ଓଡିଶା

odisha

ପାତାଳୀ ଶ୍ରୀକ୍ଷେତ୍ରରୁ ପୁରୁଷୋତ୍ତମ କ୍ଷେତ୍ରକୁ ଗଡିଲା ସାପ୍ତାହିକ ଟ୍ରେନ

By ETV Bharat Odisha Team

Published : Feb 3, 2024, 5:47 PM IST

Updated : Feb 3, 2024, 6:01 PM IST

Prime Minister Modi flag off Puri Sonepur Puri Weekly Express: ଆଜି ଜିଲ୍ଲାବାସୀଙ୍କ ବହୁ ଦିନର ସ୍ବପ୍ନ ପୂରଣ ହୋଇଛି। ପାତାଳୀ ଶ୍ରୀକ୍ଷେତ୍ରରୁ ପୁରୁଷୋତ୍ତମ କ୍ଷେତ୍ର ପୁରୀକୁ ଗଡ଼ିଛି ସାପ୍ତାହିକ ଏକ୍ସପ୍ରେସ । ରାଜଧାନୀ ଭୁବନେଶ୍ବର ସହିତ ରେଳ ମାଧ୍ୟମରେ ସଂଯୋଗ ସ୍ଥାପନ ହୋଇ ପାରିଛି ସୁବର୍ଣ୍ଣପୁର। ଦିନେ ଯାହା ଜିଲ୍ଲାବାସୀଙ୍କ ପାଇଁ ସ୍ବପ୍ନ ହୋଇଥିଲା ତାହା ଆଜି ବାସ୍ତବରେ ପରିଣତ ହୋଇଛି । ଯାହାକୁ ନେଇ ସୁବର୍ଣ୍ଣପୁର ଜିଲ୍ଲାବାସୀଙ୍କୁ ଖୁସି ଏବେ ଆକାଶ ଛୁଆଁ । ଅଧିକ ପଢନ୍ତୁ

ପାତାଳୀ ଶ୍ରୀକ୍ଷେତ୍ରରୁ  ପୁରୁଷୋତ୍ତମ କ୍ଷେତ୍ରକୁ ଗଡିଲା ସାପ୍ତାହିକ ଟ୍ରେନ
ପାତାଳୀ ଶ୍ରୀକ୍ଷେତ୍ରରୁ ପୁରୁଷୋତ୍ତମ କ୍ଷେତ୍ରକୁ ଗଡିଲା ସାପ୍ତାହିକ ଟ୍ରେନ

ପାତାଳୀ ଶ୍ରୀକ୍ଷେତ୍ରରୁ ପୁରୁଷୋତ୍ତମ କ୍ଷେତ୍ରକୁ ଗଡିଲା ସାପ୍ତାହିକ ଟ୍ରେନ

ସୁବର୍ଣ୍ଣପୁର: ଆଜି ଜିଲ୍ଲାବାସୀଙ୍କ ବହୁ ଦିନର ସ୍ବପ୍ନ ପୂରଣ ହୋଇଛି। ପାତାଳୀ ଶ୍ରୀକ୍ଷେତ୍ରରୁ ପୁରୁଷୋତ୍ତମ କ୍ଷେତ୍ର ପୁରୀକୁ ଗଡ଼ିଛି ସାପ୍ତାହିକ ଏକ୍ସପ୍ରେସ । ରାଜଧାନୀ ଭୁବନେଶ୍ବର ସହିତ ରେଳ ମାଧ୍ୟମରେ ସଂଯୋଗ ସ୍ଥାପନ ହୋଇ ପାରିଛି ସୁବର୍ଣ୍ଣପୁର। ଦିନେ ଯାହା ଜିଲ୍ଲାବାସୀଙ୍କ ପାଇଁ ସ୍ବପ୍ନ ହୋଇଥିଲା ତାହା ଆଜି ବାସ୍ତବରେ ପରିଣତ ହୋଇଛି । ଯାହାକୁ ନେଇ ସୁବର୍ଣ୍ଣପୁର ଜିଲ୍ଲାବାସୀଙ୍କୁ ଖୁସି ଏବେ ଆକାଶ ଛୁଆଁ । ଥିବାରୁ ଜନସାଧାରଣଙ୍କ ଭିତରେ ଆନନ୍ଦର ଲହରୀ ଖେଳି ଯାଇଛି। ଆଜି ସୁବର୍ଣ୍ଣପୁର ସଦର ମହକୁମାଠାରୁ ବଲାଙ୍ଗିର ଜିଲ୍ଲାକୁ 50 କିଲୋମିଟର ରେଳ ଯାତ୍ରା ସୁଗମ ହୋଇଛି। ଏହାସହ ପୁରୀକୁ ଗଡିଛି ସାପ୍ତାହିକ ଏକ୍ସପ୍ରେସ । ଆଇଆଇଏମ ସମ୍ବଲପୁର ସ୍ଥାୟୀ କ୍ୟାମ୍ପସକୁ ଉଦଘାଟନ କରିବା ଅବସରରେ ସୁବର୍ଣ୍ଣପୁର-ପୁରୀ ଟ୍ରେନ ସେବାର ମଧ୍ୟ ଶୁଭାରମ୍ଭ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି ।

ପାତାଳୀ ଶ୍ରୀକ୍ଷେତ୍ରରୁ ପୁରୁଷୋତ୍ତମ କ୍ଷେତ୍ରକୁ ଗଡିଲା ସାପ୍ତାହିକ ଟ୍ରେନ

ଖୋର୍ଦ୍ଧା-ବଲାଙ୍ଗୀର ରେଳପଥର ଏକ ଅଂଶ ବିଶେଷ ହେଉଛି ଉଦଘାଟିତ ହୋଇଥିବା ସୁବର୍ଣ୍ଣପୁର-ବଲାଙ୍ଗୀର ରେଳ ଲାଇନ । ଦୀର୍ଘ ଦିନରୁ ଚାଲିଥିବା ଖୋର୍ଦ୍ଧା-ବଲାଙ୍ଗୀର ରେଳପଥ ନିର୍ମାଣର ବଲାଙ୍ଗୀର ପଟୁ ସୁବର୍ଣ୍ଣପୁର ପର୍ଯ୍ୟନ୍ତ ୫୦ କିମି ରେଳପଥ ନିର୍ମାଣ ପରେ ଆଜିଠୁ ଚାରୋଟି ନୂଆ ପାସେଞ୍ଜର ରେଳ ଚଳାଚଳକୁ ବି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁଭାରମ୍ଭ କରିଛନ୍ତି । ଏହାସହ ଭୁବନେଶ୍ବର-ବଲାଙ୍ଗୀର ସୁପର ଫାଷ୍ଟ ଇଣ୍ଟରସିଟି ଏକ୍ସପ୍ରେସକୁ ସୁବର୍ଣ୍ଣପୁର ପର୍ଯ୍ୟନ୍ତ ସମ୍ପ୍ରସାରଣ କରାଯାଇଥିବା ବେଳେ ସୁବର୍ଣ୍ଣପୁରରୁ ଶ୍ରୀକ୍ଷେତ୍ର ପୁରୀକୁ ଏକ ସାପ୍ତାହିକ ଟ୍ରେନ ମଧ୍ୟ ଚଳାଚଳ କରିବ । ଏଥିସହ ପ୍ରତିଦିନ ବଲାଙ୍ଗୀର-ସୁବର୍ଣ୍ଣପୁର ମଧ୍ୟରେ ୨ଟି ପାସେଞ୍ଜର ଟ୍ରେନକୁ ପ୍ରଧାନମନ୍ତ୍ରୀ ମୋଦୀ ଆଭାସୀ ମାଧ୍ୟମରେ ସବୁଜ ପତାକା ଦେଖାଇ ଉଦଘାଟନ କରିଛନ୍ତି । ସୁବର୍ଣ୍ଣପୁର ଜିଲ୍ଲାରୁ ପ୍ରଥମ କରି ରେଳ ଚଳାଚଳ କରିଥିବାରୁ ଜିଲ୍ଲାବାସୀ ଖୁସି ହେବା ସହ ପ୍ରଧାନମନ୍ତ୍ରୀ ଓ ରେଳମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଛନ୍ତି ।

ଅଧିକ ପଢନ୍ତୁ- ନିର୍ମାଣଧୀନ ଖୋର୍ଦ୍ଧା ରୋଡ଼-ବଲାଙ୍ଗୀର ରେଳ ପ୍ରକଳ୍ପର ସମୀକ୍ଷା : ଖୁବଶୀଘ୍ର କାର୍ଯ୍ୟ ଶେଷ କରିବାକୁ ଲକ୍ଷ୍ୟ

ବ୍ରିଟିଶ ଅମଳରୁ ସରକାରୀ ଫାଇଲ ଭିତରେ ପଡି ରହିଥିବା ଖୋର୍ଦ୍ଧା-ବଲାଙ୍ଗିର ରେଲ ପ୍ରକଳ୍ପ ଗତ 10 ବର୍ଷ ଭିତରେ ନିର୍ମାଣ କାର୍ଯ୍ୟ ବେଶ ଆଗେଇ ପାରିଛି। ଖୋର୍ଦ୍ଧା ପଟରୁ ବଲାଙ୍ଗିର ପଟକୁ ନୟାଗଡ଼ ପର୍ଯ୍ୟନ୍ତ ଚାରୋଟି ଟ୍ରେନ ଚଳାଚଳ କରୁଛି। ସେହିପରି ସୁବର୍ଣ୍ଣପୁରରୁ ବଲାଙ୍ଗୀର ପର୍ଯ୍ୟନ୍ତ ଆଜି ରେଲ ଚଳାଚଳର ଶୁଭାରମ୍ଭ ହୋଇଛି। ସୁବର୍ଣ୍ଣପୁରରୁ ନୟାଗଡ଼ ପର୍ଯ୍ୟନ୍ତ ରେଳ ଲାଇନ ନିର୍ମାଣ କାର୍ଯ୍ୟ ତୁରନ୍ତ ସମ୍ପୂର୍ଣ୍ଣ ହେବ ବୋଲି ଜିଲ୍ଲାବାସୀ ଆଶା କରିଛନ୍ତି। ଆଜିଠାରୁ ରେଳ ଲାଇନ ଯୋଗେ ସୁବର୍ଣ୍ଣପୁର ପୂର୍ବ ଓଡିଶା ସହିତ ଯୋଡି ହୋଇ ଥିବାରୁ ଜିଲ୍ଲାର ଅର୍ଥନୈତିକ ବିକାଶ ଆଗକୁ ବେଶ ସଂବୃଦ୍ଧ ହେବ ବୋଲି ଜନସାଧାରଣ ଆଶା କରୁଛନ୍ତି।

ଇଟିଭି ଭାରତ, ସୁବର୍ଣ୍ଣପୁର

Last Updated :Feb 3, 2024, 6:01 PM IST

ABOUT THE AUTHOR

...view details