ଓଡିଶା

odisha

ପର୍ଯ୍ୟଟନସ୍ଥଳୀକୁ ଖୋଲିବ ନୂଆ ରାସ୍ତା, ଉପକୃତ ହେବେ 5 ପଞ୍ଚାୟତର ଲୋକେ

By ETV Bharat Odisha Team

Published : Feb 3, 2024, 8:49 PM IST

New Road To Be Construct in Anugul: ସାତକୋଶିଆ ଅଭୟାରଣ୍ୟ ପୁରୁଣାଗଡ଼ଠାରୁ ଜଗନ୍ନାଥପୁର ପର୍ଯ୍ୟନ୍ତ ୧୬ କିଲୋମିଟର ରାସ୍ତାର ଦୋହରୀକରଣ ହେବ । ଏହି ରାସ୍ତା ହେଲେ ଅଭୟାରଣ୍ୟ ଅଞ୍ଚଳର ୮ଟି ପଞ୍ଚାୟତର ଲୋକେ ଉପକୃତ ହେବେ । ଅଧିକ ପଢନ୍ତୁ

ସାତକୋଶିଆକୁ ଖୋଲିବ ନୂଆ ରାସ୍ତା
ସାତକୋଶିଆକୁ ଖୋଲିବ ନୂଆ ରାସ୍ତା

ସାତକୋଶିଆକୁ ଖୋଲିବ ନୂଆ ରାସ୍ତା

ଅନୁଗୋଳ:ଜଙ୍ଗଲ ଅଧ୍ୟୁଷିତ ଲୋକଙ୍କ ପାଇଁ ଗମନାଗମନର ବାଟ ଫିଟାଇଲେ ରାଜ୍ୟ ସରକାର । ସାତକୋଶିଆ ଅଭୟାରଣ୍ୟ ପୁରୁଣାଗଡ଼ଠାରୁ ଜଗନ୍ନାଥପୁର ପର୍ଯ୍ୟନ୍ତ ଘଞ୍ଚ ଜଙ୍ଗଲ ଓ ପାହାଡ଼ ଭିତରେ ୧୬ କିଲୋମିଟର ରାସ୍ତାର ଦୋହରୀକରଣ ପାଇଁ ପ୍ରାୟ ୧୯ କୋଟି ଟଙ୍କା ମଞ୍ଜୁରୀ ଦେଇଛନ୍ତି। ଏହି ରାସ୍ତା ହେଲେ ଅଭୟାରଣ୍ୟ ଅଞ୍ଚଳର ୮ଟି ପଞ୍ଚାୟତର ଲୋକେ ଉପକୃତ ହେବେ। ସ୍ଥାନୀୟ ବିଧାୟକ ଏହାର ଭତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ଯାହାକୁ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କୃତଜ୍ଞତା ଜଣାଇଛନ୍ତି ଅଞ୍ଚଳବାସୀ ।

ସୂଚନା ଅନୁସାରେ, ଅନୁଗୋଳ ସଦର ମହକୁମାଠାରୁ ପର୍ଯ୍ୟଟନସ୍ଥଳରୁ ସାତକୋଶିଆର ଟିକରପଡ଼ାର ଦୂରତା ହେଉଛି ପ୍ରାୟ ୬୦କିଲୋମିଟର। ଫଳରେ ସାତକୋଶିଆ ଅଞ୍ଚଳର ପ୍ରାୟ ୮ଟି ପଞ୍ଚାୟତରେ ବସବାସ କରୁଥିବା ଲୋକେ ଥାନା, ଡାକ୍ତରଖାନା ଓ ବିଭିନ୍ନ ସରକାରୀ କାର୍ଯ୍ୟାଳୟକୁ ଆସିବାକୁ ହେଲେ ବହୁ ସମୟ ଓ ଅର୍ଥ ଖର୍ଚ୍ଚ କରିବାକୁ ପଡୁଛି। ତେଣୁ ସେମାନଙ୍କ ପାଇଁ ଗମନାଗମନ ସୁବିଧାକୁ ସରଳ କରିବାକୁ ରାଜ୍ୟ ସରକାର ଯୋଜନା ପ୍ରସ୍ତୁତ କରିଥିଲେ। ଆଠମଲ୍ଲିକ ବିଧାୟକ ରମେଶ ଚନ୍ଦ୍ର ସାଏ କହିଛନ୍ତି, "ପୁରୁଣାଗଡ଼ଠାରୁ ଜଗନ୍ନାଥପୁର ପର୍ଯ୍ୟନ୍ତ ପ୍ରାୟ ୧୬କିମି ରାସ୍ତାର ଦୋହରିକରଣ ହାତକୁ ନେଲେ ସରକାର। ଏଥିପାଇଁ ମୁଖ୍ୟମନ୍ତ୍ରୀ ୧୯କୋଟି ଟଙ୍କା ମଞ୍ଜୁରୀ ଦେଇଛନ୍ତି। ଚଳିତ ମାସ ୧୧ ତାରିଖ ଠାରୁ କାର୍ଯ୍ୟ ଆରମ୍ଭ କରାଯିବ। ସେଥିପାଇଁ ସମସ୍ତ ପ୍ରକ୍ରିୟା ଶେଷ ହୋଇଛି। ଆସନ୍ତା ମେ ମାସ ୨୦୨୫ ସୁଦ୍ଧା ରାସ୍ତା ନିର୍ମାଣ କାର୍ଯ୍ୟ ଶେଷ କରିବାକୁ ଧାର୍ଯ୍ୟ କରାଯାଇଛି ।"

ଏହା ମଧ୍ୟ ପଢନ୍ତୁ...ଗାଁକୁ ନାହିଁ ରାସ୍ତା, 1 କିମି ଷ୍ଟ୍ରେଚରରେ ବୁହାହେଲେ ଗୁରୁତର ରୋଗୀ


ପୁରୁଣାଗଡ଼ଠାରୁ ଜଗନ୍ନାଥପୁର ପର୍ଯ୍ୟନ୍ତ ରାସ୍ତା ନିର୍ମାଣ ହେଲେ ଅନୁଗୋଳରୁ ଟିକରପଡା ପର୍ଯ୍ୟନ୍ତ ପ୍ରାୟ ୧୪କିମି ରାସ୍ତା ସଙ୍କୁଚିତ ହୋଇପାରିବ। ଏହାବ୍ୟତୀତ ସାତକୋଶିଆ ଅଞ୍ଚଳରେ ଥିବା ମାଟିଆସାହି, ମାଣିକଯୋଡି, କୃଷ୍ଣଚକ୍ରଗଡ଼, ସରଧାପୁର, ଅନ୍ତୁଳିଆ, ଟାଇଁଶି, ଜଗନ୍ନାଥପୁର ଓ ଟିକରପଡ଼ା ଆଦି ପଞ୍ଚାୟତ ଗୁଡିକର ଲୋକେ ସୁବିଧାରେ ଯାତାୟତ କରିପାରିବେ। ଅଧିକାଂଶ ଲୋକ ବିଭିନ୍ନ ପନିପରିବା ଓ ଡାଲି ଜାତୀୟ ଫସଲ କରି ଜୀବିକା ନିର୍ବାହ କରନ୍ତି। ରାସ୍ତା ହେଲେ ସେମାନେ ସେମାନଙ୍କ ଉତ୍ପାଦିତ ଜିନିଷ ସୁବିଧାରେ ବିଭିନ୍ନ ହାଟ ବଜାରରେ ବିକ୍ରି କରିପାରିବେ। ଏହାସହ ଗୁରୁତର ରୋଗୀଙ୍କୁ ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ଚିକିତ୍ସା ପାଇଁ ଅଣାଯାଇପାରିବ। ସବୁଠାରୁ ବଡ଼ କଥା ହେଉଛି ଟିକରପଡା ଏକ ସ୍ୱତନ୍ତ୍ର ପର୍ଯ୍ୟଟନ ସ୍ଥଳ ହୋଇଥିବାରୁ ସେଠାକୁ ହଜାର ହଜାର ପର୍ଯ୍ୟଟକ ଆସନ୍ତି। ଏହି ରାସ୍ତା ନିର୍ମାଣ ଶେଷ ହେଲେ ପର୍ଯ୍ୟଟକଙ୍କ ସଂଖ୍ୟା ଆହୁରି ବଢ଼ିବା ସହ ରୋଜଗାର ମଧ୍ୟ ବଢିବ ବୋଲି ଆଶା ରଖାଯାଇଛି ।

ଇଟିଭି ଭାରତ, ଅନୁଗୋଳ

ABOUT THE AUTHOR

...view details