ETV Bharat / bharat

ଦଶହରାରେ ଜାତୀୟ ଦଳ ଘୋଷଣା କରିବେ KCR, TRS ନାମ ବଦଳି ହେବ BRS !

author img

By

Published : Oct 2, 2022, 11:04 PM IST

ଦଶହରାରେ ଜାତୀୟ ଦଳ ଘୋଷଣା କରିବେ କେସିଆର(Telengana cm May announce national party ) । TRSର ନାମ ପରିବର୍ତ୍ତନ ହୋଇ ଭାରତ ରାଷ୍ଟ୍ରୀୟ ସମିତି(BRS) ହେବା ନେଇ ଆଲୋଚନା । ଅଧିକ ପଢ଼ନ୍ତୁ

telangana-cm-kcr-may-announce-national-party-bharat-rashtra-samiti-on-dussehra
ଦଶହାରରେ ଜାତୀୟ ଦଳ ଘୋଷଣା କରିବେ KCR, TRS ନାମ ବଦଳି ହେବ BRS !

ହାଇଦ୍ରାବାଦ: ଦଶହରାରେ ଜାତୀୟ ଦଳ ଘୋଷଣା କରିବେ କେସିଆର(Telengana cm May announce national party ) । ଏଥିପାଇଁ ମହୁରତ ସ୍ଥିର ହୋଇଛି । ତେବେ ଏହି ଦିନ ତେଲେଙ୍ଗାନା ରାଷ୍ଟ୍ରୀୟ ସମିତିର ନାମ ପରିବର୍ତ୍ତନ ହେବା ନେଇ ଦଳୀୟ ସୂତ୍ରରୁ ସୂଚନା ମିଳିଛି । TRSର ନାମ ପରିବର୍ତ୍ତନ ହୋଇ ଭାରତ ରାଷ୍ଟ୍ରୀୟ ସମିତି(BRS) ହେବା ନେଇ ଆଲୋଚନା ହେଉଛି(TRS Likely to renamed as BRS) । ତେବେ ଏହାକୁ ନେଇ TRS ପକ୍ଷରୁ ଆନୁଷ୍ଠାନିକ ପକ୍ଷରୁ କୌଣସି ସୂଚନା ଦିଆଯାଇନାହିଁ ।

ବିଜୟ ଦଶମୀ ଦିନ ୧.୧୯ ମିନିଟରେ ଜାତୀୟ ଦଳ ଘୋଷଣା କରି ପାରନ୍ତି ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ତଥା TRS ସଭପତି KCR । ଏହାକୁ ନେଇ ରବିବାର ହାଇଦ୍ରାବାଦସ୍ଥିତ ଦଳୀୟ ମୁଖ୍ୟାଳୟ ପ୍ରଗତି ଭବନରେ ଏକ ଜିଲ୍ଲାସ୍ତରୀୟ ବୈଠକ ହୋଇଥିଲା । ବୈଠକରେ ଜାତୀୟ ଦଳ ଭବାରେ TRSର ନାମକରଣକୁ ନେଇ ଆଲୋଚନା ହୋଇଛି ।

ବିଜୟ ଦଶମୀରେ ଜାତୀୟ ଦଳ ଘୋଷଣା ପୂର୍ବରୁ ଦିନ ୧୧ଟା ବେଳେ TRSର ଏକ ବୈଠକ କରାଯିବ । ଏହି ବୈଠକରେ ଦଳକୁ ନେଇ କେତେକ ଚୂଡ଼ାନ୍ତ ନିଷ୍ପତ୍ତି ଗ୍ରହଣ କରାଯିବ । ସର୍ବସମ୍ମତି ପରେ ଅପରାହ୍ଣରେ ଜାତୀୟ ଦଳ ଘୋଷଣା କରିବେ KCR । ହାଇଦ୍ରାବାଦରେ ଆୟୋଜିତ ହେବାକୁ ଥିବା ଏହି ବୈଠକରେ ସମସ୍ତ ଜିଲ୍ଲାର ଦଳୀୟ ସଭାପତି, ମନ୍ତ୍ରୀ, ତୁଙ୍ଗ ନେତା ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି ।

ତେଲେଙ୍ଗାନାରେ ଚାଷୀକୁ ସହୟତା ଯୋଗାଇ ଦେବାକୁ ରାଇତୁ ବନ୍ଧୁ, ଦଳିତଙ୍କୁ ସହାୟତା ଯୋଗାଇ ଦେବାକୁ ଦଳିତ ବନ୍ଧୁ ଭଳି ଯୋଜନା କରାଯାଇଛି । ରାଇତୁ ବନ୍ଧୁ ମାଧ୍ୟମରେ ଚାଷୀଙ୍କ ପାଇଁ ବିଶେଷ ବଜାର ସୁବିଧା ଯୋଗାଇ ଦିଆଯାଇଥିବା ବେଳେ ଦଳିତ ବନ୍ଧୁ ମାଧ୍ୟମରେ ବ୍ୟବସାୟ ଆରମ୍ଭ କରିବାକୁ ଦଳିତଙ୍କୁ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସହାୟତା ରାଶି ଯୋଗାଇ ଦିଆଯାଉଛି । ଦେଶରେ ଏପର୍ଯ୍ୟନ୍ତ ଭଳି ଯୋଜନା କାହିଁକି କରାଯାଇନାହିଁ ତାହାକୁ ନେଇ ପ୍ରଶ୍ନ କରିବ TRS ।

ସେହିଭଳି ସ୍ବାଧୀନତାର ୭୫ ବର୍ଷ ପରେ ବି କାହିଁକି ସମସ୍ତ ଗ୍ରାମାଞ୍ଚଳରେ ବିଦ୍ୟୁତ ସଂଯୋଗ ହୋଇ ପାରିନି ତାହାକୁ ନେଇ ପ୍ରଶ୍ନ କରିବ ବୋଲି ଦଳୀୟ ସୂତ୍ରରୁ ଖବର ମିଳିଛି । 2024ରେ ଦେଶରେ ଅଣବିଜେପି ସରକାର ଗଠନ ହେଲେ ପ୍ରତ୍ୟେକ ଚାଷୀ ପରିବାରୁ ମାଗଣାରେ ବିଜୁଳି ଯୋଗାଇ ଦିଆଯିବ ବୋଲି ଗତ ସେପ୍ଟେମ୍ବର ୫ ତାରିଖରେ KCR ଘୋଷଣା କରିଥିଲେ ।

ଏହାପୂର୍ବରୁ ଜାତୀୟ ଦଳ ଗଠନ ପରେ KCR ଏକ ଚାଟାର୍ଡ ଫ୍ଲାଇଟ କିଣିବେ ବୋଲି ଆଲୋଚନା ହେଉଥିଲା । ବିଭିନ୍ନ ରାଜ୍ୟଗସ୍ତ କରିବେ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ । ଏହି ସବୁ ଗସ୍ତ ପାଇଁ ସେ ଏକ ଚାର୍ଟାଡ ଫ୍ଲାଇଟ କିଣିବାକୁ ଯୋଜନା କରୁଥିବା ସୂଚନା ମିଳିଥିଲା ।

୮୦ କୋଟି ଟଙ୍କା ବ୍ୟୟରେ TRS ଚାର୍ଟାଡ ଫ୍ଲାଇଟ କିଣିବାକୁ ଯୋଜନା କୁରଥିବା ସୂତ୍ରରୁ ପ୍ରକାଶ ପାଇଛି । ଏହି ଛୋଟିଆ ପ୍ଲେନ୍‌ରେ ୧୨ ଜଣ ଯାତ୍ରୀ ଯାତ୍ରା କରିପାରିବେ । ଦଶହରାରେ ଜାତୀୟ ଦଳ ଘୋଷଣା ପରେ ଏହି ଛୋଟିଆ ପ୍ଲେନ୍‌ କିଣିବା ପାଇଁ ଅର୍ଡର ଦିଆଯିବ ବୋଲି ଜଣା ପଡ଼ିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.