ETV Bharat / state

ପୁଣି ଜନନୀ ଯନ୍ତ୍ରଣା: ଆସିଲାନି ଆମ୍ବୁଲାନ୍ସ, ରାସ୍ତାରେ ପ୍ରସବ

author img

By ETV Bharat Odisha Team

Published : Nov 28, 2023, 1:23 PM IST

ଆସିଲାନି ଆମ୍ବୁଲାନ୍ସ ରାସ୍ତାରେ ପ୍ରସବ
ଆସିଲାନି ଆମ୍ବୁଲାନ୍ସ ରାସ୍ତାରେ ପ୍ରସବ

ନବରଙ୍ଗପୁରରେ ପୁଣି ଜନନୀ ଯନ୍ତ୍ରଣା ଘଟଣା ସାମ୍ନାକୁ ଆସିଛି । ଆମ୍ବୁଲାନ୍ସ ପହଞ୍ଚି ନପାରିବାରୁ 2 କିଲୋମିଟର ଖଟିଆରେ ବୁହା ହେବେ ଗର୍ଭବତୀ । ରାସ୍ତାରେ ହେଲା ପ୍ରସବ ।

ଆସିଲାନି ଆମ୍ବୁଲାନ୍ସ ରାସ୍ତାରେ ପ୍ରସବ

ନବରଙ୍ଗପୁର: ପୁଣି ସାମ୍ନାକୁ ଆସିଲା ଜନନୀ ଯନ୍ତ୍ରଣାର କରୁଣ ଦୁଃଖ । ଆମ୍ବୁଲାନ୍ସ ନ ପହଞ୍ଚିବାରୁ ଖଟିଆରେ 2 କି.ମି ବୁହା ହେଲେ ଗର୍ଭବତୀ । ଆମ୍ବୁଲାନ୍ସ ପାଖରେ ପହଞ୍ଚିବା ପୂର୍ବରୁ ରାସ୍ତାରେ ଜନ୍ମ ନେଲା ଶିଶୁ । ଏଭଳି ସମ୍ବେଦନଶୀଳ ଘଟଣା ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ ମୈଦଲପୁର ପଞ୍ଚାୟତରେ । ତେବେ ବାରମ୍ବାର ଏଭଳି ଘଟଣା ଘଟୁଥିବା ବେଳେ ସରକାରଙ୍କ ବିକାଶମୂଳକ ଯୋଜନାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

ଏହାମଧ୍ୟ ପଢନ୍ତୁ.. ମାଲକାନଗିରିରେ ଜନନୀ ଯନ୍ତ୍ରଣା: 10 କିମି ଖଟିଆରେ ବୁହା ହେଲେ, ହସ୍ପିଟାଲରେ ପହଞ୍ଚିବା ପୂର୍ବରୁ ପ୍ରସବ

ସୂଚନା ଅନୁଯାୟୀ, ସୋମବାର ଦିନ ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ ମୈଦଲପୁର ପଞ୍ଚାୟତ ଅନ୍ତର୍ଗତ ଗୁରୁଣ୍ଡିଗୁଡ଼ା ଗାଁର ସୁରେନ୍ଦ୍ର ଯାନୀଙ୍କ ସ୍ତ୍ରୀ କମଳା ଯାନୀଙ୍କୁ ଗର୍ଭଯନ୍ତ୍ରଣା ହୋଇଥିଲା । ହସ୍ପିଟାଲ ଯିବା ପାଇଁ 108 ଆମ୍ବୁଲାନ୍ସକୁ ଫୋନ ଯୋଗେ ଯୋଗାଯୋଗ କରିଯାଇଥିଲେ ମଧ୍ୟ ଗାଁରେ ପହଞ୍ଚି ପାରିନଥିଲା ଆମ୍ବୁଲାନ୍ସ । ଭଲ ରାସ୍ତା ନଥିବାରୁ ଗାଁ ମଧ୍ୟକୁ ପସିପାରିନଥିଲା ଆମ୍ବୁଲାନ୍ସ । ଫଳରେ ବାଧ୍ୟ ହୋଇ 2 କିଲୋମିଟର ଖଟିଆରେ ବୁହା ହୋଇ ଆମ୍ବୁଲାନ୍ସ ପର୍ଯ୍ୟନ୍ତ ଗର୍ଭବତୀଙ୍କୁ ନିଆଯାଇଥିଲା । ହେଲେ ଆମ୍ବୁଲାନ୍ସ ପାଖରେ ପହଞ୍ଚିବା ପୂର୍ବରୁ ରାସ୍ତାରେ ଗର୍ଭବତୀ ଜଣକ ଶିଶୁକନ୍ୟା ଜନ୍ମ ଦେଇଥିଲେ ।

ଶିଶୁକନ୍ୟା ଜନ୍ମ ହେବା ପରେ ପ୍ରସୂତି ମହିଳା ଏବଂ ଶିଶୁକୁ 108 ଆମ୍ବୁଲାନ୍ସରେ ମୈଦଲପୁର ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ସେଠାରେ ସ୍ବାସ୍ଥ୍ୟାବସ୍ଥା ଯାଞ୍ଚ କରି ଉଭୟ ମା ଏବଂ ଶିଶୁ ସୁସ୍ଥ ଥିବା ଡାକ୍ତର କହିଥିଲେ ।

ଏହାମଧ୍ୟ ପଢନ୍ତୁ.. ରାସ୍ତା ସମସ୍ୟାରୁ ଆସିପାରିଲାନି ଆମ୍ବୁଲାନ୍ସ, ଖଟିଆରେ ବୁହା ହେବା ପରେ ଅଧା ରାସ୍ତାରେ ପ୍ରସବ

ତେବେ ନବରଙ୍ଗପୁର ଜିଲ୍ଲାରେ ବାରମ୍ବାର ଏଭଳି ସମ୍ବେଦନଶୀଳ ଘଟଣା ଦେଖିବାକୁ ମିଳୁଛି । ସ୍ବାଧୀନତାର ଅନେକ ବର୍ଷ ପରେ ମଧ୍ୟ ଗ୍ରାମାଞ୍ଚଳରେ ମୌଳିକ ସୁବିଧା ଅପହଞ୍ଚ ହୋଇଛି । ଗାଡି ଚଳାଚଳ ପାଇଁ ଭଲ ରାସ୍ତାଟିଏ ହୋଇ ପାରିନାହିଁ । ପକ୍କା ସଡକ ନଥିବାରୁ ଅନେକ ଗ୍ରାମାଞ୍ଚଳ ଜରୁରୀକାଳୀନ ସେବାରୁ ବଞ୍ଚିତ ରହୁଛି । ରାଜ୍ୟ ସରକାର ଓ କେନ୍ଦ୍ର ସରକାର ଆଦିବାସୀଙ୍କ ବିକାଶ ନେଇ ଡିଣ୍ଡିମ ପିଟୁଥିବା ବେଳେ ଅବହେଳିତ ସ୍ୱାସ୍ଥ୍ୟ ସେବାର ନଗ୍ନ ନମୁନା ବାରମ୍ବାର ଦେଖିବାକୁ ମିଳୁଛି । କେବେ କାନ୍ଧରେ ମୃତଦେହ ବୁହା ଯାଉଛି ତ କେବେ ଗର୍ଭବତୀଙ୍କ ଅତି ବିପଦପୂର୍ଣ୍ଣ ଭାବେ ଖଟିଆରେ ବୁହା ହୋଇ ନିଆଯାଉଛି ।

ଇଟିଭି ଭାରତ, ନବରଙ୍ଗପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.