ଓଡିଶା

odisha

ମିଳୁନି ଚାକିରି, ପାଣିଟାଙ୍କି ଉପରକୁ ଚଢି ମହିଳା ପ୍ରଶିକ୍ଷକଙ୍କ ଆତ୍ମାହୁତି ଚେତାବନୀ

By

Published : Oct 5, 2022, 6:53 PM IST

ପାଣି ଟାଙ୍କି ଉପରକୁ ଚଢ଼ି ଦାବି କଲେ ଦୁଇଜଣ ଶାରୀରିକ ମହିଳା ପ୍ରଶିକ୍ଷକ ବା PT ପ୍ରଶିକ୍ଷକ(women climb on water tank in Punjab ) । ଦୁଇ ମହିଳା ପଞ୍ଜାବର ଆପ୍‌ ସରକାର ବିରୋଧରେ ଏଭଳି ପ୍ରତିବାଦ କରିଛନ୍ତି । ଅଧିକ ପଢ଼ନ୍ତୁ

two teachers climb on water tank protesting against Punjab government
ମିଳୁନି ଚାକିରି, ପାଣିଟାଙ୍କି ଉପରକୁ ଚଢ଼ି ମହିଳା ପ୍ରଶିକ୍ଷକଙ୍କ ଆତ୍ମାହୁତି ଚେତାବନୀ

ଚଣ୍ଡିଗଡ଼: ଚାକିରି ପାଇଁ ପାଣି ଟାଙ୍କି ଉପରକୁ ଚଢ଼ି ଦାବି କଲେ ଦୁଇଜଣ ଶାରୀରିକ ମହିଳା ପ୍ରଶିକ୍ଷକ ବା PT ପ୍ରଶିକ୍ଷକ । ଦୁଇ ମହିଳା ପଞ୍ଜାବର ଆପ୍‌ ସରକାର ବିରୋଧରେ ଏଭଳି ପ୍ରତିବାଦ କରିଛନ୍ତି(women climb on water tank in Punjab) । ଚାକିରି ଦେବା ପ୍ରତିଶୃତି ଦେଇ ସରକାର ପୂରଣ କରୁନଥିବା ଅଭିଯୋଗ କରିଛନ୍ତି ଦୁଇ ମହିଳା ।

ବୁଧବାର ମୋହାଲିରେ ଦୁଇ ମହିଳା ଅଚାନକ ସ୍ଥାନୀୟ ଏକ ପାଣିଟାଙ୍କି ଉପରକୁ ଚଢ଼ି ଆତ୍ମାହୁତି ଦେବାକୁ ଚେତାବନୀ ଦେଇଛନ୍ତି । ଉଭୟ ମହିଳା ଜଣେ ଶାରୀରିକ ମହିଳା ପ୍ରଶିକ୍ଷକ ବା PT ପ୍ରଶିକ୍ଷକ ବୋଲି ଜଣା ପଡ଼ିଛି । ଚାକିରି ଦେବାକୁ ପ୍ରତିଶୃତି ପଞ୍ଜାବ୍‌ରେ ଆପ୍‌ ସରକାର ଗଢ଼ଥିଲା । ଆପ୍‌ ସରକାର ଆସି ୭ ମାସ ବିତି ଯାଇଥିଲେ ସୁଦ୍ଧା ସ୍କୁଲ୍‌ରେ ପିଟି ପ୍ରଶିକ୍ଷକ ପଦବୀ ପୂରଣ କରାଯାଉନଥିବା ଅଭିଯୋଗ ହୋଇଛି ।

ଏହାକୁ ନେଇ ଜଣେ ପ୍ରଶିକ୍ଷକ ସିପି ଶର୍ମା କହିଛନ୍ତି, "ଏହାପୂର୍ବରୁ ପଞ୍ଜାବରେ ଯେଉଁ ସରକାର ଥିଲା ସେ ଆମକୁ ଚାକିରି ଦେବ କହି ଠକିଥିଲା । ସେହି ସମୟରେ ଆପ୍‌ ସମସ୍ତ ଯୋଗ୍ୟ ଆଶାୟୀଙ୍କୁ ଚାକିରି ଦେବାକୁ ପ୍ରତିଶୃତି ଦେଇ ସରକାର ଗଠନ କରିଛି । କିନ୍ତୁ ୭ ମାସ ବିତି ଯାଇଥିଲେ ସୁଦ୍ଧ ବର୍ତ୍ତମାନ ବି ଆମକୁ କେବଳ ପ୍ରତିଶୃତି ମିଳୁଛି ।"

ଗତ ଅଗଷ୍ଟ ମାସରେ ପଞ୍ଜାବର ମାନ୍‌ ସରକାର ପଞ୍ଜାବରେ ପ୍ରାୟ ୧୮ ହଜାର ଆଶାୟୀଙ୍କୁ ସରକାରୀ ନିଯୁକ୍ତି ପତ୍ର ପ୍ରଦାନ କରିଥିଲା । ୫ ମଧ୍ୟରେ ନିଯୁକ୍ତି ପତ୍ର ପ୍ରଦାନକୁ ଏକ ସଫଳତା ବୋଲି କହିଥିଲେ ଭାଗୱନ୍ତ ମାନ୍‌ । ଏହାପୂର୍ବରୁ ଶପଥ ଗ୍ରହଣ ସମାରୋହ ପର ବୈଠକରେ ସରକାର ୨୫ ହଜାର ସରକାରୀ ଚାକିରିକୁ ଅନୁମୋଦନ କରିଥିଲେ । ସରକାର ଗଠନର ମାତ୍ର ଗୋଟିଏ ମାସ ମଧ୍ୟରେ ୨୫ ହଜାର ସରାକାରୀ ଚାକିରି ଅନୁମୋଦିତ ହୋଇଥିଲା ।

ପାଣିଟାଙ୍କି ଉପରେ ଚଢ଼ି ପ୍ରତିବାଦ କରୁଥିବା ଦୁଇ ମହିଳାଙ୍କ ସହ ଆଲୋଚନା କରିବାକୁ ପ୍ରଶାସନ ଚେଷ୍ଟା ଜାରି ରଖିଛି । ତେବେ ଦାବି ପୂରଣ ନହେବା ଯାଏଁ ଉଭୟ ତଳକୁ ଓହ୍ଲାଇବେ ନାହିଁ ରୋକଠୋକ୍‌ କହିଛନ୍ତି । ଗତ ଏକ ବର୍ଷ ଧରି ଖଣ୍ଡିଏ ଚାକିରି ପାଇଁ ଉଭୟ ଦାବି କରି ଆସୁଥିଲେ ସୁଦ୍ଧା କୌଣସି ଲାଭ ହୋଇନାହିଁ ।

ABOUT THE AUTHOR

...view details