ETV Bharat / bharat

ଆଜି ବାୟୁସେନାରେ ସାମିଲ ହେବ ଲଢୁଆ LCH

author img

By

Published : Oct 3, 2022, 10:14 AM IST

ଆଜି ବାୟୁସେନାରେ ସାମିଲ ହେବ ଲଢୁଆ ଏଲସିଏଚ (Light Combat Helicopter)। ଅଧିକ ପଢନ୍ତୁ

Light Combat Helicopter
ଆଜି ବାୟୁସେନାରେ ସାମିଲ ହେବ ଲଢୁଆ LCH

ନୂଆଦିଲ୍ଲୀ: ଭାରତୀୟ ବାୟୁସେନା ପାଇଁ ଐତିହାସିକ ଦିନ । ଆଜି ବାୟୁସେନାରେ ସାମିଲ ହେବ ଲଢୁଆ ଏଲସିଏଚ (Light Combat Helicopter)। ରାଜସ୍ଥାନର ଯୋଧପୁର ଏୟାରବେସରେ ଭାରତୀୟ ବାୟୁସେନାରେ ପ୍ରଥମ ସ୍ବଦେଶୀ ହାଲୁକା ଲଢୁଆ ହେଲିକପ୍ଟରକୁ ସାମିଲ କରାଯିବ । ପ୍ରଥମ ପର୍ଯ୍ୟାୟରେ 10ଟି ଏଲସିଏଚ ସାମିଲ ହେବ । ଏହି କାର୍ଯ୍ୟକ୍ରମରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଓ ଏୟାର ଚିଫ୍ ବି ଆର ଚୌଧୁରୀ ଉପସ୍ଥିତ ରହିବେ ।

  • I would be in Jodhpur, Rajasthan tomorrow, 3rd October, to attend the Induction ceremony of the first indigenously developed Light Comat Helicopters (LCH). The induction of these helicopters will be a big boost to the IAF’s combat prowess. Looking forward to it. pic.twitter.com/L3nTfkJx5A

    — Rajnath Singh (@rajnathsingh) October 2, 2022 " class="align-text-top noRightClick twitterSection" data=" ">

LCHର ବୈଶିଷ୍ଟ୍ୟ...

ଏହି ହେଲିକପ୍ଟରକୁ ହିନ୍ଦୁସ୍ଥାନ ଏରୋନେଟିକ ଲିମିଟେଡ (HAL) ନିର୍ମାଣ କରିଛି । ଏହାର ଓଜନ 6 ଟନ ରହିଛି । ଏହାର ବିଶେଷତ୍ବ ହେଉଛି ପାହାଡି ଅଞ୍ଚଳରେ ଏହା ସହଜରେ ପୂର୍ଣ୍ଣ ଦକ୍ଷତା ସହ ମିସାଇଲ ଏବଂ ଅନ୍ୟ ଅସ୍ତ୍ରଶସ୍ତ୍ର ସହିତ କାର୍ଯ୍ୟକାରୀ ହେବ । ଏହା ସହିତ ଶତ୍ରୁର ରାଡାରୁ ମଧ୍ୟ ସହଜରେ ମୁକୁଳି ପାରିବ । ଏହାର ଗଠନ ଏହିପରି ହୋଇଛି ଯେ ଗୁଳିର କିଛି ପ୍ରଭାବ ପଡିବ ନାହିଁ । ଏହା ସମୁଦ୍ରରେ ମଧ୍ୟ ଲଢିପାରିବ । ଏହାର ସ୍ପିଡ ଉପରେ ପବନର ପ୍ରଭାବ କମ ରହିବ ।

ଏବେ ସୁଦ୍ଧା ମିଳିଥିବା ସୂଚନା ଅନୁସାରେ ଏହାର ଗତି ଘଣ୍ଟାପ୍ରତି 270 କିଲୋମିଟର ରହିବ । ଏହି ହେଲିକପ୍ଟରରେ ଫାଇଟର ପ୍ଲେନ ଭଳି ଦୁଇଜଣ ପାଇଲଟ ପଛରେ ବସିବେ । ସାଧାରଣ ହେଲିକପ୍ଟରରେ ଦୁଇ ଜଣ ପାଇଲଟ ଅଲଗା ବସିଥାନ୍ତି । ବର୍ତ୍ତମାନ ବାୟୁସେନା ପାଖରେ ଋଷର ନିର୍ମିତ ଏମଆଇ 35 ଏବଂ ଆମେରିକାରୁ କ୍ରୟ ଆପାଚେ ଅଟେକ ହେଲିକପ୍ଟର ରହିଛି । ଲିପ୍ଟ ହେଲିକପ୍ଟର ମିସାଇଲ ମଧ୍ୟ ମାଡ କରିପାରିବ । ଏହାର ଡିଜାଇନଠୁ ନେଇ ତିଆରି ସମସ୍ତ ଦେଶରେ ତିଆରି ହୋଇଛି ।

ଏହା ବି ପଢନ୍ତୁ...ଦଶହରାରେ ଜାତୀୟ ଦଳ ଘୋଷଣା କରିବେ KCR, TRS ନାମ ବଦଳି ହେବ BRS !

5.8 ଟନ୍ ଓଜନ ଏବଂ ଦୁଇଟି ଇଞ୍ଜିନ୍ ଥିବାବେଳେ ଏହି ହେଲିକପ୍ଟରଟି ଅନେକ ଅସ୍ତ୍ରଶସ୍ତ୍ର ବ୍ୟବହାର ପାଇଁ ପରୀକ୍ଷା ହୋଇସାରିଛି । ଚଳିତ ବର୍ଷ ମାର୍ଚ୍ଚରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ କମିଟି (ସିସିଏସ୍) ବୈଠକରେ 3,887 କୋଟି ଟଙ୍କାରେ 15 ଟି ସ୍ୱଦେଶୀ ବିକଶିତ LCH କ୍ରୟ କରିବାକୁ ଅନୁମତି ଦିଆଯାଇଥିଲା । ପ୍ରତିରକ୍ଷା ମନ୍ତ୍ରଣାଳୟ ବିବୃତ୍ତି ଅନୁସାରେ ଏହି ହେଲିକପ୍ଟର ମଧ୍ୟରୁ 10ଟି ବାୟୁସେନା ଏବଂ ପାଞ୍ଚଟି ସେନା ପାଇଁ ବ୍ୟବହାର ହେବ । ଏଲସିଏଚ ଆଡଭାନ୍ସଡ ଲିପ୍ଟ ହେଲିକପ୍ଟର ଧୃବ ସହିତ ସମାନ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.