ଓଡିଶା

odisha

ଦେଢ଼ଶୂରର ଉନ୍ମତ୍ତକାଣ୍ଡ, ଭାଇବୋହୂ-ପୁତୁରାକୁ କୁରାଢ଼ିରେ ହାଣି ମାରିଦେଲା - Murder in Sambalpur

By ETV Bharat Odisha Team

Published : Apr 26, 2024, 2:29 PM IST

Murder in Sambalpur : ଘରେ ଭାଇ ନଥିବା ସୁଯୋଗ ନେଇ ଭାଇବୋହୂ ଓ ପୁତୁରାକୁ ହାଣି ହତ୍ୟା କଲା ଦେଢ଼ଶୂର । ଅଧିକ ପଢନ୍ତୁ

Murder in Sambalpur
Murder in Sambalpur

ସମ୍ବଲପୁର: ଦଳକିବାହାଲ ଗ୍ରାମରେ ବୀଭତ୍ସ ହତ୍ୟାକାଣ୍ଡ । ନିଜ ଭାଇବୋହୁ ଓ ପୁତୁରାକୁ ହାଣିଲା ଦେଢଶୁର । ସମ୍ବଲପୁର ଜିଲ୍ଲା ବାମରା ବ୍ଲକ ଗୋବିନ୍ଦପୁର ଥାନା ଅନ୍ତର୍ଗତ କିନାବଗା ପଞ୍ଚାୟତ, ଦଳକିବାହାଲ ଗ୍ରାମରେ ଘଟିଛି ଏହି ବୀଭତ୍ସ ହତ୍ୟା । ହତ୍ଯାକାଣ୍ଡର କାରଣ ସ୍ପଷ୍ଟ ହୋଇପାରି ନଥିବା ବେଳେ ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ମିଳିଥିବା ସୂଚନା ଅନୁସାରେ, ଦଲକିବାହାଲ ଗ୍ରାମର କିସାନପଡାର ୱାର୍ଡ ସଭ୍ୟ ପରମେଶ୍ଵର ପିଙ୍ଗ ଗୁରୁବାର ରାତିରେ ସମ୍ବଲପୁର ଯାଇଥିଲେ । ତେବେ ରାତିରେ ତାଙ୍କ ସ୍ତ୍ରୀ ପୂର୍ଣ୍ଣିମା (32), ପୁଅ ୟେନସୁ (1), ଝିଅ ଓ ପିଉସୀ କମଳା ଘରେ ରହିଥିଲେ । ତେବେ କିଛିଦୂରରେ ଥିବା ପରମେଶ୍ଵରଙ୍କ ବଡ଼ଭାଇ ଅଭିଯୁକ୍ତ ଲୋଚନ ପିଙ୍ଗ ଏକ କୁରାଢ଼ି ନେଇ ପୂର୍ଣ୍ଣିମାଙ୍କୁ ଜୀବନରେ ମାରିଦେବାକୁ କହି ଘରୁ ବହାରି ଥିଲା l ତାକୁ ଅଟକାଇବାକୁ ଚେଷ୍ଟା କରି ମଧ୍ୟ ପରିବାର ଲୋକେ ବିଫଳ ହେବାରୁ ତୁରନ୍ତ ପୂର୍ଣ୍ଣିମାଙ୍କୁ ଫୋନ ଯୋଗେ ସୂଚନା ଦେଇଥିଲେ। ପୂର୍ଣ୍ଣିମା ଏନେଇ ନିଜ ପିଉସୀଙ୍କୁ ଏହା କହିଥିଲେ । ତେବେ ଅନ୍ୟ କୌଣସି ଉପାୟ ନପାଇ ଭୟରେ ଘର ଭିତରେ କବାଟ ବନ୍ଦ କରି ଲୁଚି ରହି ଥିଲେ । ତେବେ ଲୋଚନ ରକ୍ତମୁଖା ହୋଇ ପ୍ରଥମେ କବାଟକୁ ଭାଙ୍ଗି ଦେଇଥିଲା। ଏହାପରେ ଘରକୁ ପଶି ପୂର୍ଣ୍ଣିମାଙ୍କୁ କୁରାଡ଼ିରେ ହାଣି ପକାଇଥିଲା। ପାଖରେ ଥିବା ଶିଶୁପୁତ୍ର କାନ୍ଦିବାରୁ ତାକୁ ମଧ୍ୟ ହାଣି ପକାଇଥିଲା ଲୋଚନ । ତେବେ ପିଉସୀଙ୍କୁ ଆକ୍ରମଣ କରିବାରୁ ସେ ନିଜ ଜୀବନ ବଞ୍ଚାଇବା ପାଇଁ ଘରୁ ଦୌଡି ଚାଲିଯାଇଥିଲେ ।

ଏହା ମଧ୍ୟ ପଢନ୍ତୁ:ସମଲିଙ୍ଗୀ ସମ୍ପର୍କରୁ ହତ୍ୟା, ଅଭିଯୁକ୍ତଙ୍କୁ ବାନ୍ଧିଲା ପୋଲିସ - Murder In Sambalpur

କିଛି ସମୟ ପରେ ଅଭିଯୁକ୍ତ ସେଠାରୁ ବାହାରି ମୁଖ୍ୟ ରାସ୍ତା ନିକଟରେ ରକ୍ତମୁଖା ହୋଇ ଛିଡ଼ା ହୋଇଥିବା ଲୋକେ ଦେଖିଥିଲେ । ଏହି ସମୟରେ ଘଟଣା ଘଟିବା ପୂର୍ବରୁ ପୂର୍ଣ୍ଣିମା ତାଙ୍କ ବାପାଙ୍କୁ ଫୋନ ଯୋଗେ ସୂଚନା ଦେଇଥିବାରୁ ତାଙ୍କ ବାପା ଫଟାଟାଙ୍ଗର ନିବାସୀ ଫକୀର ସେଠାରେ ପହଞ୍ଚିଥିଲେ। ଫକିରଙ୍କୁ ଦେଖିବା ମାତ୍ରେ ଅଭିଯୁକ୍ତ ଅନ୍ଧାରର ସୁଯୋଗ ନେଇ ସେଠାରୁ କୁଆଡ଼େ ଫେରାର ହୋଇ ଯାଇଥିଲା । ଫକିର ଘରେ ପହଞ୍ଚି ଦେଖିବା ବେଳକୁ ତାଙ୍କ ଝିଅ ଓ ନାତି ରକ୍ତାକ୍ତ ଅବସ୍ଥାରେ ଚଟାଣରେ ପଡ଼ି ରହିଥିଲେ । ତେବେ ସୌଭାଗ୍ୟବଶତଃ ରକ୍ତମୁଖା ଲୋଚନ ଅନ୍ୟ କୋଠରୀରେ ଶୋଇଥିବା ପିଲାଙ୍କୁ ଦେଖିପାରିନ‌ଥିଲା । ତେବେ ଘଟଣା ସମ୍ପର୍କରେ ଖବର ପାଇ ଗୋବିନ୍ଦପୁର ଆଇଆଇସି ରାଜେନ୍ଦ୍ର ବେହେରା ଓ ଗଡ଼ପୋଷ ପାଣ୍ଡି ଅଧିକାରୀ ଅମୂଲ୍ୟ ଗଡ଼ନାୟକ ନିଜ ଟିମ ସହ ଘଟଣାସ୍ଥଳରେ ପହଞ୍ଚି ଥିଲେ । ହତ୍ୟାକାଣ୍ଡର କାରଣ ଜଣାପଡି ନଥିବା ବେଳେ ଅଭିଯୁକ୍ତକୁ ଧରିବା ପାଇଁ ପୋଲିସ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରଖିଛି।

ଇଟିଭି ଭାରତ, ସମ୍ବଲପୁର

ABOUT THE AUTHOR

...view details