ଓଡିଶା

odisha

ରାଜନୈତିକ ହିଂସା ରୋକିବାକୁ ମାଷ୍ଟରପ୍ଲାନ୍, ତଡିପାର ପ୍ରକ୍ରିୟା‌ ଲିଷ୍ଟରେ‌ ୨୦ଜଣ

By ETV Bharat Odisha Team

Published : Feb 3, 2024, 10:51 PM IST

Commissionerate Police master plan: ରାଜନୈତିକ ହିଂସା ରୋକିବାକୁ କମିଶନରେଟ ପୋଲିସର ମାଷ୍ଟରପ୍ଲାନ । ନିର୍ବାଚନକୁ ଦୃଷ୍ଟିରେ ରଖି ତଡିପାର ଅଭିଯାନ ଆରମ୍ଭ ହୋଇଛି । ଅଧିକ ପଢନ୍ତୁ

Commissionerate Police To Extern
Commissionerate Police To Extern

Commissionerate Police master plan

ଭୁବନେଶ୍ବର:ରାଜନୈତିକ ହିଂସା ରୋକିବାକୁ କମିଶନରେଟ ପୋଲିସର ମାଷ୍ଟରପ୍ଲାନ । ତଡିପାର ପ୍ରକ୍ରିୟା‌ ଆରମ୍ଭ ହୋଇଥିବାବେଳେ ଲିଷ୍ଟରେ‌ ଅଛନ୍ତି ୨୦ଜଣ । ହିଂସା ରୋକିବାକୁ ଏଥର କୁଜିନେତାଙ୍କ ଅପରାଧ ହିଷ୍ଟ୍ରି ଉପରେ ନଜର। ନିର୍ବାଚନକୁ ଦୃଷ୍ଟିରେ ରଖି ତଡିପାର ଅଭିଯାନ ଆରମ୍ଭ କରିଛି କମିଶନରେଟ ପୋଲିସ । ଏନେଇ କ୍ୟାପିଟାଲ ଥାନା ଅଞ୍ଚଳର GED ବସ୍ତିର‌ ଦୀପକ ନାୟକ ନାମକ ଅଭିଯୁ୍କ୍ତକୁ ତଡିପାର କରିଛି‌ ପୋଲିସ। ସେ ୨୦୧୫ ମସିହାରେ ମାର୍କେଟ ବିଲଡିଂ ବୋମାମାଡ଼ ଘଟଣାରେ ସମ୍ପୃକ୍ତ ଥିଲା । ଏନେଇ ବାଙ୍ଗା ନାମକ ଜଣେ ବ୍ୟକ୍ତି ଅଭିଯୋଗ ଆଣିଥିଲେ । ଅଭିଯୋଗ ଆଧାରରେ ପୋଲିସ ଛାନଭିନ କରି ଅଭିଯୁକ୍ତର ପତ୍ତା ଲଗାଇଥିଲା ।

ଏହାସହ ସରକାରୀ କ୍ବାଟରରୁ ଚୋରି ସହ ରାସ୍ତାରୁ ଛିନତାଇ ମାମଲାରେ‌ ମଧ୍ୟ ଦୀପକର ସମ୍ପୃକ୍ତି ରହିଥିଲା । ପ୍ରାୟ ୫ ରୁ ୬ଟି ମାମଲାରେ ସମ୍ପୃକ୍ତ ଥିବା ଏହି ଅପରାଧୀକୁ ତଡି଼ପାର କରିଛି କମିଶନରେଟ୍ ପୋଲିସ। କେବଳ ସେ ଏକା ନୁହେ ଏହିଭଳି ଆହୁରି ୨୦ଜଣଙ୍କ ତାଲିକା ପ୍ରସ୍ତୁତ କରିଛି କମିଶନରେଟ୍ ପୋଲିସ । ଏମାନଙ୍କ ଭିତରେ‌ କିଛି କୁଜି ନେତା ରହିଛନ୍ତି । ଯେଉଁମାନଙ୍କୁ ରାଜନୈତିକ ଦଳରେ ବିଭିନ୍ନ‌ କାର୍ଯକ୍ରମରେ ଦେଖିବାକୁ ମିଳିଥାଏ । ତେଣୁ ସେମାନଙ୍କର ଅପରାଧିକ ଛବିକୁ ଦୃଷ୍ଟିରେ‌ ରଖି ଅଭ୍ୟାସଗତ ଅପରାଧରେ ସାମିଲ ଥିବା କିଛି ଅଭିଯୁକ୍ତଙ୍କ ତାଲିକା କରାଯାଇ ସେମାନଙ୍କ ଉପରେ ନଜର ରଖାଯାଇଛି ।

ଏହା ମଧ୍ୟ ପଢନ୍ତୁ...ନକଲି ସିବିଆଇ ଅଧିକାରୀଙ୍କୁ ବାନ୍ଧିଲା ପୋଲିସ, ଚାକିରି କରେଇ ଦେବା ଆଳରେ ଠକୁଥିଲେ

ଏନେଇ ଡିସିପି ପ୍ରତୀକ ସିଂ କହିଛନ୍ତି, " ଏସବୁ ଦିଗରେ ଆମେ ନଜର ରଖିଛୁ।ଏଥିପାଇଁ ଆମେ ସମସ୍ତ ଥାନାକୁ ସ୍ପେଶାଲ ଇନଷ୍ଟ୍ରକସନ ଦେଇଛୁ।ଏସବୁ କାର୍ଯକଳାପ ଉପରେ ନଜର ରଖାଯାଇଛି। ଏନେଇ ଗୁଇନ୍ଦା ଅଧିକାରୀଙ୍କୁ ମଧ୍ୟ ନଜର ରଖିବାକୁ କୁହାଯାଇଛି। ୬ଟି ଦିଗ ପ୍ରତି କଡ଼ା ଆଭିମୁଖ୍ୟ ନେବାକୁ ବୈଠକରେ ଆଲୋଚନା‌‌ ହୋଇଛି। BC ଭେରିଫିକେସନ, ହାଜିରା, ଏରିଆ ପାଟ୍ରୋଲିଂ, ଲଟକା ଜାରି, ବହିର୍ଭାଷ, ତଡିପାର କରାଯିବ।"


ତେବେ ଗତ ଦିନ ତଳେ ମଞ୍ଚେଶ୍ବର ଥାନା ଇଞ୍ଜଣା ପଞ୍ଚାୟତରେ ରାଜନୈତିକ ଶତ୍ରୁତାରୁ ଗୋଷ୍ଠୀ ସଂଘର୍ଷ ହୋଇଥିଲା । ସେହିପରି ମୈତ୍ରୀବାହାର ଥାନା ଅଞ୍ଚଳରେ ମଧ୍ୟ ଦୁଇ କର୍ପୋରେଟଙ୍କ ଗୋଷ୍ଠୀ ଓ ବିରୋଧୀ ଗୋଷ୍ଠି ଭିତରେ ଗଣ୍ଡଗୋଳ ଯୋଗୁ ଥାନା ବାହାରେ ଉତ୍ତେଜନା ସହ ପୋଲିସ କର୍ମୀଙ୍କୁ ପଥରମାଡ଼ ଭଳି ପରିସ୍ଥିତି ଉପୁଜିଥିଲା। ଆଗକୁ ନିର୍ବାଚନ ଥିବାବେଳେ ଏସବୁ ପରିସ୍ଥିତି ରୋକିବା ଏଥର ପୋଲିସ ପାଇଁ ଚ୍ୟାଲେଞ୍ଜ ହୋଇଛି ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details