ଓଡିଶା

odisha

ଅଯୋଧ୍ୟାରେ ଖୋଲିବ ବିଶ୍ବର ପ୍ରଥମ ୭ ଷ୍ଟାର ଭେଜ୍ ହୋଟେଲ

By ETV Bharat Odisha Team

Published : Jan 15, 2024, 7:21 PM IST

World's First Pure Vegetarian 7 Star Hotel in Ayodhya : ଅଯୋଧ୍ୟାରେ ପ୍ରତିଷ୍ଠା ହେବ ଦେଶର ପ୍ରଥମ ୭ ଷ୍ଟାର ବିଳାସମୟୀ ହୋଟେଲ । କେବଳ ଶୁଦ୍ଧ ଶାକାହାରୀ ଖାଦ୍ୟ ଏହି ହୋଟେଲରେ ପରିବେଷଣ କରାଯିବ । ଅଧିକ ପଢନ୍ତୁ

ଅଯୋଧ୍ୟାରେ ଖୋଲିବ ବିଶ୍ବର ପ୍ରଥମ ଶୁଦ୍ଧ ଶାକାହାରୀ ୭ ଷ୍ଟାର ହୋଟେଲ
ଅଯୋଧ୍ୟାରେ ଖୋଲିବ ବିଶ୍ବର ପ୍ରଥମ ଶୁଦ୍ଧ ଶାକାହାରୀ ୭ ଷ୍ଟାର ହୋଟେଲ

ଅଯୋଧ୍ୟା : ଆସନ୍ତା ୨୨ ତାରିଖରେ ଅଯୋଧ୍ୟାରେ ହେବ ପ୍ରଭୁ ରାମଲାଲାଙ୍କ ବିଗ୍ରହରେ ପ୍ରାଣ ପ୍ରତିଷ୍ଠା । ଏଥି ପାଇଁ ଦେଶ ବିଦେଶରେ ଶ୍ରଦ୍ଧାଳୁ ମାନେ ବେଶ ଉତ୍ସାହିତ ଅଛନ୍ତି । ଏହି ଭବ୍ୟ ସମାରୋହ ପାଇଁ ଅଯୋଧ୍ୟା ନବବଧୂ ପରି ସଜେଇ ହେଉଛି । ଏହି କ୍ରମରେ ଅଯୋଧ୍ୟା ରେ ପ୍ରତିଷ୍ଠା ହେବ ଦେଶର ପ୍ରଥମ ୭ ଷ୍ଟାର ବିଳାସମୟୀ ହୋଟେଲ, ଯେଉଁଠି କେବଳ ଶୁଦ୍ଧ ଶାକାହାରୀ ଖାଦ୍ୟ ପରିବେଷଣ କରାଯିବ । ଏସମ୍ପର୍କ ରେ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟ ନାଥ ଏକ କାର୍ଯ୍ୟକ୍ରମରେ ଘୋଷଣା କରିଛନ୍ତି । ସେ କହିଛନ୍ତି ଯେ ଅଯୋଧ୍ୟାରେ ହୋଟେଲ ନିର୍ମାଣ ପାଇଁ ଆମକୁ ୨୫ ଟି ପ୍ରସ୍ତାବ ମିଳିଛି ଯେଉଁଥିରେ ଏକ ସମ୍ପୂର୍ଣ୍ଣ ଶାକାହାରୀ ୭ ଷ୍ଟାର ହୋଟେଲର ପ୍ରସ୍ତାବ ମଧ୍ୟ ଆସିଛି । ଏହା ସହ ଅଯୋଧ୍ୟାକୁ ଏକ ଧାର୍ମିକ ପର୍ଯ୍ୟଟନ ହବ ଭାବେ ଗଢି ତୋଳିବାକୁ ପ୍ରୟାସ ହେଉଛି ।

ସେହିପରି ମୁମ୍ବାଇ ସ୍ଥିତ ଏକ ରିଆଲ ଇଷ୍ଟେଟ ଫର୍ମ ଅଯୋଧ୍ୟାରେ ଏକ ୫ ଷ୍ଟାର ହୋଟେଲ ମଧ୍ୟ ଖୋଲିବାକୁ ଯାଉଛି । ସେହିପରି ରାମ ମନ୍ଦିର ପ୍ରତିଷ୍ଠା ଦିବସ ଅର୍ଥାତ ଜାନୁଆରୀ ୨୨ ତାରିଖ ଦିନ ଏକ ହାଉସିଂ ପ୍ରୋଜେକ୍ଟ ମଧ୍ୟ ଲଞ୍ଚ ହେବାକୁ ଯାଉଛି । ରାମ ମନ୍ଦିରର ନିର୍ମାଣ କାର୍ଯ୍ୟ ଆରମ୍ଭ ହେବା ଦିନ ଠାରୁ ଅଯୋଧ୍ୟା ରେ ବିଭିନ୍ନ ବିକାଶମୂଳକ କାର୍ଯ୍ୟ ଚାଲିଛି । ଯେଉଁଥିରେ ବିଭିନ୍ନ ହୋଟେଲ ନିର୍ମାଣ ଓ ହାଉସିଂ ପ୍ରୋଜେକ୍ଟ କାର୍ଯ୍ୟ ସାମିଲ ରହିଛି ।

ଏହା ମଧ୍ୟ ପଢନ୍ତୁ ...ଚର୍ଚ୍ଚାରେ ଶତାୟୁ ମହିଳାଙ୍କ ଅନନ୍ୟ ରାମଭକ୍ତି, ରାମ ମନ୍ଦିରକୁ କରିବେ ସଞ୍ଚିତ ଅର୍ଥ ଦାନ

ଅଯୋଧ୍ୟାରେ ପ୍ରତିଷ୍ଠା ହୋଇଥିବା ନୂଆ ଏୟାର ପୋର୍ଟରୁ ମୁମ୍ବାଇ, ଦିଲ୍ଲୀ ଭଳି ଅନ୍ୟ ମହାନଗରକୁ ବିମାନ ଚଳାଚଳ କରିବାର ବ୍ୟବସ୍ଥା ହୋଇଛି । ଅତ୍ୟାଧୁନିକ ସେବା ସହ ରେଳ ଷ୍ଟେସନ ମଧ୍ୟ କାର୍ଯ୍ୟକ୍ଷମ ହୋଇଛି । ସେହିପରି ରାଜଧାନୀ ଲକ୍ଷ୍ନୌରୁ ଚୋପର ହେଲିକପ୍ଟରର ସେବା ଆସନ୍ତା ଶୁକ୍ରବାର ଠାରୁ ଆରମ୍ଭ ହେବ । ବଲିଉଡ଼ ଶେହେନଶାହ ବିଗ୍ ବି ମଧ୍ୟ ଲକ୍ସରୀ ଏକ୍ସକ୍ଲେଭ 'ଦ ସରୟୁ'ରେ ଏକ ଜମି କିଣିଛନ୍ତି , ଯାହା ମନ୍ଦିର ଠାରୁ ୧୫ ମିନିଟ ର ଦୂରତାରେ ଅବସ୍ଥିତ । ଅନେକ ୫ ଷ୍ଟାର ହୋଟେଲ ସରୟୁ ନଦୀ କୂଳରେ ନିର୍ମାଣ ଚାଲିଛି । ସେହିପରି ୧୧୦ ଟି ଛୋଟ ବଡ଼ ହୋଟେଲ ନିର୍ମାତା ଗୁଡିକ ଅଯୋଧ୍ୟା ରେ ପର୍ଯ୍ୟଟକଙ୍କ ରହଣି ପାଇଁ ହୋଟେଲ ତିଆରି କରିବା ପାଇଁ ଜମି କ୍ରୟ କରିଛନ୍ତି । ସେଠାରେ ଏକ ସୋଲାର ପାର୍କ ମଧ୍ୟ ନିର୍ମାଣ ଚାଲିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details