ETV Bharat / state

ଗାଁକୁ ନାହିଁ ରାସ୍ତା, 1 କିମି ଷ୍ଟ୍ରେଚରରେ ବୁହାହେଲେ ଗୁରୁତର ରୋଗୀ

author img

By ETV Bharat Odisha Team

Published : Jan 24, 2024, 2:05 PM IST

Road problem in Sambalpur
ଗାଁକୁ ନାହିଁ ରାସ୍ତା

Patient carried on stretcher: ରାସ୍ତା ନଥିବାରୁ ଗାଁକୁ ଯାଇପାରିଲାନି ଆମ୍ବୁଲାନ୍ସ । 1 କିଲୋମିଟର ଷ୍ଟ୍ରେଚରରେ ବୁହା ହୋଇ ଆମ୍ବୁଲାନ୍ସ ପର୍ଯ୍ୟନ୍ତ ଗଲେ ଗୁରୁତର ରୋଗୀ । ଅଧିକ ପଢନ୍ତୁ

ଗାଁକୁ ନାହିଁ ରାସ୍ତା

ସମ୍ବଲପୁର: ଗାଁକୁ ରାସ୍ତା ନଥିବାରୁ ଯାଇ ପାରିଲାନି ଆମ୍ବୁଲାନ୍ସ । 1 କିଲୋମିଟର ଷ୍ଟ୍ରେଚରରେ ବୁହାହୋଇ ଆମ୍ବୁଲାନ୍ସ ପର୍ଯ୍ୟନ୍ତ ଆସିଲା ରୋଗୀ । ଏଭଳି ଏକ ଘଟଣା ଘଟିଛି ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ଉପଖଣ୍ଡ ତ୍ରିବଣପୁର ଅଞ୍ଚଳରେ l ତେବେ ସରକାର ବିକାଶ ହେଉଥିବା ନେଇ ଡିଣ୍ଡିମ ପିଟୁଥିବା ବେଳେ ସମ୍ବଲପୁରର ଏଭଳି ଘଟଣା ସରକାରଙ୍କ ବିକାଶମୂଳକ କାର୍ଯ୍ୟ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଏବେବି ଅନେକ ଗାଁ ଏଭଳି ରହିଛି ଯେଉଁଠାକୁ ଆମ୍ବୁଲାନ୍ସ ଯିବାକୁ ରାସ୍ତା ନାହିଁ ।

ଗାଁକୁ ରାସ୍ତା ନଥିବାରୁ ପୁଣି ଅଧା ବାଟରେ ଅଟକିଲା ଆମ୍ବୁଲାନ୍ସ । ଶେଷରେ ଗୁରୁତର ରୋଗୀକୁ ଷ୍ଟ୍ରେଚରରେ ବୋହି ପ୍ରାୟ 1 କିମି ରାସ୍ତା ପାର ହୋଇ ଆମ୍ବୁଲାନ୍ସ ପର୍ଯ୍ୟନ୍ତ ପହଞ୍ଚାଇଲେ ଆମ୍ବୁଲାନ୍ସ କର୍ମଚାରୀ l ଆଜି (ବୁଧବାର) ଏମିତି ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ବ୍ଳକ ତ୍ରିବଣପୁର ପଞ୍ଚାୟତ ଅନ୍ତର୍ଗତ ସାନଖଲିଆମାଲ ଗାଁରେ ।

ଏହାମଧ୍ୟ ପଢନ୍ତୁ.. ପୁଣି ଜନନୀ ଯନ୍ତ୍ରଣା: ଆସିଲାନି ଆମ୍ବୁଲାନ୍ସ, ରାସ୍ତାରେ ପ୍ରସବ

ସୂଚନା ମୁତାବକ ଏହି ଗାଁର ଉଗ୍ରସେନ ହାତୀ ନାମକ ଜଣେ ଯୁବକ ଗଛ ଉପରୁ ଖସି ପଡ଼ି ଗୁରୁତର ଆହତ ହୋଇପଡିଥିଲେ l ଏଭଳି ସ୍ଥିତିରେ ରୋଗୀଙ୍କ ସମ୍ପର୍କୀୟ ଫୋନ୍ କରିବାରୁ ରେଢ଼ାଖୋଲରୁ ୧୦୮ ଆମ୍ବୁଲାନ୍ସ ରୋଗୀ ଉଗ୍ରସେନକୁ ଆଣିବା ପାଇଁ ଯାଇଥିବା ବେଳେ ଗାଁକୁ ଯିବା ପାଇଁ ଭଲ ରାସ୍ତା ନଥିଲା l ଫଳରେ ଗାଁ ପୂର୍ବରୁ ପ୍ରାୟ 1 କି.ମି ଦୂରରେ ଆମ୍ବୁଲାନ୍ସଟି ଅଟକି ରହିଥିଲା l ଏଭଳି ସ୍ଥିତିରେ ଆମ୍ବୁଲାନ୍ସ କର୍ମଚାରୀ ସ୍ଥାନୀୟ ଲୋକଙ୍କ ସହ ମିଶି ରୋଗୀକୁ ଷ୍ଟେଚର ସାହାଯ୍ୟରେେ ଆମ୍ବୁଲାନ୍ସ ପାଖକୁ ବୋହି ଆଣିଥିଲେ । ଏହାପରେ ଆହତଙ୍କୁ ରେଢ଼ାଖୋଲ ମେଡିକାଲ ଅଣାଯାଇ ଭର୍ତ୍ତି କରାଯାଇଥିଲା l ସେଠାରେ ତାଙ୍କର ଚିକିତ୍ସା ଜାରି ରହିଛି ।

ଏହାମଧ୍ୟ ପଢନ୍ତୁ..ମାଲକାନଗିରିରେ ଜନନୀ ଯନ୍ତ୍ରଣା: 10 କିମି ଖଟିଆରେ ବୁହା ହେଲେ, ହସ୍ପିଟାଲରେ ପହଞ୍ଚିବା ପୂର୍ବରୁ ପ୍ରସବ

ସୂଚନାଯୋଗ୍ୟ, 3 ଦିନ ତଳେ ମଧ୍ୟ ଏହି ସମାନ ଘଟଣା ଦେଖିବାକୁ ମିଳିଥିଲା । ସାନଖଲିଆମାଲ ଗାଁର ରଶ୍ମିରେଖା ନାଏକଙ୍କ ପ୍ରସବ ଯନ୍ତ୍ରଣା ହେବାରୁ ସ୍ବାମୀ ଜଗଦୀଶ ହାତୀ ୧୦୮ ଆମ୍ବୁଲାନ୍ସ ସେବାକୁ ଫୋନ୍ କରିଥିଲେ । ସୂଚନା ପାଇ ତୁରନ୍ତ ନିକଟସ୍ଥ କଦଳୀଗଡ ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ରରେ ଥିବା ୧୦୮ ଆମ୍ବୁଲାନ୍ସକୁ ପଠାଯାଇଥିଲା । କିନ୍ତୁ ଗାଁକୁ ଯିବାକୁ ରାସ୍ତା ନଥିବାରୁ ଗର୍ଭବତୀ ମହିଳାଙ୍କୁ ଷ୍ଟ୍ରେଚରରେ ଆମ୍ବୁଲାନ୍ସ ପର୍ଯ୍ୟନ୍ତ ଅଣାଯାଇଥିଲା l

ଇଟିଭି ଭାରତ, ସମ୍ବଲପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.