ETV Bharat / international

ମଝି ଆକାଶରେ ଜୋରରେ ଥରିଲା ବିମାନ, ଜଣେ ଯାତ୍ରୀ ମୃତ, 30 ଆହତ - Turbulence hit

author img

By ETV Bharat Odisha Team

Published : May 22, 2024, 8:12 AM IST

Updated : May 22, 2024, 8:47 AM IST

Singapore Airlines flight hits turbulence: ମଝି ଆକାଶରେ ବିମାନରେ ଭୀଷଣ ଅସ୍ଥିରତା । ଜୋରରେ ବିମାନ ଦୋହଲିବା ସହ ୩ ମିନିଟରେ ଖସି ଆସିଲା ୬ ହଜାର ଫୁଟ ତଳକୁ । ଏଥିରେ ଜଣେ ଯାତ୍ରୀଙ୍କ ମୃତ୍ୟୁ ହୋଇଥିବା ବେଳେ ୩୦ ଆହତ ହୋଇଛନ୍ତି । ଅଧିକ ପଢନ୍ତୁ

ମଝି ଆକାଶରେ ଜୋରରେ ଥରିଲା ବିମାନ, ଜଣେ ଯାତ୍ରୀ ମୃତ
ମଝି ଆକାଶରେ ଜୋରରେ ଥରିଲା ବିମାନ, ଜଣେ ଯାତ୍ରୀ ମୃତ (ETV Bharat Odisha)

ନୂଆଦିଲ୍ଲୀ: ମଝି ଆକାଶରେ ଜୋରରେ ଥରିଲା ବିମାନ । ହଠାତ୍ ଅନିୟନ୍ତ୍ରିତ ହୋଇପଡିବା ସହ ୬ ହଜାର ଫୁଟ ତଳକୁ ଖସି ଆସିଲା । ଏଥିରେ ଜଣେ ଯାତ୍ରୀଙ୍କର ମୃତ୍ୟୁ ହୋଇଥିବା ବେଳେ ୩୦ ଜଣ ଆହତ ହୋଇଛନ୍ତି । ଲଣ୍ଡନରୁ ସିଙ୍ଗାପୁର ଯାଉଥିବା ସିଙ୍ଗାପୁର ଏୟାରଲାଇନ୍ସ ବିମାନରେ ଏହି ଅଘଟଣ ଘଟିଛି । ଉଡନ୍ତା ବିମାନରେ ଭୀଷଣ ଅସ୍ଥିରତା ଦେଖାଯିବାରୁ ଯାତ୍ରୀଙ୍କ ଜୀବନ ଯାଇଛି । ଏଥିସହ ବିମାନଟିକୁ ବ୍ୟାଙ୍କକରେ ଜରୁରୀ ଅବତରଣ କରାଯାଇଛି । ଏନେଇ ସିଙ୍ଗାପୁର ଏୟାରଲାଇନ୍ସ ପକ୍ଷରୁ ସୂଚନା ଦିଆଯାଇଛି ।

ସୂଚନା ଅନୁଯାୟୀ, ମେ' ୨୦ ତାରିଖ ଦିନ ସିଙ୍ଗାପୁର ଏୟାରଲାଇନ୍ସର SQ321 ବିମାନ ଲଣ୍ଡନର ହାଥ୍ରୋରୁ ସିଙ୍ଗାପୁର ଅଭିମୁଖେ ଯାଉଥିଲା । ଉଡାଣର ୧୦ ଘଣ୍ଟା ପରେ ପ୍ରାୟ ୩୭,୦୦୦ ହଜାର ଫୁଟ ଉପରେ ବିମାନ ଜୋରରେ ଥରିବାକୁ ଲାଗିବା ଅନିୟନ୍ତ୍ରିତ ହୋଇପଡିଥିଲା । ବିମାନଟି ମାତ୍ର ୩ ମିନିଟରେ ୬ ହଜାର ଫୁଟ ତଳକୁ ଖସି ଆସିଥିଲା । ଫଳରେ ଯାତ୍ରୀମାନେ ଭୟରେ ଚିତ୍କାର କରିବାକୁ ଲାଗିଥିଲେ । ପାଇଲଟ ମେଡିକାଲ ଏମର୍ଜେନ୍ସି ଘୋଷଣା କରିବା ସହ ବିମାନକୁ ବ୍ୟାଙ୍କକ ଆଡକୁ ବୁଲାଇଥିଲେ । ଶେଷରେ ଗତକାଲି (୨୧ ତାରିଖ) ୩ଟା ୪୫ ମିନିଟରେ(ସ୍ଥାନୀୟ ସମୟ) ଏହି ବିମାନ ବ୍ୟାଙ୍କକରେ ଜରୁରୀ ଅବତରଣ କରିଥିଲା ।

ଏହା ମଧ୍ୟ ପଢନ୍ତୁ: ଉଡନ୍ତା ବିମାନରେ ଲାଗିଲା ନିଆଁ, ଦିଲ୍ଲୀରେ କଲା ଜରୁରୀ ଅବତରଣ - Fire Broke Out In Flight

ଏହି ବିମାନରେ ୨୧୧ ଯାତ୍ରୀ ଏବଂ ୧୮ ଜଣ କ୍ରୁ ମେମ୍ବର ଥିଲେ । ଏଥିରେ ୩ ଜଣ ଭାରତୀୟ ମଧ୍ୟ ରହିଥିବା କୁହାଯାଉଛି । ମଝି ଆକାଶରେ ବିମାନରେ ଏଭଳି ଭୀଷଣ ଅସ୍ଥିରତା ଯୋଗୁଁ ଜଣେ ଯାତ୍ରୀଙ୍କର ମୃତ୍ୟୁ ହୋଇଯାଇଛି ଏବଂ ଅନେକ ଆହତ ହୋଇଛନ୍ତି । ମୃତକ ୭୩ ବର୍ଷୀୟ ବ୍ରିଟିଶ ନାଗରିକ ହୋଇଥିବା ଜଣାପଡିଛି । ଅସ୍ଥିରତା କାରଣରୁ ହୃତଘାତରେ ତାଙ୍କର ମୃତ୍ୟୁ ହୋଇଥିବା ଅନୁମାନ କରାଯାଉଛି । ମୃତ ବ୍ୟକ୍ତିଙ୍କ ସାଙ୍ଗରେ ତାଙ୍କର ପତ୍ନୀ ମଧ୍ୟ ଯାତ୍ରା କରୁଥିବା ବେଳେ ସେ ଏହି ଘଟଣାରେ ଆହତ ହୋଇଛନ୍ତି । ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ତେବେ ସୌଭାଗ୍ୟବଶତଃ ଏକ ବଡ ଅଘଟଣରୁ ବିମାନଟି ଅଳ୍ପକେ ବର୍ତ୍ତି ଯାଇଛି ।

ବିମାନଟି ବ୍ୟାଙ୍କକରେ ଜରୁରୀ ଅବତରଣ କରିବା ପରେ ଏହାର ଏକ ଭିଡିଓ ସାମ୍ନାକୁ ଆସିଛି । ଭିଡିଓରେ ବିମାନ ଭିତରେ ଚଟାଣରେ ଖାଦ୍ୟପଦାର୍ଥ, ଡବା ଏଣେତେଣେ ପଡିଥିବା ବେଳେ ଉପରେ ଅକ୍ସିଜେନ ମାସ୍କ ଝୁଲୁଥିବାର ଦେଖିବାକୁ ମିଳୁଛି ।

Last Updated : May 22, 2024, 8:47 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.