ETV Bharat / city

କର୍ପୋରେଟର-ପୂଜା କମିଟିର ଅଭିଯୋଗ,ବ୍ୟବସ୍ଥାରେ ଫେଲ ମାରିଛି CMC

author img

By

Published : Oct 20, 2022, 7:47 AM IST

complaint aganist cmc
ଅଭିଯୋଗ ଆଣିଲେ କର୍ପୋରେଟର-ପୂଜା କମିଟି, ବ୍ୟବସ୍ଥାରେ ଫେଲ ମାରିଛି ସିଏମସି

ବୈଠକ ପରେ ବୈଠକ କରୁଛି ସିଏମସି । ହେଲେ କାର୍ଯ୍ୟ କରିବାରେ ବିଫଳ ହୋଇଛି । ଏମିତି କିଛି କହି କଟକ ମହାମଗର ନିଗମ ବିରୋଧରେ ବ୍ୟବସ୍ଥାରେ ବିଫଳ ହୋଇଥିବା ଅଭିଯୋଗ ଆସିଛି । ଅଧିକ ପଢନ୍ତୁ

କଟକ: ସିଏମସି ନାଁରେ ଅଭିଯୋଗ । ଧୂଆଁବାଣ ମାରୁଛି କଟକ ମହାନଗର ନିଗମ । ବୈଠକ ପରେ ବୈଠକ କରୁଛି ସିଏମସି । ହେଲେ କାର୍ଯ୍ୟ କରିବାରେ ବିଫଳ ହୋଇଛି । ଏମିତି କିଛି କହି କଟକ ମହାମଗର ନିଗମ ବିରୋଧରେ ବ୍ୟବସ୍ଥାରେ ବିଫଳ ହୋଇଥିବା ଅଭିଯୋଗ ଆଣିଛନ୍ତି କର୍ପୋରେଟର ଏବଂ ପୂଜା କମିଟି ।

complaint aganist cmc

ଦୁର୍ଗା ପୂଜା ସମୟରେ କାମ ହେବା କଥା ମାତ୍ର କାଳି ପୂଜାରେ ତାହା ହେବା ନେଇ ସନ୍ଦେହ ସୃଷ୍ଟି ହୋଇଛି । ବୈଠକ ପରେ ବୈଠକ ହେଉଛି । ହେଲେ ନିଷ୍କର୍ସ ସମ୍ପୂର୍ଣ୍ଣ ଶୂନ୍ୟ । ରାସ୍ତା ଘାଟ, ଜଳ ଯୋଗାଣ, ଇତ୍ୟାଦି ପ୍ରମୁଖ ବ୍ୟବସ୍ଥାରେ ଫେଲ ମାରିଛି ସିଏମସି । ଯାହାକୁ ନେଇ ଅଭିଯୋଗ କରିଛନ୍ତି କର୍ପୋରେଟର ଓ ପୂଜା କମିଟି । କେବଳ ଖାତା କଲମରେ ରହୁଛି ସିଲଭର ସିଟିର ବିକାଶ ଚିତ୍ର। ପାର୍ବଣ ଦୁର୍ଗା ପୂଜା ସମୟରେ କଟକରେ ଅନେକ ବିକାଶର ଚିତ୍ର ଆଙ୍କିଥିଲା ସିଏମସି । ହେଲେ ତାହାର ବାସ୍ତବ ଚିତ୍ର କଣ ତାହା କାହାକୁ ଅଛପା ନାହିଁ । କାମରେ ସିଏମସି ସମ୍ପୂର୍ଣ୍ଣ ଫେଲ ମାରିଥିବା ଅଭିଯୋଗ କରିଛନ୍ତି କର୍ପୋରେଟର ଓ ପୂଜା କମିଟି ।

ଏହା ବି ପଢନ୍ତୁ...ନୃଶଂସ ସ୍ବାମୀର ଉନ୍ମକ୍ତ କାଣ୍ଡ, ସ୍ତ୍ରୀ ନଫେରିବାରୁ ଶ୍ବଶୁର ଘର ଲୋକଙ୍କୁ ଜୀଅନ୍ତା ଜାଳିଦେଲା

ପୂଜା ସମୟରେ କଟକର ରାସ୍ତା ଘାଟର ସମ୍ପୂର୍ଣ୍ଣ ମରାମତି ହୋଇପାରିନାହିଁ । ପରିମଳ ବ୍ୟବସ୍ଥା ତ ଦୂରର କଥା । ଭସାଣି ସମୟରେ ରାସ୍ତାରେ ପାଣିର ଲହଡି ମାରିଥିଲା ଫଳରେ ଭସାଣି କାର୍ଯ୍ୟରେ ବାଧା ଉପୁଜିଥିଲା । ସମସ୍ୟାର ସମାଧାନରେ ସିଏମସି ବିଫଳତା ପାଇଁ ଏପରି ଘଟିଥିଲା । ତେବେ ଏହି ବ୍ୟବସ୍ଥା ମଧ୍ୟରେ ବୈଠକ ଉପରେ ବୈଠକର ନିର୍ଯ୍ୟାସ ସମ୍ପୂର୍ଣ୍ଣ ଶୂନ ବୋଲି କହିଛନ୍ତି ପୂଜା କମିଟି ସଦସ୍ୟ ଓ କର୍ପୋରେଟର । କିଛି ମାତ୍ରାରେ କାର୍ଯ୍ୟ କରି ବସିଛି ସିଏସି । ଦଶହରାରେ ଯେଉଁ ଭଳି ସମ୍ପୂର୍ଣ୍ଣ କାର୍ଯ୍ୟ ହେବା କଥା ସେହି ପରି ହୋଇନଥିବା କହିଛନ୍ତି କର୍ପୋରେଟର ସନ୍ତୋଷ ଭୋଳ । କାଳି ପୂଜା ଆସୁଥିବାରୁ ପୁଣି ବୈଠକ ଡାକି ମେୟର ବୈଠକ ଡାକି କାମ ଶେଷ କରିବାକୁ ପ୍ରତିଶ୍ରୁତି ଦେଉଛନ୍ତି ହେଲେ ତାହା କାମରେ ହେବା ସାର ହୋଇଛି ବୋଲି କହିଛନ୍ତି କର୍ପୋରେଟର । ସମସ୍ୟା ନେଇ ଲୋକ ଅଭିଯୋଗ ଆଣିଛନ୍ତି । ଖୁବ ଶୀଘ୍ର କାର୍ଯ୍ୟ ଶେଷ କରିବାକୁ କମିଟିରେ ଦାବି ରଖାଯାଇଥିବା କହିଛନ୍ତି କର୍ପୋରେଟର ସନ୍ତୋଷ ଭୋଳ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.