ଓଡିଶା

odisha

ChatGPTର ଦୁରୁପଯୋଗ, TSPSC ପରୀକ୍ଷାରେ ଘୋଟାଲା

By

Published : May 30, 2023, 5:15 PM IST

TSPSC (ତେଲେଙ୍ଗାନାର ଷ୍ଟେଟ ପବ୍ଲିକ ସର୍ଭିସ୍‌ କମିଶନ) ପରୀକ୍ଷାରେ ଚାର୍ଟଜିପିଟିର ଦୁରୁପଯୋଗ। ପରୀକ୍ଷାରେ ଘୋଟାଲା କରିଥିବା କହିଲେ SIT ଅଫିସର। ଅଧିକ ପଢନ୍ତୁ

chatGPT
chatGPT

ହାଇଦ୍ରାବାଦ: ବର୍ତ୍ତମାନର ଟେକ୍ନୋଲୋଜି ଦୁନିଆ ଦ୍ରୁତଗତିରେ ସହାୟତା କରୁଛି । ତେବେ ବ୍ୟବହାରକାରୀଙ୍କ ପ୍ରତ୍ୟେକ ପ୍ରଶ୍ନର ସଠିକ୍ ଓ ଦ୍ରୁତ ଗତିରେ ଉତ୍ତର ପ୍ରଦାନ ପାଇଁ ChatGPT ଲୋକପ୍ରିୟତା ବଢିବାରେ ଲାଗିଛି । ହେଲେ ଏହାର ଦୁରୁପଯୋଗ କରୁଛନ୍ତି ଯୁବପିଢି। ଏଭଳି ଏକ ଖବର ତେଲେଙ୍ଗାନାରୁ ସାମ୍ନାକୁ ଆସିଛି । TSPSC(ତେଲେଙ୍ଗାନାର ଷ୍ଟେଟ ପବ୍ଲିକ ସର୍ଭିସ୍‌ କମିଶନ) ପରୀକ୍ଷା ପ୍ରଶ୍ନପତ୍ର ଲିକରେ ଆଉ ଏକ ନୂଆ ଦିଗ ସାମ୍ନାକୁ ଆସିଛି। ଚାଟଜିପିଟି ସାହାଯ୍ୟରେ ପରୀକ୍ଷା ହଲରେ ପ୍ରଶ୍ନପତ୍ରରେ ଘୋଟାଲା କରାଯାଇଥିବା ନେଇ SIT(ସ୍ବତନ୍ତ୍ର ଅନୁସନ୍ଧାନକାରୀ) ଟିମ ପକ୍ଷରୁ ସୂଚନା ଦିଆଯାଇଛି। ବିଦ୍ୟୁତ୍ ବିଭାଗ ଡିଏ (ଡିଭିଜନାଲ ଇଞ୍ଜିନିୟର) ରମେଶ କାନୁସାନାଲୋଙ୍କ ଅଧୀନରେ ବହୁ ସଂଖ୍ୟକ ପ୍ରଶ୍ନପତ୍ର ବଦଳାଯାଇଥିବା ଏସଆଇଟି ଅଧିକାରୀମାନେ ନିଶ୍ଚିତ କରିଛନ୍ତି। ଅନୁସନ୍ଧାନରେ, ଏସଆଇଟି ପୋଲିସ ଜାଣିବାକୁ ପାଇଛି ଯେ AEE / DAO ପରୀକ୍ଷାରେ 7ଜଣ ପରୀକ୍ଷାର୍ଥୀଙ୍କୁ ଚାଟଜିପିଟିର ସାହାଯ୍ୟ ନେଇ ଉତ୍ତର ପ୍ରଦାନ କରାଯାଇଛି।

ସ୍ବତନ୍ତ୍ର ଅନୁସନ୍ଧାନକାରୀ ଟିମର ତଦନ୍ତ ଅନୁସାରେ, ଟଙ୍କା ଦେଇ ପ୍ରଶ୍ନପତ୍ର କିଣୁଥିବା ଖବର ସାମ୍ନାକୁ ଆସିଥିଲା। ହେଲେ ପ୍ରଥମଥର ପାଇଁ ନୂଆ ଟେକ୍ନୋଲୋଜି ଆପଣାଇ ପରୀକ୍ଷାରେ ଘୋଟାଲା କରାଯାଇଛି। ଡି ରମେଶଙ୍କ ସହ ଇଲେକ୍ଟ୍ରୋନିକ୍ ଉପକରଣ ମାଧ୍ୟମରେ AEE ପରୀକ୍ଷା ଲେଖିଥିବା ପ୍ରଶାନ୍ତ, ନରେଶ, ମହେଶ ଏବଂ ଶ୍ରୀନିବାସଙ୍କୁ ସୋମବାର ଗିରଫ କରିଥିଲା ଏସଆଇଟି ଟିମ । ପ୍ରକାଶ ଯେ, ଏହି ଗ୍ୟାଙ୍ଗରୁ ପ୍ରଶ୍ନପତ୍ର କିଣିଥିବା ଆଉ 20 ଜଣ ପରିକ୍ଷାର୍ଥୀଙ୍କୁ ପୋଲିସ ଚିହ୍ନଟ କରିଛି ।

ତେବେ ଏହି ଘଟଣାର ମୁଖ୍ୟ ଅଭିଯୁକ୍ତ ପ୍ରବୀଣ କୁମାର ବୋଲି ଜଣାପଡିଛି। TSPSC ପ୍ରଶ୍ନପତ୍ର ଆସିବା ପରେ ସେ TSPDCLର ଜୁନିଅର ଆସିଷ୍ଟାଣ୍ଟ ସୁରେଶଙ୍କୁ ଦଲାଲ ଭାବରେ ବ୍ୟବାହର କରିଥିଲେ। 25 ଜଣଙ୍କୁ AEE / DAO ପ୍ରଶ୍ନପତ୍ର ବିକ୍ରୟ କରି ସୁରେଶ ଟଙ୍କା ରୋଜଗାର କରିଥିଲେ। ଏଥିରୁ ଜଣାପଡୁଛି ଯେ ଡି ରମେଶ କିଛି ପ୍ରଶ୍ନପତ୍ର ନେଇ ସୁରେଶଙ୍କ ମାଧ୍ୟମରେ ବିକ୍ରି କରିଥିଲେ।

ଏନେଇ ଆହୁରି ମଧ୍ୟ କୁହାଯାଇଛି, ଟେକ୍ନୋଲୋଜି ମାଧ୍ୟମରେ ଉତ୍ତର ଯୋଗାଇବା ପାଇଁ DE ପ୍ରତ୍ୟେକ ପରୀକ୍ଷାର୍ଥୀଙ୍କ ସହିତ 20 ଲକ୍ଷରୁ 30 ଲକ୍ଷ ପର୍ଯ୍ୟନ୍ତ ଚୁକ୍ତି କରିଥିଲେ। ସେ ସେମାନଙ୍କୁ ଆଗରୁ ମାଇକ୍ରୋଫୋନ୍ (ଇଲେକ୍ଟ୍ରୋନିକ୍ ଉପକରଣ) ଦେଇଥିଲେ। ପରୀକ୍ଷାର୍ଥୀମାନେ ଚତୁରତାର ସହ ବେଲ୍ଟରେ ନେଇ ପରୀକ୍ଷା ହଲକୁ ଯାଇଥିଲେ। ଏହାପରେ ସେଠାରେ ପରୀକ୍ଷକଙ୍କ ସହାୟତାରେ ପ୍ରଶ୍ନପତ୍ରର ଫଟୋ ଉଠାଇଲେ। ବିଦ୍ୟୁତ୍ ବିଭାଗ ଡିଏ (ଡିଭିଜନାଲ ଇଞ୍ଜିନିୟର) ରମେଶକୁ ପରୀକ୍ଷା ଆରମ୍ଭ ହେବାର 10 ମିନିଟ ପୂର୍ବରୁ ହ୍ବାଟ୍ସଆପରେ ପ୍ରଶ୍ନପତ୍ର ପଠାଇଥିଲେ। ଏହାପରେ ସେ ଚାଟଜିପିଟି ଦ୍ବାରା ପ୍ରଶ୍ନର ଉତ୍ତର ଆଦାୟ କରି 7ଜଣ ପରୀକ୍ଷାର୍ଥୀଙ୍କୁ ପଠାଇଥିଲେ। ତେବେ ପରୀକ୍ଷା ହଲରେ ଛାତ୍ରଙ୍କୁ ସହାୟତା କରିଥିବା ପରୀକ୍ଷକଙ୍କୁ ଖୋଜି ବାହାର କରିବା ପାଇଁ ତଦନ୍ତ ଜାରି ରହିଥିବା ନେଇ ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି।

ଚାର୍ଟଜିପିଟି କଣ ?

ଚାଟ ଜେନେରେଟିଭ ପ୍ରିଟେଣ୍ଡ ଟ୍ରାନ୍ସଫର୍ମର। ଓପନ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଦ୍ବାରା ଚାର୍ଟଜିପିଟିକୁ ତିଆରି କରାଯାଇଛି । ଏହାକୁ ଏକ ପ୍ରକାର ସର୍ଚ୍ଚ ଇଞ୍ଜିନ ମଧ୍ୟ କହିପାରିବା। ଆପଣ ଏହାକୁ ବ୍ୟବହାର କରି ଯେକୌଣସି ପ୍ରଶ୍ନର ଉତ୍ତର ମଧ୍ୟ ଫଟାଫଟ ପାଇପାରିବେ। ୨୦୨୨ ନଭେମ୍ବର ୩୦ରେ ଏହାକୁ ଲଞ୍ଚ କରାଯାଇଥିଲା ।

ତେବେ ଚାର୍ଟଜିପିଟି ଏବଂ ଗୁଗଲ ମଧ୍ୟରେ ପାର୍ଥକ୍ୟ କଣ:ସବୁ ପ୍ରଶ୍ନର ଉତ୍ତର ଆପଣ ଏହି ଦୁଇଟି ମାଧ୍ୟମରେ ପାଇପାରିବେ। ଯେତେବେଳ ଆପଣ କିଛି ଗୁଗଲରେ ସର୍ଚ୍ଚ କରୁଛନ୍ତି ତାହାଲେ ଗୁଗଲ ସଂକ୍ଷିପ୍ତ ଉତ୍ତତ୍ତର ସହ କିଛି ଓ୍ବେବସାଇଟର ଲିଙ୍କ ଦେଇଥାଏ। ଯଦି ଆପଣ ଚାର୍ଟଜିପିଟରେ କିଛି ସର୍ଚ୍ଚ କରିବା ତାହାଲେ କିଛି କ୍ଷଣ ମଧ୍ୟରେ ପୁରା ଉତ୍ତର ବିସ୍ତୃତ ଭାବେ ମିଳିଥାଏ। ତେଣୁ ଏହାର ଲୋକପ୍ରିୟତା ବୃଦ୍ଧି ପାଇବାରେ ଲାଗିଛି। ବିଶ୍ବରେ ବ୍ୟବହାରକୀରଙ୍କ ସଂଖ୍ୟା 100 ମିଲିୟମରୁ ଅଧିକ ପହଞ୍ଚିଛି।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details