ଓଡିଶା

odisha

କ୍ୟାବିନେଟ ନିଷ୍ପତ୍ତି; 13 ବିଭାଗର 16 ପ୍ରସ୍ତାବକୁ ମୋହର

By ETV Bharat Odisha Team

Published : Feb 22, 2024, 9:51 PM IST

Odisha Cabinet Meeting: ଲୋକସେବା ଭବନର ତୃତୀୟ ମହଲା ସମ୍ମିଳନୀ କକ୍ଷରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ କ୍ୟାବିନେଟ ବୈଠକ ଅନୁଷ୍ଠିତ ହୋଇଛି । ରାଜ୍ୟ କ୍ୟାବିନେଟ ୧୩ ବିଭାଗର ୧୬ ପ୍ରସ୍ତାବକୁ ମୋହର ମାରିଛନ୍ତି । ଅଧିକ ପଢନ୍ତୁ

Odisha Cabinet
Odisha Cabinet

କ୍ୟାବିନେଟ ନିଷ୍ପତ୍ତି

ଭୁବନେଶ୍ବର: କ୍ୟାବିନେଟର ଗୁରୁତ୍ବପୂର୍ଣ୍ଣ ବୈଠକ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଛି । ଲୋକସେବା ଭବନର ତୃତୀୟ ମହଲା ସମ୍ମିଳନୀ କକ୍ଷରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବୈଠକ ଅନୁଷ୍ଠିତ ହୋଇଛି । ରାଜ୍ୟ କ୍ୟାବିନେଟ ୧୩ ବିଭାଗର ୧୬ ପ୍ରସ୍ତାବକୁ ମୋହର ମାରିଛନ୍ତି ।

ଅଧିକ ପଢନ୍ତୁ- କ୍ୟାବିନେଟ ନିଷ୍ପତ୍ତି: ଯୁବ ବର୍ଗ ପାଇଁ ନୂଆ ସ୍କିମ ‘ସ୍ୱୟମ’, ସୃଷ୍ଟି କରିବ ସ୍ୱତନ୍ତ୍ର ଯୁବ ଉଦ୍ୟମୀ

ସୂଚନା ଏବଂ ପ୍ରଜ୍ୟୁକ୍ତି ବିଭାଗର, କ୍ରୀଡ଼ା ଏବଂ ଯୁବ ସେବା, ଦକ୍ଷତା ବିକାଶ, ବାଣିଜ୍ୟ, ସାଧାରଣ ପ୍ରଶାସନ, ଅର୍ଥ, ଉଚ୍ଚଶିକ୍ଷା, ପଞ୍ଚାୟତିରାଜ ଏବଂ ପାନୀୟ ଜଳ, ରାଜସ୍ବ ଏବଂ ବିପର୍ଯ୍ୟୟ ପରିଚାଳନା, ଗଣଶିକ୍ଷା ବିଭାଗର ଗୋଟିଏ ଲେଖାଏଁ ପ୍ରସ୍ତାବରେ କ୍ୟାବିନେଟ ମୋହର ମାରିଛି । ସେହିପରି କୃଷିର ୩ଟି, ଗୃହ ଏବଂ ନଗର ଉନ୍ନୟନ ୨ଟି ପ୍ରସ୍ତାବକୁ କ୍ୟାବିନେଟ ଗ୍ରୀନ ସିଗ୍ନାଲ ଦେଇଛି । କାଳିଆ ଜୀବିକାର ଆୟ ବୃଦ୍ଧି ପାଇଁ ଅର୍ଥ ରାଶିର ବ୍ୟବସ୍ଥା କରିଛନ୍ତି ସରକାର । କୃଷକଙ୍କ କଲ୍ୟାଣ ପାଇଁ କାଳିଆ ହିତାଧିକାରୀଙ୍କ ୩ ବର୍ଷ ପାଇଁ ୬ ହଜାର ୨୯ କୋଟି ୭୦ ଲକ୍ଷ ଟଙ୍କାର ବ୍ୟୟ ଅଟକଳ କରାଯାଇଛି । ଏଣିକି କାଳିଆ ଯୋଜନାରେ ସହାୟତା ଯେକୌଣସି ସମୟରେ ପାଇପାରିବେ ଚାଷୀ । ଭୂମିହୀନ ପରିବାରଙ୍କୁ ୩ଟି କିସ୍ତିରେ ୧୨ ହଜାର ୫ଶହ ମିଳୁଥିବା ବେଳେ ୧୮ ଲକ୍ଷ ପରିବାର ଉପକୃତ ହେଉଛନ୍ତି । କାଳିଆ ଯୋଜନାରେ ୨ ହଜାର ଟଙ୍କାର ଅତିରିକ୍ତ ସହାୟତା ପାଇବେ ଭୂମିହୀନ ଚାଷୀ । ସେହିପରି କାଳିଆ ଛାତ୍ରବୃତ୍ତି ଅବଧି ୩ ବର୍ଷକୁ ବୃଦ୍ଧି କରାଯାଇଛି ।

ଗ୍ରାମ ପଞ୍ଚାୟତ VLW ଙ୍କ ହେବ ପଦଦୋନ୍ନତି । ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ୩ ଭାଗରେ ବିଭକ୍ତ ହେବେ । ଏଣିକି ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ମିଳିବ ପଦୋନ୍ନତି । ଚାକିରି ପାଇଁ ଶିକ୍ଷାଗତ ଯୋଗ୍ୟତା +୩କୁ ବୃଦ୍ଧି କରାଯାଇଛି । ୫ ବର୍ଷ ଓ ୮ ବର୍ଷ ପରେ ପଦୋନ୍ନତି ପାଇଁ ଯୋଗ୍ୟ ବିବେଚିତ ହେବେ । ସେହିପରି ନୂଆ ଓ’ ଯୋଜନା ପାଇଁ ୩୧୫ କୋଟିର ପାଣ୍ଠିକୁ କ୍ୟାବିନେଟ ମୋହର ବାଜିଛି । ଓଡ଼ିଶାରେ ପ୍ରତିଷ୍ଠା ହେବ ଜାତୀୟ ଦକ୍ଷତା ଟ୍ରେନିଂ ଇନଷ୍ଟିଚ୍ୟୁଟ । ଏଥିପାଇଁ ଜଟଣୀରେ ୭ ଏକର ୮୧୮ ଡେସିମିଲ ଜାଗା ପ୍ରିମିୟମ ଫ୍ରି’ ରେ ଜମି ଯୋଗାଇ ଦେବେ ସରକାର । ହିନ୍ଦୀ ସିନେମା 12th Failକୁ ଓଡିଶାରେ ଟ୍ୟାକ୍ସ ଫ୍ରି ନିଷ୍ପତ୍ତିକୁ ଅନୁମୋଦନ ଦେଇଛି କ୍ୟାବିନେଟ ।

ଅଧିକ ପଢନ୍ତୁ- ରାଜ୍ୟ କ୍ୟାବିନେଟ ବୈଠକରେ ୧୪ ପ୍ରସ୍ତାବକୁ ମୋହର, ଏକ ଲକ୍ଷ ଏକରରେ ହେବ କଫି ଚାଷ

୧୭୮୯ ଶିକ୍ଷକଙ୍କୁ ୭ମ ବେତନ କମିଶନ ଆଧାରରେ ଦରମା ମିଳିବ । ୨୦୧୪ର ଅନୁଦାନପ୍ରାପ୍ତ ଶିକ୍ଷକ, କର୍ମଚାରୀଙ୍କ ଦରମା ବଢ଼ିବ । ସଂପୃକ୍ତ କଲେଜ, ଜୁନିଅର କଲେଜ ଶିକ୍ଷକ, କର୍ମଚାରୀଙ୍କ ଦରମା ବଢ଼ିବ । ମୋଟ ୧୭୮୯ ଶିକ୍ଷକ ଓ କର୍ମଚାରୀଙ୍କୁ ୭ମ ବେତନ କମିଶନ ହାରରେ ଦରମା ବଢିବ । ବର୍ଦ୍ଧିତ ଦରମା ପାଇଁ ୨୭.୩୭ କୋଟି ଟଙ୍କା ଅତିରିକ୍ତ ବ୍ୟୟ ହେବ । କ୍ୟାବିନେଟ ବୈଠକରେ ନିଷ୍ପତ୍ତି ସଂପର୍କରେ ସୂଚନା ଦେଇଛନ୍ତି କୃଷି ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ, ଗଣଶିକ୍ଷା ମନ୍ତ୍ରୀ ସୁଦାମ ମାରାଣ୍ଡି ଏବଂ ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା କ୍ୟାବିନେଟରେ ପାରିତ ହୋଇଥିବା ବିଭିନ୍ନ ପ୍ରସ୍ତାବ ସଂପର୍କରେ ବିଶଦ ସୂଚନା ଦେଇଛନ୍ତି । କୃଷି ବିଭାଗର ପ୍ରମୁଖ ଶାସନ ସଚିବ ଡଃ ଅରବିନ୍ଦ କୁମାର ପାଢ଼ୀ, ପଞ୍ଚାୟତିରାଜ ଏବଂ ପାନୀୟ ଜଳ ବିଭାଗର ପ୍ରମୁଖ ଶାସନ ସଚିବ ସୁଶୀଲ କୁମାର ଲୋହାନୀ, ଗଣଶିକ୍ଷା ବିଭାଗର କମିଶନର ତଥା ଶାସନ ସଚିବ ଅଶ୍ବଥି ଏସ, ଉଚ୍ଚଶିକ୍ଷା ବିଭାଗର କମିଶନର ତଥା ଶାସନ ସଚିବ ଅରବିନ୍ଦ ଅଗ୍ରୱାଲ ମଧ୍ୟ ଉପସ୍ଥିତ ଥିଲେ ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details