୍ ଡଲାର ଖର୍ଚ୍ଚ ହେବ ବୋଲି ଘୋଷଣା ହୋଇଥିଲା ।

Last Updated :May 17, 2023, 1:29 PM IST

ABOUT THE AUTHOR

...view details