ଓଡିଶା

odisha

Prachand LCH: ଆଉ 156 ପ୍ରଚଣ୍ଡ କିଣିବ IAF, ଜଗିବ ଚୀନ-ପାକିସ୍ତାନ ସୀମା

By ETV Bharat Odisha Team

Published : Sep 29, 2023, 8:32 PM IST

ଅଧିକ ଶକ୍ତିଶାଳୀ ହେବ IAF ଓ ଭାରତୀୟ ସେନା । ଆଉ 156ଟି ପ୍ରଚଣ୍ଡ କିଣି ଚୀନ-ପାକିସ୍ତାନରେ ଏହାକୁ କରାଯିବ ମୁତୟନ । ଅଧିକ ପଢନ୍ତୁ

Prachand LCH
Prachand LCH

ନୂଆଦିଲ୍ଲୀ:ଭାରତୀୟ ବାୟୁସେନା ଆଉ 156ଟି ହାଲୁକା ତଥା ଅତ୍ୟାଧୁନିକ ଲଢୁଆ ହେଲିକପ୍ଟର 'ପ୍ରଚଣ୍ଡ' LCH କିଣିବାକୁ ଯାଉଛି । ଏହି ଲଢୁଆ ହେଲିକପ୍ଟରକୁ ଭାରତୀୟ ବାୟୁସେନା ଓ ଭାରତୀୟ ସେନା ଦ୍ବାରା ଚୀନ ଏବଂ ପାକିସ୍ତାନ ସୀମାରେ ମୁତୟନ କରାଯିବ । ଦୁନିଆର ସବୁଠୁ ଖରାପ ମୌସୁମୀ ଥିବା ସ୍ଥାନରେ ଏହାକୁ ପରୀକ୍ଷଣ କରାଯିବା ପରେ ଉଭୟ ଭାରତୀୟ ବାୟୁସେନା ଓ ଭାରତୀୟ ସେନାରେ ଗତ 15 ମାସ ତଳେ ପ୍ରାୟ 15ଟି ପ୍ରଚଣ୍ଡ ହେଲିକପ୍ଟରକୁ ସାମିଲ ହୋଇଥିଲା । ଏହି ହାଲୁକା ଆକାଟକିଂ ହେଲିକପ୍ଟରକୁ ଭାରତୀୟ ସ୍ୱଦେଶୀ କମ୍ପାନୀ ନିର୍ମାଣ କରୁଛି ।

'ମେକ ଇନ ଇଣ୍ଡିଆ’ରେ ନିର୍ମିତ ପ୍ରଥମ ହାଲୁକା ଯୁଦ୍ଧ ହେଲିକପ୍ଟରର ପ୍ରଥମ ବ୍ୟାଚ୍

ଜଣେ ବରିଷ୍ଠ ସେନା ଅଧିକାରୀଙ୍କ ସୂଚନା ଅନୁସାରେ ଭାରତୀୟ ବାୟୁସେନା ଏକ ପ୍ରାଥମିକ ସେବା ଭାବରେ 156ଟି ପ୍ରଚଣ୍ଡ ହେଲିକପ୍ଟର କ୍ରୟ କରିବା ଲାଗି ଭାରତ ସରକାରଙ୍କୁ ଏକ ପ୍ରସ୍ତାବ ଦେଇଛି । ଯାହାକି ଖୁବଶୀଘ୍ର ଅନୁମୋଦନ ହେବାର ସମ୍ଭାବନା ରହିଛି । ନିକଟରେ ଭାରତୀୟ ବାୟୁସେନାର ମୁଖ୍ୟ ଏୟାର ଚିଫ୍‌ ମାର୍ଶଲ ବି.ଆର ଚୌଧୁରୀ ସ୍ବଦେଶୀକରଣକୁ ପ୍ରୋତ୍ସାହିତ କରିବା ଲାଗି ଆଉ 100ଟି ଅତ୍ୟାଧୁନିକ ଲଢୁଆ ବିମାନ LCA Mark 1Aକୁ କିଣିବା ଲାଗି ମଧ୍ୟ ପ୍ରସ୍ତାବ ଦେଇଥିଲେ ।

5 ହଜାର ମିଟର ଉଚ୍ଚତାରେ ଉଡିପାରିବ

ଏହା ବି ପଢନ୍ତୁ- LCH in Airforce: ଆକାଶରେ ଶକ୍ତି ଦେଖାଇଲା ପ୍ରଚଣ୍ଡ

ଏହି 156ଟି ପ୍ରଚଣ୍ଡ ମଧ୍ୟରୁ 66ଟି ଭାରତୀୟ ବାୟୁ ସେନା (IAF) ଓ ବାକି 90ଟି ଭାରତୀୟ ସେନା ଦ୍ବାରା ଅଧିଗ୍ରହଣ କରାଯିବ । ଜଣେ ବରିଷ୍ଠ ସେନା ଅଧିକାରୀଙ୍କ ସୂଚନା ଅନୁସାରେ ଏହାକୁ ସମ୍ପୂର୍ଣ୍ଣ ଭାରତୀୟ ଡିଜାଇନ ସହିତ ନିର୍ମାଣ କରାଯିବ । ଭାରତୀୟ ବାୟୁସେନାର ଆବଶ୍ୟକତାକୁ ପୂରଣ କରିବା ଲାଗି ପ୍ରଚଣ୍ଡ ହେଲିକପ୍ଟରକୁ ହିନ୍ଦୁସ୍ତାନ ଏରୋନଟିକ୍ସ ଲିମିଟେଡ (HAL) ଦ୍ବାରା ନିଖୁଣ ଭାବେ ପରୀକ୍ଷଣ କରାଯାଇଛି ।

ଏହା ବି ପଢନ୍ତୁ- ଆଜି ବାୟୁସେନାରେ ସାମିଲ ହେବ ଲଢୁଆ LCH

5 ହଜାର ମିଟର ଉଚ୍ଚତାରେ ଉଡିପାରିବ:-ଏହି ଲଢୁଆ ହେଲିକପ୍ଟର ପ୍ରଚଣ୍ଡ ଉଭୟ ମରୁଭୂମି ତଥା ଉଚ୍ଚ ସ୍ଥାନରେ କାର୍ଯ୍ୟ କରିବା ପାଇଁ ଭାରତୀୟ ସଶସ୍ତ୍ର ବାହିନୀର ଆବଶ୍ୟକତା ଅନୁଯାୟୀ ଡିଜାଇନ କରାଯାଇଛି । ଏହା ‘ମେକ ଇନ ଇଣ୍ଡିଆ’ରେ ନିର୍ମିତ ପ୍ରଥମ ହାଲୁକା ଯୁଦ୍ଧ ହେଲିକପ୍ଟରର ପ୍ରଥମ ବ୍ୟାଚ୍ । ପ୍ରଚଣ୍ଡ ବିଶ୍ବର ଏକମାତ୍ର ଯୁଦ୍ଧ ହେଲିକପ୍ଟର ଯାହାକି 5 ହଜାର ମିଟର (16,400 ଫୁଟ) ଉଚ୍ଚତାରେ ଅବତରଣ କରିପାରିବ । ଯାହା ପୂର୍ବ ଲଦାଖର ସିଆଚେନ୍ ଗ୍ଲେସିଅର ଏବଂ ଉଚ୍ଚ ଅଞ୍ଚଳରେ କାର୍ଯ୍ୟ କରିବାରେ ସକ୍ଷମ ।

ଏହା ବି ପଢନ୍ତୁ- ଲଢୁଆ ହେଲିକପ୍ଟର LCH ପ୍ରଚଣ୍ଡରେ ଉଡିଲେ ରାଜନାଥ

ପ୍ରଚଣ୍ଡର ଓଜନ 6 ଟନ ରହିଥିବା ବେଳେ ପାହାଡି ଅଞ୍ଚଳରେ ଏହା ସହଜରେ ପୂର୍ଣ୍ଣ ଦକ୍ଷତା ସହ ମିସାଇଲ ଏବଂ ଅନ୍ୟ ଅସ୍ତ୍ରଶସ୍ତ୍ର ସହିତ କାର୍ଯ୍ୟକାରୀ ହେବ । ଏହା ସହିତ ଶତ୍ରୁର ରାଡାରୁ ମଧ୍ୟ ସହଜରେ ମୁକୁଳି ପାରିବ । ଏହାର ଗଠନ ଏପରି ହୋଇଛି ଯେ ଏହା ଉପରେ ଗୁଳିର କିଛି ପ୍ରଭାବ ପଡିବ ନାହିଁ । ଏହା ସମୁଦ୍ରରେ ମଧ୍ୟ ଲଢିପାରିବ । ଏହାର ସ୍ପିଡ ଉପରେ ପବନର ପ୍ରଭାବ କମ ରହିବ । ଏହାର ଘଣ୍ଟାପ୍ରତି ବେଗ 270 କିମି ରହିବ ।

ABOUT THE AUTHOR

...view details