ETV Bharat / city

ଦାବି ପୂରଣ ନେଇ ସମ୍ବଲପୁରରୁ ଦଣ୍ଡବତ ପ୍ରଣାମ କରି ନବୀନ ନିବାସ ଅଭିମୁଖେ ଡ୍ରାଇଭର ମହାସଂଘ

author img

By

Published : Oct 19, 2022, 1:21 PM IST

drivers union marched from sambalpur towards naveen nivas
ଦାବି ପୂରଣ ନେଇ ସମ୍ବଲପୁରରୁ ଦଣ୍ଡବତ ପ୍ରଣାମ କରି ନବୀନ ନିବାସ ଅଭିମୁଖେ ଡ୍ରାଇଭର ମହାସଂଘ

9 ଦଫା ଦାବି ପୂରଣ ନେଇ ଦଣ୍ଡବତ ପ୍ରଣାମ କରି ସମ୍ବଲପୁରରୁ ନବୀନ ନିବାସ ଅଭିମୁଖେ ଡ୍ରାଇଭର ମହାସଂଘ । ଅଧିକ ପଢ଼ନ୍ତୁ

ସମ୍ବଲପୁର: ପୁଣି ନବୀନ ନିବାସ ଅଭିମୁଖେ ବାହାରିଲେ ଓଡିଶା ଡ୍ରାଇଭର ମହାସଂଘ । ପୂର୍ବରୁ ଆନ୍ଦୋଳନ ପରେ ସରକାର ପ୍ରତିଶୃତି ଦେଇ ରଖି ନଥିବାରୁ ଏଥର ଦଣ୍ଡବତ ପ୍ରଣାମ କରି କରି ସମ୍ବଲପୁରର ସମଲେଶ୍ୱରୀ ମନ୍ଦିରରୁ ନବୀନ ନିବାସ ଅଭିମୁଖେ ବାହାରିଲେ ଓଡିଶା ଡ୍ରାଇଭର ମହାସଂଘର ସଦସ୍ୟ ।

ପ୍ରତିଶୃତି ପାଳନ ନକରିବାରୁ ଓଡିଶା ଡ୍ରାଇଭର ମହାସଂଘ ଏଭଳି ଅଭିନବ ଉପାୟରେ ରାଜ୍ୟ ସରକାରଙ୍କୁ ଦାବି ଜଣେଇବାକୁ ଯାଉଛି । ସଂଘର 9 ଦଫା ଦାବି ଆଜି ପର୍ଯ୍ୟନ୍ତ ପୂରଣ ହୋଇ ନଥିବାରୁ ସମ୍ବଲପୁରରୁ ଦଣ୍ଡବତ ପ୍ରଣାମ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବାସ ଭାବନ ମୁହାଁ ହେଲେ ଶହଶହ ଡ୍ରାଇଭର ମହାସଂଘ । ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ମା' ସମଲେଶ୍ୱରୀଙ୍କ ପୂଜାର୍ଚ୍ଚନା କରି ଆଶୀର୍ବାଦ ନେଇ ପୁଣି ଭୁବନେଶ୍ୱର ଅଭିମୁଖେ ଯାତ୍ରା କରିଛନ୍ତି । ଏନେଇ ଡ୍ରାଇଭର ସଂଘ ସଦସ୍ୟ କହିଛନ୍ତି, " ଦୀର୍ଘ ସମୟ ବିତି ଯାଇଥିଲେ ମଧ୍ୟ ସରକାର ସଂଘର ଦାବି ପୂରଣ କରୁ ନାହାନ୍ତି । ଆଜି ପର୍ଯ୍ୟନ୍ତ କୌଣସି ଦାବି ପୂରଣ ହୋଇ ନ ଥିବାରୁ ବାଧ୍ୟ ହୋଇ ଭୂମିରେ ଦଣ୍ଡବତ ପ୍ରଣାମ କରି କରି ଭୁବନେଶ୍ୱର ଯାଇ ମୁଖ୍ୟମନ୍ତ୍ରୀଙ୍କ ବାସ ଭବନ ଯାଏ ସିଧାସଳଖ ପ୍ରଶ୍ନ ପଚାରିବୁ। "

ଏହା ମଧ୍ୟ ପଢ଼ନ୍ତୁ: ବ୍ୟବସାୟୀଙ୍କ ଡିକିରୁ 11 ଲକ୍ଷ ଲୁଟ ଘଟଣା, ମହିଳା ଅଭିଯୁକ୍ତ ଗିରଫ

ପୂର୍ବରୁ ମଧ୍ୟ ସମାନ ଢଙ୍ଗରେ ସମଲେଶ୍ୱରୀଙ୍କ ଆଶୀର୍ବାଦ ସହ 9 ଦଫା ଦାବି ନେଇ ଚାଲି ଚାଲି ଭୁବନେଶ୍ୱର ଯାଇ ବିଧାନସଭା ଘେରାଉ କରିଥିଲେ । ଏଥର ପୁଣି ଥରେ ସେମାନେ ଦଣ୍ଡ ପ୍ରଣାମ କରି ନବୀନ ନିବାସ ମୁହାଁ ହେଉଛନ୍ତି । ଡ୍ରାଇଭର ମହାସଂଘର 9 ଦଫା ଦାବିରେ ମୁଖ୍ୟତଃ ଡ୍ରାଇଭରଙ୍କର ସାମାଜିକ ସୁରକ୍ଷା, 1000/150 କିଲୋମିଟର ବ୍ୟବଧାନରେ ଡ୍ରାଇଭରଙ୍କ ପାଇଁ ରେଷ୍ଟ ହାଉସ, ବୀମା ସୁବିଧା ପ୍ରଭୃତି ରହିଛି ।

ଇଟିଭି ଭାରତ, ସମ୍ବଲପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.