ଓଡିଶା

odisha

Prithviraj Release Date: ରିଲିଜ ପୂର୍ବରୁ ଫିଲ୍ମ ଦେଖିବେ ଗୃହମନ୍ତ୍ରୀ, ହେବ ସ୍ୱତନ୍ତ୍ର ସ୍କ୍ରିନିଂ

By

Published : May 25, 2022, 1:50 PM IST

ଅକ୍ଷୟ କୁମାର ଏବଂ ମାନୁଷୀ ଚିଲ୍ଲର ଅଭିନୀତ ପୃଥ୍ବୀରାଜ ଜୁନ୍ 3ରେ ସିନେମା ଘରେ ମୁକ୍ତିଲାଭ କରିବ । କିନ୍ତୁ ଏହା ପୂର୍ବରୁ ଗୃହମନ୍ତ୍ରୀ ଅମିତ ଶାହା ଏବଂ ଅନ୍ୟ କେନ୍ଦ୍ର ମନ୍ତ୍ରୀଙ୍କ ପାଇଁ ସ୍ୱତନ୍ତ୍ର ସ୍କ୍ରିନିଂ ଆୟୋଜନ କରାଯିବ । ଅଧିକ ପଢନ୍ତୁ

ରିଲିଜ ପୂର୍ବରୁ ଫିଲ୍ମ ପୃଥ୍ବୀରାଜ ଦେଖିବେ ଗୃହମନ୍ତ୍ରୀ ଅମିତ ଶାହା, ହେବ ସ୍ୱତନ୍ତ୍ର ସ୍କ୍ରିନିଂ
ରିଲିଜ ପୂର୍ବରୁ ଫିଲ୍ମ ପୃଥ୍ବୀରାଜ ଦେଖିବେ ଗୃହମନ୍ତ୍ରୀ ଅମିତ ଶାହା, ହେବ ସ୍ୱତନ୍ତ୍ର ସ୍କ୍ରିନିଂ

ହାଇଦ୍ରାବାଦ: ଅକ୍ଷୟ କୁମାର ଏବଂ ମାନୁଷୀ ଚିଲ୍ଲର ଅଭିନୀତ 'ପୃଥ୍ବୀରାଜ' (Prithviraj Release Date) ଜୁନ୍ 3 ରେ ସିନେମା ଘରେ ମୁକ୍ତିଲାଭ କରିବ । କିନ୍ତୁ ଏହା ପୂର୍ବରୁ ଗୃହମନ୍ତ୍ରୀ ଅମିତ ଶାହା ଏବଂ ଅନ୍ୟ କେନ୍ଦ୍ର ମନ୍ତ୍ରୀଙ୍କ ପାଇଁ ସ୍ୱତନ୍ତ୍ର ସ୍କ୍ରିନିଂ ଆୟୋଜନ କରାଯିବ। ଏହି ସ୍କ୍ରିନିଂ ଫିଲ୍ମ ରିଲିଜ୍ ହେବାର ଦୁଇ ଦିନ ପୂର୍ବରୁ ଅର୍ଥାତ୍‌ ଜୁନ୍ 1 ରେ ନୂଆଦିଲ୍ଲୀରେ ଅନୁଷ୍ଠିତ ହେବ । ଉଚ୍ଚ ପଦବୀର ଅଧିକାରୀମାନେ ମଧ୍ୟ ଫିଲ୍ମର ସ୍କ୍ରିନିଂ ଦେଖିବା ପାଇଁ ସେଠାରେ ଉପସ୍ଥିତ ରହିବେ । ଫିଲ୍ମର ସ୍କ୍ରିନିଂ ସମୟରେ ଅକ୍ଷୟ କୁମାର, ମାନୁଷୀ ଚିଲ୍ଲର ଏବଂ ଏହାର ନିର୍ଦ୍ଦେଶକ ଡକ୍ଟର ଚନ୍ଦ୍ରପ୍ରକାଶ ଦ୍ୱିବେଦୀ ଉପସ୍ଥିତ ରହିବେ ବୋଲି ଆଶା କରାଯାଉଛି । ଡକ୍ଟର ଚନ୍ଦ୍ରପ୍ରକାଶ ଫିଲ୍ମର ସ୍କ୍ରିନିଂ ବିଷୟରେ ଏହି ସୂଚନା ସେୟାର କରିଛନ୍ତି ।

ଅକ୍ଷୟ କୁମାର ଏବଂ ମାନୁଷୀ ଛିଲ୍ଲର

ଡକ୍ଟର ଚନ୍ଦ୍ରପ୍ରକାଶ ଦ୍ୱିବେଦୀ ଏ ସମ୍ପର୍କରେ ଏକ ବିବୃତ୍ତି ଦେଇଛନ୍ତି । ସେ କହିଛନ୍ତି, “ଆମ ପାଇଁ ସମ୍ମାନର ବିଷୟ ଯେ ଆମ ଦେଶର ମାନ୍ୟବର ଗୃହମନ୍ତ୍ରୀ ଅମିତ ଶାହା, ଭାରତ ମାତାର ଜଣେ ସାହସୀ ପୁତ୍ର ସମ୍ରାଟ ପୃଥ୍ବୀରାଜ ଚୌହାନଙ୍କ ଗୌରବମୟ ଜୀବନ ଉପରେ ମହାକାବ୍ୟ ଗାଥାର ସାକ୍ଷୀ ହେବାକୁ ଯାଉଛନ୍ତି, ଯିଏ ଦେଶ ପାଇଁ ନିଜ ଜୀବନକୁ ବଳିଦାନ ଦେଇଥିଲେ। "

ତେବେ ଫିଲ୍ମର ସ୍ୱତନ୍ତ୍ର ସ୍କ୍ରିନିଂ କେଉଁଠାରେ ହେବ ତାହା ଏପର୍ଯ୍ୟନ୍ତ ଜଣାପଡିନାହିଁ । ଏହି ଚଳଚ୍ଚିତ୍ରରେ ଅକ୍ଷୟ କୁମାର ସମ୍ରାଟ ପୃଥ୍ବୀରାଜ ଚୌହାନ ଭୂମିକାରେ ଅଭିନୟ କରୁଥିବାବେଳେ ମାନୁଷୀ ଚିଲ୍ଲର ତାଙ୍କ ପତ୍ନୀ ରାଜକୁମାରୀ ସଂୟୋଗିତାଙ୍କ ଚରିତ୍ରରେ ଅଭିନୟ କରୁଛନ୍ତି । ଏହି ଚଳଚ୍ଚିତ୍ର ସହିତ ମାନୁଷୀ ବଲିଉଡରେ ଡେବ୍ୟୁ କରୁଛନ୍ତି । ଏହି ଚଳଚ୍ଚିତ୍ରଟି ଜୁନ୍ 3ତାରିଖ ଦିନ ହିନ୍ଦୀ, ତାମିଲ ଏବଂ ତେଲୁଗୁ ଭାଷାରେ ରିଲିଜ୍ ହେବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details