ଓଡିଶା

odisha

NGTଙ୍କ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ, କେବଳ ୩୪ ଏକର ଜମିରେ ହେବ ବାଲିଯାତ୍ରା

By

Published : Sep 23, 2022, 12:44 PM IST

Updated : Sep 23, 2022, 12:52 PM IST

ମହାନଦୀ ପଠା ପୋତାଯିବା ମାମଲାରେ ଏନଜିଟିଙ୍କ ଗୁରୁତ୍ବପୂର୍ଣ୍ଣ ରାୟ । କେବଳ ୩୪ ଏକର ଜମିରେ ହେବ ବାଲିଯାତ୍ରା । ଅଧିକ ପଢନ୍ତୁ

NGTଙ୍କ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ, କେବଳ ୩୪ ଏକର ଜମିରେ ହେବ ବାଲିଯାତ୍ରା
NGTଙ୍କ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ, କେବଳ ୩୪ ଏକର ଜମିରେ ହେବ ବାଲିଯାତ୍ରା

କଟକ: ମହାନଦୀ ପଠା ପୋତାଯିବା ମାମଲାରେ ଏନଜିଟି(National Green Tribunal) ଗୁରୁତ୍ବପୂର୍ଣ୍ଣ ରାୟ ପ୍ରଦାନ କରିଛନ୍ତି । କେବଳ ୩୪ ଏକରର ଜମିରେ ସୀମିତ ରହିବ ବାଲିଯାତ୍ରା । ଅବଶିଷ୍ଟ ୩୯୨ ଏକରରେ ଜଙ୍ଗଲ ସୃଷ୍ଟି ହେବ ବୋଲି କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । କୋର୍ଟଙ୍କ ରାୟ ଅନୁଯାୟୀ, ୩୪ ଏକର ପରିମିତ ବାଲିଯାତ୍ରା ପଡିଆର ଆଉ ସଂପ୍ରସାରଣ ହୋଇପାରିବ ନାହିଁ । ଏଥିସହିତ କୌଣସି ପ୍ରକାର ବ୍ୟାବସାୟିକ କାର୍ଯ୍ୟକୁ ମଧ୍ୟକୁ ମଧ୍ୟ ଅନୁମତି ଦିଆଯିବ ନାହିଁ ।

କେବଳ ୩୪ ଏକର ଜମିରେ ହେବ ବାଲିଯାତ୍ରା

ସମଗ୍ର ୪୨୬ ଏକର ଜମି ଉପରେ କୌଣସି ପ୍ରକାର କଂକ୍ରିଟ ନିର୍ମାଣ ହୋଇ ପାରିବ ନାହିଁ ବୋଲି ରାୟରେ ସ୍ପଷ୍ଟ ରହିଛି । ଉକ୍ତ ଅଞ୍ଚଳ ‘ଫ୍ଲଡପ୍ଲେନ୍ ଜୋନ୍’ରେ ପୋତା ଯାଇଥିବା ଅଞ୍ଚଳରେ ନିର୍ମାଣ ସଂପର୍କିତ ମାଷ୍ଟରପ୍ଲାନ୍ ଗ୍ରହଣୀୟ ନୁହେଁ । ମହାନଦୀ ଶଯ୍ୟା ବେଆଇନ ଉଲ୍ଲଘଂନ ବୋଲି ଏନ୍‌ଜିଟି କହିଛନ୍ତି । ସବୁ ପ୍ରକାର ପ୍ରତିଷେଧକ ବ୍ୟବସ୍ଥା ଗ୍ରହଣ କରି ବାଲିଯାତ୍ରା ଆୟୋଜନ କରାଯିବ । ପରିମଳ, ସ୍ଵଚ୍ଛତା ଓ ସ୍ବାସ୍ଥ୍ୟରକ୍ଷା ପ୍ରସଙ୍ଗରେ ରହିଥିବା ପ୍ରତିଷେଧକ ବ୍ୟବସ୍ଥା ପାଳନ କରି ବାଲିଯାତ୍ରା ୩୪ ଏକର ଜମିରେ ଆୟୋଜନ କରାଯିବ ବୋଲି କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଅବଶିଷ୍ଟ ୩୯୨ ଏକର ଜମି ଉପରେ ଜଙ୍ଗଲ ସୃଷ୍ଟି ଉପରେ ଏନଜିଟି ଗୁରୁତ୍ବାରୋପ କରିଛନ୍ତି ।

ସ୍ଥାନୀୟ ପ୍ରଜାତିର ଗଛ ଏହି ଜମିରେ ଲଗାଯିବ । ଏହି ଅଞ୍ଚଳକୁ ଏକ ବାୟୋଲୋଜିକାଲ୍ ପାର୍କରେ ରୂପାନ୍ତରିତ କରାଯିବ । ଏହି ଜମିକୁ କୌଣସି ପ୍ରକାର ବ୍ୟବସାୟିକ କାର୍ଯ୍ୟରେ ବ୍ୟବହାର କରାଯିବ ନାହିଁ ବୋଲି ଏନ୍‌ଜିଟି ନିର୍ଦ୍ଦେଶ ଦେଇଛନ୍ତି । ଆହୁରି ମଧ୍ୟ ସ୍ପଷ୍ଟ କରିଛନ୍ତି ଯେ, ପୋତାଯାଇଥିବା ଜମିରୁ ଦୁଇ ତୃତୀୟାଂଶ ଘଞ୍ଚ ଜଙ୍ଗଲରେ ରୂପାନ୍ତରିତ କରାଯିବ । ଅବଶିଷ୍ଟ ଏକ ତୃତୀୟାଂଶରେ ପାର୍କ, ଖେଳପଡ଼ିଆ କରାଯାଇପାରିବ । ଏନ୍‌ଜିଟି ଏହି ସମ୍ପର୍କିତ ମାମଲାର ଶୁଣାଣି କରି ଏକ ୭ଜଣିଆ ବିଶେଷଜ୍ଞ କମିଟି ଗଠନ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ଏହି କମିଟି ମହାନଦୀ ପଠା ଓ ବାଲିଯାତ୍ରା ପଡ଼ିଆ ପରିଦର୍ଶନ କରି ଏନ୍‌ଜିଟିରେ ରିପୋର୍ଟ ଦାଖଲ କରିଥିଲା ।

ଏହାମଧ୍ୟ ପଢନ୍ତୁ:ସ୍ବାମୀଙ୍କ ମୃତ୍ୟୁର 52 ବର୍ଷ ପରେ ସ୍ତ୍ରୀଙ୍କୁ ମିଳିଲା ପେନସନ

ରିପୋର୍ଟରେ ମହାନଦୀ ପଠା ପୋତାଯିବା ଯୋଗୁଁ କଟକ ଉପକଣ୍ଠରେ ଥିବା ୩୮ଟି ଗ୍ରାମକୁ ବନ୍ୟା ବିପଦ ରହିଛି ବୋଲି ଉଲ୍ଲେଖ କରାଯାଇଥିଲା । ଏଥିସହିତ ମହାନଦୀ ପଠାର ଯେଉଁ ୪୨୬ ଏକର ଜମି ପୋତା ଯାଇଛି, ସେଠାରୁ ବାଲି କାଢି ପୂର୍ବ ଅବସ୍ଥା ଫେରାଇ ଆଣିବା ପାଇଁ କମିଟି ରିପୋର୍ଟରେ ଉଲ୍ଲେଖ କରାଯାଇଥିଲା । ଅଞ୍ଚଳରେ ସବୁଜ ବଳୟ ସୃଷ୍ଟି ଦ୍ବାରା ମହାନଦୀର ଜଳ ପ୍ରବାହ ପୂର୍ବାବସ୍ଥାକୁ ଫେରି ଆସିବ ବୋଲି କୁହାଯାଇଥିଲା । ପୋତାଯିବା ଦ୍ଵାରା କଟକ ଉପକଣ୍ଠରେ ରହିଥିବା ୩୮ଟି ଗ୍ରାମ ପ୍ରତି ବନ୍ୟା ବିପଦ ରହିଥିବାରୁ ସରକାର ଏ ଦିଗରେ ଆବଶ୍ୟକ ସୁରକ୍ଷା ପ୍ରସଙ୍ଗରେ ପଦକ୍ଷେପ ସରକାର ଗ୍ରହଣ କରିବେ ବୋଲି ଏନ୍‌ଜିଟି ନିର୍ଦ୍ଦେଶ ଦେଇଛନ୍ତି ।

ବାଲିଯାତ୍ରା ମାମଲାରେ ଏନଜିଟିଙ୍କ ରାୟ ଉପରେ ପ୍ରତିକ୍ରିୟା ରଖିଛନ୍ତି କଟକ ଜିଲ୍ଲାପାଳ ଭବାନୀ ଶଙ୍କର ଚୟିନୀ । ଜିଲ୍ଲାପାଳ କହିଛନ୍ତି ଯେ,''ଏନଜିଟି ବାଲିଯାତ୍ରା ପାଇଁ ଅନୁମତି ଦେଇଛନ୍ତି । ବାଲିଯାତ୍ରାକୁ ସରସ ଓ ସୁନ୍ଦର କରିବାକୁ ଆମ ପାଖରେ କୌଣସି ଅସୁବିଧା ନାହିଁ । ସବୁଜ ବଳୟ ନେଇ ଏନଜିଟିଙ୍କ ନିର୍ଦ୍ଦେଶରେ ସବୁ କାମ ହେବ ।''

ଇଟିଭି ଭାରତ, କଟକ

Last Updated :Sep 23, 2022, 12:52 PM IST

ABOUT THE AUTHOR

...view details