ଓଡିଶା

odisha

Dalai Lamaଙ୍କ କାର୍ଯ୍ୟକ୍ରମରେ ପଶିଲା କୋରୋନା, ୧୧ ବିଦେଶୀ ପଜିଟିଭ ଚିହ୍ନଟ

By

Published : Dec 26, 2022, 9:33 PM IST

ବିହାରର ଗୟାରେ ବୌଦ୍ଧିକ ଧର୍ମଗୁରୁ ଦଲାଇ ଲାମାଙ୍କ କାର୍ଯ୍ୟକ୍ରମରେ ପଶିଲା କୋରୋନା (Corona virus infection in Bihar)। ଏହି କାର୍ଯ୍ୟକ୍ରମରେ ଯୋଗଦେବାକୁ ଅନେକ ବିଦେଶୀ ଆସୁଥିବା ବେଳେ ଏଥିରେ ୧୧ ଜଣ ବିଦେଶୀ ପଜିଟିଭ ଚିହ୍ନଟ ହୋଇଛନ୍ତି । ଅଧିକ ପଢନ୍ତୁ

Etv Bharat
corona

ପାଟନା:ଚୀନରେ ଆତଙ୍କ ଖେଳାଇଥିବା ନୂଆ ଭାରିଏଣ୍ଟ BF.7 (New Corona Variant BF7) ଏବେ ବିହାରରେ ଚିନ୍ତାର କାରଣ ପାଲଟିଛି । ଗୟା ଜିଲ୍ଲାରେ କୋରୋନାର ନୂଆ ମାମଲା ଆସିବା ପରେ ଭୟଭୀତ ସ୍ଥାନୀୟ ଲୋକେ । ଏଠାରେ ବୌଦ୍ଧ ଧର୍ମଗୁରୁ ଦଲାଇ ଲାମାଙ୍କ କାର୍ଯ୍ୟକ୍ରମ ଜାରି ରହିଥିବା ବେଳେ ଏଠାକୁ ଅନେକ ବିଦେଶୀ ଆସୁଛନ୍ତି । ସେମାନଙ୍କ ମଧ୍ୟରୁ ପ୍ରାୟ ୧୧ ଜଣ ବିଦେଶୀ ପଜିଟିଭ ଚିହ୍ନଟ ହୋଇଛନ୍ତି (Corona virus infection in Bihar) । ସ୍ଥାନୀୟ ପ୍ରଶାସନ ଉକ୍ତ ବିଦେଶୀଙ୍କୁ କ୍ବାରେଣ୍ଟାଇନରେ ରଖିଥିବା ଜଣାପଡ଼ିଛି ।

ଏନେଇ ସିଭିଲ୍ ସର୍ଜନ କହିଛନ୍ତି, "ଲୋକଙ୍କୁ ଭୟଭୀତ ହେବାର ଆବଶ୍ୟକତା ନାହିଁ । ୧୧ ଜଣ ବିଦେଶୀ କୋରୋନା ପଜିଟିଭ ହୋଇଥିବା ବେଳେ ସେମାନଙ୍କ ସ୍ବାସ୍ଥ୍ୟବସ୍ଥା ବର୍ତ୍ତମାନ ସ୍ଥିର ରହିଛି । ଏହାପୂର୍ବରୁ ଏଠାରେ ଜଣ ବିଦେଶୀଙ୍କୁ କରୋନା ପଜିଟିଭ ଚିହ୍ନଟ ହୋଇଥିଲେ । ଯେଉଁଥିରେ ଥାଇଲ୍ୟାଣ୍ଡରୁ ଜଣେ ରହିଥିବା ବେଳେ ଇଂଲଣ୍ଡରୁ ୨ ଜଣ ଏବଂ ମିଆଁମାରରୁ ଜଣେ ରହିଥିଲେ । ବାସ୍ତବରେ ଗୟାଠାରେ ବୌଦ୍ଧ ଧାର୍ମିକ ଗୁରୁ ଦଲାଇ ଲାମାଙ୍କ କାର୍ଯ୍ୟକ୍ରମ ଜାରି ରହିଥିବା ବେଳେ ଏଥିରେ ଅନେକ ବିଦେଶୀ ସାମିଲ ହେଉଛନ୍ତି । ଫଳରେ କୋରୋନା ସଂକ୍ରମଣ ବୃଦ୍ଧି ହେବାର ଅଧିକ ସମ୍ଭାବନା ରହିଛି ।

ଏହା ବି ପଢନ୍ତୁ- ଦଳ ସହ ବଢୁଛି ଦୂରତା ! ବିଜେପି ଛାଡିବେ ବରୁଣ ଗାନ୍ଧୀ !

ସଂକ୍ରମଣକୁ ରୋକିବା ଲାଗି ଗୟା ବିମାନ ବନ୍ଦରରେ RT-PCR ଟେଷ୍ଟ କରାଯାଉଛି । ଏହାପରେ ପଜିଟିଭ ଚିହ୍ନଟ ହୋଇଥିବା ବିଦେଶୀଙ୍କୁ କ୍ବାରେଣ୍ଟାଇନରେ ରଖାଯାଉଛି । ଯେଉଁ ହୋଟେଲରେ ସେମାନ ରହଣି ଲାଗି ପୂର୍ବରୁ ବୁକ୍‌ କରିଥିଲେ, ସେଠାରେ ହିଁ ସେମାନଙ୍କୁ କ୍ବାରେଣ୍ଟାଇନରେ ରଖାଯାଉଛି । RT-PCR ରିପୋର୍ଟରେ ଏହା ସାମନାକୁ ଆସିଛି ଯେ ଏମାନଙ୍କ ସ୍ବାସ୍ଥ୍ୟବସ୍ଥା ଗମ୍ଭୀର ନାହିଁ । ସେମାନଙ୍କୁ କ୍ବାରେଣ୍ଟାଇନରେ ରଖାଯାଇ ଚିକିତ୍ସା କରାଯାଉଥିବା କହିଛି ପ୍ରଶାସନ । ଗତ ୩ ଦିନ ପୂର୍ବରୁ UKରୁ ଆସିଥିବା ଜଣେ ବିଦେଶୀ ମଧ୍ୟ କୋରୋନା ପଜିଟିଭ ଚିହ୍ନଟ ହୋଇଥିଲେ । ତାଙ୍କୁ ମଧ୍ୟ କ୍ବାରେଣ୍ଟାଇନରେ ରଖାଯାଇଛି ।

ସୂଚନା ଥାଉ କି ବୌଦ୍ଧ ଧର୍ମଗୁରୁ ଦଲାଇ ଲାମା ବୋଧଗୟାରେ ରହୁଥିବା ବେଳେ ସେ ଡିସେମ୍ବର ୨୯, ୩୦ ଓ ୩୧ ତାରିଖରେ ଏକ ପ୍ରଶିକ୍ଷଣ ଶିବିରର ଆୟୋଜନ କରିଛନ୍ତି । ଏଥିରେ ଦେଶ-ବିଦେଶରୁ ପ୍ରାୟ ୬୦ ହଜାରରୁ ଅଧିକ ବୌଦ୍ଧ ଧର୍ମର ଶ୍ରଦ୍ଧାଳୁ ଅଂଶଗ୍ରହଣ କରିବେ । ଏହି କାର୍ଯ୍ୟକ୍ରମକୁ ଦୃଷ୍ଟିରେ ରଖି ସହରରେ କୋରୋନା କଟକଣା ଲାଗୁ କରାଯାଇଥିବା ବେଳେ ଏବେ ୧୧ ଜଣ ବିଦେଶୀ ପଜିଟିଭ ଚିହ୍ନଟ ହୋଇଛନ୍ତି ।

ABOUT THE AUTHOR

...view details