ETV Bharat / bharat

ଆସନ୍ତା ୧୯ରୁ ଜାପାନ, ପପୁଆ ନିଉ ଗିନି ଓ ଅଷ୍ଟ୍ରେଲିଆ ଗସ୍ତ କରିବେ ମୋଦି

author img

By

Published : May 17, 2023, 8:57 AM IST

ମେ' ୧୯ରୁ ପ୍ରଧାନମନ୍ତ୍ରୀଙ୍କ ୬ ଦିନିଆ ବିଦେଶ ଗସ୍ତ
ମେ' ୧୯ରୁ ପ୍ରଧାନମନ୍ତ୍ରୀଙ୍କ ୬ ଦିନିଆ ବିଦେଶ ଗସ୍ତ

ମେ' ୧୯ରୁ ୬ ଦିନିଆ ଜାପାନ, ପପୁଆ ନିଉ ଗିନି ଓ ଅଷ୍ଟ୍ରେଲିଆ ଗସ୍ତ କରିବେ ପ୍ରଧାନମନ୍ତ୍ରୀ ମୋଦି । ହିରୋସିମାରେ ଆୟୋଜିତ ହେବାକୁ ଥିବା ଜି-୭ ସମ୍ମିଳନୀରେ ଯୋଗ ଦେବେ । ଅଧିକ ପଢନ୍ତୁ

ନୂଆଦିଲ୍ଲୀ: ମେ' ୧୯ରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୬ ଦିନିଆ ବିଦେଶ ଗସ୍ତ କରିବେ । ଆସନ୍ତା ୧୯ରୁ ୨୪ ତାରିଖ ଯାଏଁ ମୋଦି ଜାପାନ, ପପୁଆ ନିଉ ଗିନି ଏବଂ ଅଷ୍ଟ୍ରେଲିଆ ଗସ୍ତରେ ଯିବେ । ଜି-୭ ସମ୍ମିଳନୀ, କ୍ବାଡ୍‌ ସମେତ ତିନୋଟି ବହୁପକ୍ଷୀୟ ଶିଖର ସମ୍ମିଳନୀରେ ଯୋଗ ଦେବାକୁ ପ୍ରଧାନମନ୍ତ୍ରୀ ଏହି ବିଦେଶ ଗସ୍ତ କରିବେ ବୋଲି ମଙ୍ଗଳବାର ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି ।

ଆସନ୍ତା ସପ୍ତାହରେ ଜାପାନର ହିରୋସିମାରେ ଜି-୭ ବାର୍ଷିକ ଶିଖର ସମ୍ମିଳନୀ ଅନୁଷ୍ଠିତ ହେବାକୁ ଯାଉଛି । ଜାପାନ ପ୍ରଧାନମନ୍ତ୍ରୀ ଫୁମିଓ କିସିଦା ଏହି ସମ୍ମିଳନୀରେ ସାମିଲ ହେବାକୁ ଭାରତ ସସେତ ୮ଟି ରାଷ୍ଟ୍ରକୁ ଆମନ୍ତ୍ରଣ କରିଛନ୍ତି । ଏହି ପରିପ୍ରେକ୍ଷୀରେ ପ୍ରଧାନମନ୍ତ୍ରୀ ମୋଦି ପ୍ରଥମ ପର୍ଯ୍ୟାୟରେ ୧୯ରୁ ୨୧ ତାରିଖ ଯାଏଁ ଜାପାନ ଗସ୍ତରେ ରହିବେ ଏବଂ ଜି-୭ ସମ୍ମିଳନୀରେ ଯୋଗ ଦେବେ । ଏଠାରେ ସେ ଅଂଶଗ୍ରହଣକାରୀ ଦେଶମାନଙ୍କ ସହିତ ଖାଦ୍ୟ, ସାର ଏବଂ ଶକ୍ତିର ସୁରକ୍ଷା ଆଦି ପ୍ରସଙ୍ଗରେ ଆଲୋଚନା କରିବେ । ଏହାସହିତ ପ୍ରଧାନମନ୍ତ୍ରୀ କିସିଦାଙ୍କ ସମେତ ଆଉ କେତେକ ଅଂଶଗ୍ରହଣକାରୀ ନେତାଙ୍କ ସହ ଦ୍ବିପାକ୍ଷିକ ଆଲୋଚନା କରିବାର ମଧ୍ୟ କାର୍ଯ୍ୟକ୍ରମ ରହିଛି ।

ଏହାମଧ୍ୟ ପଢନ୍ତୁ: ମେ' ୩୧ରେ ଆମେରିକା ଯିବେ ରାହୁଲ ଗାନ୍ଧୀ

ମୋଦି ଜାପାନ ଗସ୍ତ ସାରି ପପୁଆ ନିଉ ଗିନିର ପୋର୍ଟ ମୋରେସବାଏ ଯାତ୍ରା କରିବେ । ମେ' ୨୨ରେ ମୋଦି ପପୁଆ ନିଉ ଗିନିରେ ପ୍ରଧାନମନ୍ତ୍ରୀ ଜେମ୍ସ ମାରାପେଙ୍କ ସହ ମିଳିତ ଭାବେ ଫୋରମ ଫର ଇଣ୍ଡିଆ-ପାସିଫିକ ଆଇସଲ୍ୟାଣ୍ଡ କୋଅପରେସନ(FIPIC)ର ତୃତୀୟ ଶିଖର ସମ୍ମିଳନୀକୁ ସମ୍ବୋଧିତ କରିବେ । ତେବେ ଜଣେ ଭାରତୀୟ ପ୍ରଧାନମନ୍ତ୍ରୀଙ୍କ ଏହା ପ୍ରଥମ ପପୁଆ ନିଉ ଗିନି ଗସ୍ତ ହେବ । FIPICରେ ଭାରତ ସମେତ ୧୪ଟି ପାସିଫିକ ଦ୍ବୀପପୁଞ୍ଜ ଦେଶ ଅନ୍ତର୍ଭୁକ୍ତ ।

ଏହାମଧ୍ୟ ପଢନ୍ତୁ: ଅଧିକ ଯୌତୁକ ଦାବି କରି ଅଶ୍ଲୀଳ ସାଇଟରେ ପତ୍ନୀଙ୍କ ଗୋପନୀୟ ଫଟୋ ଅପଲୋଡ୍ କଲା ସ୍ବାମୀ

ପ୍ରଧାନମନ୍ତ୍ରୀ ମୋଦି ୬ ଦିନିଆ ବିଦେଶ ଗସ୍ତର ଶେଷ ଚରଣରେ କ୍ବାଡ୍ ସମ୍ମିଳନୀରେ ଯୋଗ ଦେବାକୁ ଅଷ୍ଟ୍ରେଲିଆ ଯିବେ । ସେ ୨୨ରୁ ୨୪ ଯାଏଁ ଅଷ୍ଟ୍ରେଲିଆରେ ରହିବେ । ସିଡନେରେ ଆୟୋଜିତ ହେବାକୁ ଥିବା କ୍ବାଡ ସମ୍ମିଳନୀରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ, ଜାପାନ ପ୍ରଧାନମନ୍ତ୍ରୀ କିଶିଦା ଫୁମିଓ ମଧ୍ୟ ସାମିଲ ହେବାର କାର୍ଯ୍ୟକ୍ରମ ଅଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.