ETV Bharat / bharat

ନୃଶଂସ ସ୍ବାମୀର ଉନ୍ମକ୍ତ କାଣ୍ଡ, ସ୍ତ୍ରୀ ନଫେରିବାରୁ ଶ୍ବଶୁର ଘର ଲୋକଙ୍କୁ ଜୀଅନ୍ତା ଜାଳିଦେଲା

author img

By

Published : Oct 19, 2022, 1:25 PM IST

cruel husband went to his in-laws house and burnt his family alive in jalandhar
ନୃଶଂସ ସ୍ବାମୀର ଉନ୍ମକ୍ତ କାଣ୍ଡ, ସ୍ତ୍ରୀ ନଫେରିବାରୁ ଶ୍ବଶୁର ପରିବାରକୁ ଜିଅନ୍ତା ଜାଳିଦେଲା

ପଞ୍ଜାବର ଜଳନ୍ଧର ଜିଲ୍ଲା ମେହେଟପୁର ଅଞ୍ଚଳରେ ଲୋମଟାଙ୍କୁରା ଘଟଣା । ପତ୍ନୀ ଘରକୁ ନଫେରିବାରୁ ଶ୍ବଶୁର ଘରର ସମସ୍ତ ପରିବାରକୁ ଜୀବନ୍ତ ଜାଳିଦେଲା ଜ୍ବାଇଁ । ଅଧିକ ପଢ଼ନ୍ତୁ

ଚଣ୍ଡିଗଡ଼: ନୃଶଂସତାର ସୀମା ଟପିଲା ସଇତାନ ସ୍ବାମୀ । ପତ୍ନୀ ଘରକୁ ନଫେରିବାରୁ ଶ୍ବଶୁର ଘରର ସମସ୍ତ ପରିବାରକୁ ଜୀବନ୍ତ ଜାଳିଦେଲା ଜ୍ବାଇଁ । ପଞ୍ଜାବର ଜଳନ୍ଧର ଜିଲ୍ଲା ମେହେଟପୁର ଅଞ୍ଚଳରେ ଏଭଳି ଏକ ଚାଞ୍ଚଲ୍ୟକର ଘଟଣା ଘଟିଛି । ଏଥିରେ ପତ୍ନୀ ସମେତ ପରିବାରର 6 ଜଣଙ୍କ ମୃତ୍ୟୁ ହୋଇଛି । ଘଟଣାସ୍ଥଳରୁ ଅଭିଯୁକ୍ତ ସ୍ବାମୀ ଫେରାର ଥିବାବେଳେ ପୋଲିସ ତଦନ୍ତ ଜାରି ରଖିଛି ।

ସୂଚନା ଅନୁଯାୟୀ, ମେହେଟପୁର ଅଞ୍ଚଳ ବାସିନ୍ଦା ପରମଜିତ କୌର ନାମ ଜଣେ 28 ବର୍ଷୀୟ ମହିଳା ଅତ୍ୟନ୍ତ ଗରିବ ଅଟନ୍ତି । ତାଙ୍କ ପିତା ଶ୍ରମିକ ଭାବେ କାର୍ଯ୍ୟ କରୁଥିଲେ । ପରମଜିତ କୌରଙ୍କ ଦୁଇଟି ସନ୍ତାନ ରହିଛି । ପ୍ରଥମ ସ୍ବାମୀଙ୍କ ମୃତ୍ୟୁ ପରେ ତାଙ୍କ ପିତା ନିକଟସ୍ଥ ଖୁରସାଇଡପୁର ଗ୍ରାମର କାହଲନ ନାମକ ବ୍ୟକ୍ତି ସହ ବିବାହ କରାଇଥିଲେ । ପରମଜିତ ନିଜ ଦୁଇ ସନ୍ତାନକୁ ନେଇ ସ୍ବାମୀ ପାଖରେ ରହିଥିଲେ । କିଛି ଦିନପରେ ସ୍ବାମୀ ଲଗାତାର ପିଲାଙ୍କୁ ମାରପିଟ କରୁଥିଲେ ଏବଂ ସେମାନଙ୍କୁ ଛାଡ଼ିଦେବା ପାଇଁ ପତ୍ନୀଙ୍କୁ ବାଧ୍ୟ କରୁଥିଲେ । ଏନେଇ ଉଭୟଙ୍କ ମଧ୍ୟରେ ଅନେକ ସମୟ ଧରି ଯୁକ୍ତିତର୍କ ହୋଇଥିଲା । ଏହାପରେ ପିଲାଙ୍କୁ ନେଇ ପରମଜିତ ବାପାଙ୍କ ଘରକୁ ଚାଲିଯାଇଥିଲେ । ସ୍ବାମୀ ତାଙ୍କୁ ଘରକୁ ଫେରିବା ପାଇଁ ବାଧ୍ୟ କରୁଥିଲେ । ମାତ୍ର ପରମଜିତ ଫେରି ନଥିଲେ।

ଏହା ମଧ୍ୟ ପଢ଼ନ୍ତୁ: ଚାଞ୍ଚଲ୍ୟ ! 20 ହଜାର ଟଙ୍କାରେ ନବଜାତ ଶିଶୁ କନ୍ୟାକୁ ବିକିଦେଲେ ଦମ୍ପତି

ଏଥିରେ ଉତ୍ତ୍ୟକ୍ତ ହୋଇ ବିଳମ୍ବିତ ରାତିରେ କାହଲନ କିଛି ସହକର୍ମୀଙ୍କ ସହ ମିଶି ଶ୍ବଶୁର ଘରେ ପହଞ୍ଚିଥିଲେ । ଅଭିଯୁକ୍ତ ସ୍ବାମୀ ପ୍ରଥମେ ଘର ଚାରିପଟେ ପେଟ୍ରୋଲ ସ୍ପ୍ରେ କରିଥିଲେ । ଏହାପରେ ସେଠାରେ ନିଆଁ ଲଗାଇ ଦେଇଥିଲେ । ଏତିକିରେ ତାଙ୍କ ନୃଶଂସ ପଣିଆ ଶେଷ ହୋଇନଥିଲା । ନିଆଁ ଜଳିବା କ୍ଷଣି ଘର ବାହାରୁ ତାଲା ପକାଇ ଦେଇଥିଲେ । ଏହି ଘଟଣାରେ ପରମଜିତ ତାଙ୍କର ଦୁଇଟି ସନ୍ତାନ, ପିତାମାତାଙ୍କ ସମେତ 6 ଜଣଙ୍କ ମୃତ୍ୟୁ ହୋଇଛି । ଖବର ପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚି ମୃତଦେହ ଉଦ୍ଧାର କରି ତଦନ୍ତ ଜାରି ରଖିଛି । ଘଟଣାସ୍ଥଳରୁ ଅଭିଯୁକ୍ତ ସ୍ବାମୀ ଏବଂ ସହକର୍ମୀ ଫେରାର ଥିବାବେଳେ ପୋଲିସ ସେମାନଙ୍କୁ ଖୋଜୁଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.