ଓଡିଶା

odisha

ମାଗଣା ବିଦ୍ୟୁତ ଯୋଗାଇବା ଦାବି, ଆଜିଠୁ ଗୁଜୁରାଟରେ ଆପର ବିକ୍ଷୋଭ

By

Published : Jun 15, 2022, 12:35 PM IST

ଅହେତୁକ ବିଦ୍ୟୁତ ଦରବୃଦ୍ଧି ନେଇ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛି ଆମ ଆଦମୀ ପାର୍ଟି । ମାଗଣା ବିଦ୍ୟୁତ ଯୋଗାଣ ଦାବି କରି ଆଜିଠାରୁ ଗୁଜୁରାଟରେ ରାଜ୍ୟବ୍ୟାପୀ ଅଭିଯାନ ଆରମ୍ଭ କରିବ । ଅଧିକ ପଢ଼ନ୍ତୁ

aap protest on demanding free electricity in Gujarat
ମାଗଣା ବିଦ୍ୟୁତ ଯୋଗାଇବା ନେଇ ଆଜିଠୁ ଗୁଜୁରାଟରେ ଆପର ବିକ୍ଷୋଭ ପ୍ରଦର୍ଶନ

ଗାନ୍ଧୀନଗର:ସାଧାରଣ ଜୀବନକୁ ଅସ୍ତବ୍ୟସ୍ତ କରିଛି ଅହେତୁକ ବିଦ୍ୟୁତ ଦରବୃଦ୍ଧି । ଯାହାକୁ ନେଇ ରାଜ୍ୟସରକାରଙ୍କ ଉପରେ ବର୍ଷିଛି ଆମ ଆଦମୀ ପାର୍ଟି । ମାଗଣା ବିଦ୍ୟୁତ ଯୋଗାଣ ଦାବି କରି ଆଜି ଠାରୁ ଗୁଜୁରାଟରେ ରାଜ୍ୟବ୍ୟାପୀ ଅଭିଯାନ ଆରମ୍ଭ କରିବ ବୋଲି ଆପ ନେତା ସୂଚନା ଦେଇଛନ୍ତି।

ଆସନ୍ତା ଗୁଜୁରାଟ ବିଧାନସଭା ନିର୍ବାଚନରେ ଆପ କ୍ଷମତାକୁ ଆସିଲେ ଦିଲ୍ଲୀ ଭଳି ଗୁଜୁରାଟରେ ମଧ୍ୟ ମାଗଣା ବିଦ୍ୟୁତ ଯୋଗାଇ ଦେବାର ଦଳ ପ୍ରତିଶୃତି ଦେଇଛି । ମଙ୍ଗଳବାର ଆପ ରାଜ୍ୟ ସଭାପତି ଗୋପାଳ ଇଟାଲିଆ କହିଛନ୍ତି, ଆଜି (ବୁଧବାର) ଗୁଜୁରାଟରେ ଆପ ଜିଲ୍ଲାସ୍ତରୀୟ ସାମ୍ବାଦିକ ସମ୍ମିଳନୀ କରିବ । ଏହାପରେ ଦଳର କର୍ମୀମାନେ ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ମାଗଣା ବିଦ୍ୟୁତ ଯୋଗାଇବା ପାଇଁ ଦାବି କରିବେ। ଏଥିସହ ଆସନ୍ତାକାଲିଠାରୁ ଜୁନ 24 ତାରିଖ ଯାଏ ଜିଲ୍ଲାରେ ଦଳ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ ଓ ମଶାଲ ଯାତ୍ରା ଭଳି କାର୍ଯ୍ୟକ୍ରମ ଆୟୋଜିତ ହେବ ।

ABOUT THE AUTHOR

...view details