ଓଡିଶା

odisha

ଟାଟୁରେ ୱିଲ୍‌ ସ୍ମିଥଙ୍କ ଚାପୁଡା କାଣ୍ଡ, ଭିଡିଓ ଭାଇରାଲ

By

Published : Apr 1, 2022, 12:41 PM IST

ଟାଟୁରେ ୱିଲ ସ୍ମିଥଙ୍କ ଚାପୁଡା କାଣ୍ଡକୁ ରିକ୍ରିଏଟ୍‌ କରିଛନ୍ତି ଜଣେ ଟାଟୁ କଳାକାର। ନ୍ୟୁ ଜର୍ସିର ଓସ୍କାର ଆଗିଲାର ନାମକ ଜଣେ ଟାଟୁ କଳାକାର ତାଙ୍କ ଇନଷ୍ଟାଗ୍ରାମରେ ଏକ ନିଆରା ଟାଟୁର ଭିଡିଓ ସେୟାର କରିଛନ୍ତି। ଅଧିକ ପଢନ୍ତୁ

ଟାଟୁରେ ୱିଲ୍‌ ସ୍ମିଥଙ୍କ ଚାପୁଡା କାଣ୍ଡ, ଭିଡିଓ ଭାଇରାଲ
ଟାଟୁରେ ୱିଲ୍‌ ସ୍ମିଥଙ୍କ ଚାପୁଡା କାଣ୍ଡ, ଭିଡିଓ ଭାଇରାଲ

ହ‌ାଇଦ୍ରାବାଦ: ସରିଲାଣି ଓସ୍କାର ସମାରୋହ, କିନ୍ତୁ ସରୁନି ଚର୍ଚ୍ଚା। ଓସ୍କାର ଆୱାର୍ଡ ବିଜେତା ୱିଲ ସ୍ମିଥଙ୍କ ଚାପୁଡା କାଣ୍ଡକୁ ନେଇ ଏବେବି ପୂରା ବିଶ୍ୱରେ ଚର୍ଚ୍ଚା ଜାରି ରହିଛି। ଓସ୍କାର ସମାରୋହରେ ଅଭିନେତା ତଥା କମେଡିଆନ୍ କ୍ରିସ୍ ରକ୍‌ଙ୍କୁ ୱିଲ୍ ସ୍ମିଥ ଯେଉଁଭଳି ଭାବେ ଚାପୁଡା ମାରିଥିଲେ ତାହା ସମସ୍ତଙ୍କୁ ଚକିତ କରିଦେଇଥିଲା ।

ତେବେ ଏହି ଘଟଣାକୁ ନେଇ ସୋସିଆଲ ମିଡିଆରେ ଜୋରସୋର ଚର୍ଚ୍ଚା ଚାଲିଛି। ଏହାରି ଭିତରେ ସାମ୍ନାକୁ ଆସିଛି ଏକ ଗଜବ ଫଟୋ। ଟାଟୁ ମାଧ୍ୟମରେ ସ୍ମିଥଙ୍କ ଚାପୁଡା କାଣ୍ଡକୁ ପୁଣି ରିକ୍ରିଏଟ୍‌ କରିଛନ୍ତି ଜଣେ ଟାଟୁ କଳାକାର। ଏହି ଘଟଣାକୁ ତିନି-ଚାରି ଦିନ ବିତି ଯାଉଥିଲେ ସୁଦ୍ଧା ୱିଲ ସ୍ମିଥ ଚାପୁଡା ଘଟଣାକୁ ନେଇ ଚର୍ଚ୍ଚା ବନ୍ଦ ହେଉନି।

ନ୍ୟୁ ଜର୍ସିର ଓସ୍କାର ଆଗିଲାର ନାମକ ଜଣେ ଟାଟୁ କଳାକାର ତାଙ୍କ ଇନଷ୍ଟାଗ୍ରାମରେ ଏକ ନିଆରା ଟାଟୁର ଭିଡିଓ ସେୟାର କରିଛନ୍ତି। ଏହି ଟାଟୁ ମାଧ୍ୟମରେ କ୍ରିସ୍ ଓ ସ୍ମିଥଙ୍କ ମଧ୍ୟରେ ଘଟିଥିବା ଚାପୁଡା କାଣ୍ଡକୁ ଅତି ନିଖୁଣ ଭାବେ ଦର୍ଶାଯାଇଛି । ତେବେ ଏହି ଟାଟୁ କରିଥିବା ବ୍ୟକ୍ତି ଜଣକ କିଏ ତାହା ଜଣାପଡିନାହିଁ। ମାତ୍ର ବ୍ୟକ୍ତି ଜଣକ ଏହି ଟାଟୁକୁ ତାଙ୍କ ଗୋଡରେ କରିଥିବା ଜଣାପଡୁଛି। ଏହି ଟାଟୁକୁ ନେଇ ଅନେକ ଲୋକେ ପସନ୍ଦ କରୁଥିବା ବେଳେ ଆଉ କିଛି ଏହାକୁ ସମାଲୋଚନା କରୁଛନ୍ତି । ବର୍ତ୍ତମାନ ସୋସିଆଲ୍ ମିଡିଆରେ ଏହି ଟାଟୁ ଭିଡିଓ କ୍ରମାଗତ ଭାଇରାଲ ହେବାରେ ଲାଗିଛି।

ସୂଚନାଯୋଗ୍ୟ ଯେ, 94ତମ ଏକାଡେମୀ ପୁରସ୍କାର ସମାରୋହ (Oscars 2022) 27 ମାର୍ଚ୍ଚରେ ଲସ୍‌ ଏଞ୍ଜେଲସର ଡଲବି ଥିଏଟର (ଓଭେସନ୍ ହଲିଉଡ)ରେ ଆୟୋଜିତ ହୋଇଥିଲା। ଏହି ସୋ’କୁ କମେଡିଆନ୍‌ କ୍ରିସ୍‌ ରକ୍‌ ହୋଷ୍ଟ କରିବା ସମୟରେ ହଲିଉଡ ଅଭିନେତା ୱିଲ୍‌ ସ୍ମିଥଙ୍କ ପତ୍ନୀଙ୍କୁ ନେଇ ପରିହାସ କରିଥିଲେ। ଏହା ଶୁଣି ୱିଲ ସ୍ମିଥ ରାଗି ଯାଇଥିଲେ। ସେ ମଞ୍ଚ ଉପରକୁ ଆସି କ୍ରିସ ରକ୍‌ଙ୍କୁ ସମସ୍ତଙ୍କ ସାମ୍ନାରେ ଚାପୁଡା ମାରିଥିଲେ। ଏହାପରେ ସେ ତଳକୁ ଯାଇ ମଧ୍ୟ ତାଙ୍କୁ ଗାଳିଗୁଲଜ କରିଥିଲେ। ଏହି ଘଟଣା ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହୋଇଥିଲା।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details