ଓଡିଶା

odisha

ଲୋନ ଆଣି ପଞ୍ଚାୟତର ବିକାଶ କଲେ ମହିଳା ସରପଞ୍ଚ, ଲୋନ ଶୁଝିବାକୁ ମଜୁରୀ କରୁଛନ୍ତି

By

Published : Nov 11, 2022, 6:12 PM IST

ପଞ୍ଚାୟତର ବିକାଶ ପାଇଁ ଦିନ ମଜୁରିଆ ହେଲେ ମହିଳା ସରପଞ୍ଚ । ୨୦ ଲକ୍ଷ ଟଙ୍କା ଲୋନ କରି ପଞ୍ଚାୟତର ବିକାଶ କଲେ । କିନ୍ତୁ ଟଙ୍କା ନମଳିବାରୁ ଶେଷରେ ମଜୁରି ଲାଗିଲେ ମହିଳା ସରପଞ୍ଚ । ଜାଣନ୍ତୁ ପୁରା ଘଟଣା

ଲୋନ ଆଣି ପଞ୍ଚାୟତର ବିକାଶ କଲେ ମହିଳା ସରପଞ୍ଚ, ଶୁଝିବା ପାଇଁ ହେଲେ ଦିନ ମଜୁରିଆ
ଲୋନ ଆଣି ପଞ୍ଚାୟତର ବିକାଶ କଲେ ମହିଳା ସରପଞ୍ଚ, ଶୁଝିବା ପାଇଁ ହେଲେ ଦିନ ମଜୁରିଆ

ତେଲେଙ୍ଗାନା: ଲକ୍ଷାଧିକ ଟଙ୍କା କରଜ କରି ପଞ୍ଚାୟତରେ ବିକାଶମୂଳକ କାର୍ଯ୍ୟ କଲେ ସରପଞ୍ଚ । ହେଲେ ଦୁଇ ବର୍ଷ ହେଲାଣି ସେହି କାର୍ଯ୍ୟର ବିଲ୍ ମିଳୁନାହିଁ । ଯେଉଁ କାରଣରୁ ଏବେ କରଜ ଶୁଝିବା ପାଇଁ ଏବେ ବିଲରେ ଦିନ ମଜୁରିଆ ଭାବେ କାମ କରୁଛନ୍ତି ସରପଞ୍ଚ(woman sarpanch became a laborer) । ତେଲେଙ୍ଗାନା ମହାବୁବାବାଦ ଜିଲ୍ଲାରୁ ଏହି ଘଟଣା ସାମ୍ନାକୁ ଆସିଛି । ସୁସ୍ମିତା ନାମକ ଜଣେ ୩୨ ବର୍ଷୀୟା ସରପଞ୍ଚ ପଞ୍ଚାୟତର ବିକାଶରେ ଖର୍ଚ୍ଚ କରିଥିବା ୨୦ ଲକ୍ଷ ଟଙ୍କା ଶୁଝିବାକୁ ଏବେ ମଜୁରି ଲାଗୁଛନ୍ତି ।

ସୂଚନା ମୁତାବକ, ୨୦୧୯ରେ ସୁସ୍ମିତା ନିର୍ଦଳୀୟ ପ୍ରାର୍ଥୀ ଭାବେ ନିର୍ବାଚନ ଲଢି ସରପଞ୍ଚ ହୋଇଥିଲେ । ଏହାପରେ ଅଞ୍ଚଳର ବିକାଶ ପାଇଁ ୨୦ ଲକ୍ଷ ଟଙ୍କା ଲୋନ ନେଇଥିଲେ । ଏହି ଟଙ୍କାରେ ସେ ଏକାଧିକ ବିକାଶମୂଳକ କାର୍ଯ୍ୟ କରିଥିଲେ । ମାତ୍ର ଦୁଇ ବର୍ଷ ବିତି ଯାଇଥିଲେ ସୁଦ୍ଧା ସେହି କାର୍ଯ୍ୟର ବିଲ୍ ଆସିନଥିଲା । ଏଥିପାଇଁ ସେ ବାରମ୍ବାର ଅଭିଯୋଗ କରିଥିଲେ ମଧ୍ୟ କୌଣସି ସୁଫଳ ମିଳିନଥିଲା । ଏପଟେ ଲୋନ ନଶୁଝିବାରୁ ସୁଧ ବଢି ବଢି ଚାଲିଥିଲା । ଲୋନ ଟଙ୍କା ଶୁଝିବାକୁ ତାଙ୍କ ଉପରେ ଚାପ ପଡିଲା । ଏଥିଯୋଗୁଁ ବାଧ୍ୟ ହୋଇ ସେ ମଜୁରୀ କରିବାକୁ ଏକ ଫାର୍ମକୁ ଯାଉଛନ୍ତି ବୋଲି ସୁସ୍ମିତା ପ୍ରକାଶ କରିଛନ୍ତି ।

ABOUT THE AUTHOR

...view details