ଓଡିଶା

odisha

ରାମଲାଲାଙ୍କ ପାଇଁ ଉତ୍ସବମୁଖର ଯାଜପୁର

By ETV Bharat Odisha Team

Published : Jan 23, 2024, 11:15 AM IST

Ram Lalla Pran Pratishtha Utsav: ଯାଜପୁର ଜିଲ୍ଲାରେ ଧୁମଧାମରେ ପାଳନ ହେଲା ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବ । ବ୍ୟାସନଗର ସ୍ଥିତ ଦଳା ରାମନବମୀ ପଡିଆରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମ । ଅଧିକ ପଢନ୍ତୁ

ରାମଲାଲାଙ୍କ ପାଇଁ ଉତ୍ସବମୁଖର ଯାଜପୁର
ରାମଲାଲାଙ୍କ ପାଇଁ ଉତ୍ସବମୁଖର ଯାଜପୁର

ରାମଲାଲାଙ୍କ ପାଇଁ ଉତ୍ସବମୁଖର ଯାଜପୁର

ଯାଜପୁର: ଆଜି ହେଉଛି ଏକ ପବିତ୍ର ଐତିହାସିକ ଦିନ । ଅଯୋଧ୍ୟାରେ ପ୍ରଭୁ ଶ୍ରୀରାମଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ ହୋଇଯାଇଛି ।ଏଥିପାଇଁ ଚଳ ଚଞ୍ଚଲ ହୋଇ ଉଠିଛି ପୂରପଲ୍ଲୀ ।ଏହି ଅବସରରେ ଦେଶର ବିଭିନ୍ନ ସ୍ଥାନରେ ରାମଲାଲାଙ୍କ ପ୍ରଣପ୍ରତିଷ୍ଠା ଉତ୍ସବ ଧୁମଧାମରେ ପାଳନ କରାଉଛି । ତେବେ ଶ୍ରୀରାମ ପ୍ରାଣପ୍ରତିଷ୍ଠା କାର୍ଯ୍ୟକ୍ରମ ଆୟୋଜନ ସମିତି ପକ୍ଷରୁ ବ୍ୟାସନଗର ସ୍ଥିତ ଦଳା ରାମନବମୀ ପଡିଆରେ ଶ୍ରୀରାମ ପ୍ରାଣପ୍ରତିଷ୍ଠା ଉତ୍ସବ ପାଳିତ ହେଇଯାଇଛି l

ଆଜି ଅଯୋଧ୍ୟାରେ ପ୍ରଭୁ ଶ୍ରୀରାମଙ୍କ ପ୍ରାଣପ୍ରତିଷ୍ଠା କରାଯାଉଛି । ଏଥିପାଇଁ ସାରା ଦେଶରେ ଲୋକେ ଉତ୍ସାହର ସହିତ ବିଭିନ୍ନ ଢଙ୍ଗରେ ପାଳ କରୁଛନ୍ତି । ଏହି ପରିପକ୍ଷରେ ଆଜି ସମିତିର ଆବାହକ ଦାମଦର ପଣ୍ଡାଙ୍କ ନେତୃତ୍ୱରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । ରାମଲାଲାଙ୍କ ଏହି ଉତ୍ସବକୁ କିଭଳି ଦେଖି ପାରିବେ ସେନେଇ ବ୍ୟବସ୍ଥା କରାଯିବା ସହ ଆଧାତ୍ମିକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା ।ଏଥିରେ ବରିଷ୍ଠ ସାମ୍ବାଦିକ ଅର୍ଧେନ୍ଦୁ ଦାସ, ରାଷ୍ଟ୍ରୀୟ ସ୍ୱୟଂ ସେବକ ସଙ୍ଘର ବରିଷ୍ଠ ପ୍ରଚାରକ ଯଥା ଅଖିଳଭାରତୀୟ ସାହିତ୍ୟ ପରିଷଦର ରାଷ୍ଟ୍ରୀୟ ସଂଗଠନ ମନ୍ତ୍ରୀ ନାରାୟଣ ନାୟକ ଅତିଥିଭାବେ ଯୋଗଦେଇ ପ୍ରଭୁ ଶ୍ରୀରାମଙ୍କ ସମ୍ପର୍କରେ ଆଲୋଚନା କରିଥିଲେ l

ଏହା ମଧ୍ୟ ପଢନ୍ତୁ ......ପ୍ରାଣ ପ୍ରତିଷ୍ଠା ପରେ ପ୍ରଧାନମନ୍ତ୍ରୀଙ୍କ ସମ୍ବୋଧନ; 'ଆମ ଲାଲା ଆଉ ଟେଣ୍ଟରେ ରହିବେ ନାହିଁ'

ଏହା ମଧ୍ୟ ପଢନ୍ତୁ ....500 ବର୍ଷ ପ୍ରତୀକ୍ଷାର ଅନ୍ତ; ବିରାଜିଲେ ପ୍ରଭୁ ଶ୍ରୀ ରାମଚନ୍ଦ୍ର, ମାହେନ୍ଦ୍ର ବେଳାରେ ହେଲା ପ୍ରାଣ ପ୍ରତିଷ୍ଠା

ଏହି ଅବସରରେ ଏଲିଡି ମଧ୍ୟରେ ଶ୍ରୀରାମଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବକୁ ସାଧାରଣ ଲୋକ ଦେଖିବା ଉଦେଶ୍ୟରେ ସମିତି ପକ୍ଷରୁ ବ୍ୟବସ୍ଥା କରାଯାଇଥିଲା । ଆଜିର ଏହି କାର୍ଯ୍ୟକ୍ରମରେ ବହୁ ଲୋକଙ୍କ ସମାଗମ ହୋଇଥିଲା । ସେହିପରି ଯାଜପୁର ଜିଲ୍ଲାରେ ଥିବା ବିଭିନ୍ନ ରାମ ମନ୍ଦିରରେ ବିଶେଷ ଆୟୋଜନ କରାଯାଇଛି । ଆକର୍ଷଣୀୟ ଢଙ୍ଗରେ ମନ୍ଦିର ଗୁଡିକୁ ସଜାଯାଇ ସ୍ୱତନ୍ତ୍ର ଆୟୋଜନ କରାଯାଇଛି । ଯାଜପୁର ବ୍ଲକ ପଣସା ପଞ୍ଚାୟତ ମୋଟରଙ୍ଗାପାଳ ଗ୍ରାମରୁ ଏକ ସ୍ୱତନ୍ତ୍ର ଶୋଭାଯାତ୍ରା ବାହାରି ରାମ ମନ୍ଦିର ଅଭିମୁଖେ ବାହାରି ସାରା ସହର ପରିକ୍ରମା କରିଛି । ସେହିପରି ବିଭିନ୍ନ ଅନୁଷ୍ଠାନ ଓ ସଂଗଠନ ପକ୍ଷରୁ ମଧ୍ୟ ଭଜନ କୀର୍ତ୍ତନ ଠାରୁ ଆରମ୍ଭ କରି ଶୋଭାଯାତ୍ରାର ଆୟୋଜନ କରାଯାଇଛି । ସେପଟେ ଶୋଭାଯାତ୍ରାକୁ ଶାନ୍ତିଶୃଙ୍ଖଳା ଭାବରେ ପହଞ୍ଚାଇବାକୁ ବ୍ୟାପକ ପୋଲିସ ମୁତୟନ ହୋଇଛନ୍ତି ।

ଏହା ମଧ୍ୟ ପଢନ୍ତୁ ....ଭବ୍ୟ ମନ୍ଦିର, ଦିବ୍ୟ ମୂର୍ତ୍ତି: ରାମଲାଲାଙ୍କୁ ସାଷ୍ଟାଙ୍ଗ ପ୍ରଣିପାତ କଲେ ମୋଦି


ଇଟିଭି ଭାରତ, ଯାଜପୁର

ABOUT THE AUTHOR

...view details