ଓଡିଶା

odisha

ଗଜପତିରେ ସୁରକ୍ଷାକର୍ମୀଙ୍କ ଗାଡି ଦୁର୍ଘଟଣା, ଭୁଲ ବିବୃତି ପାଇଁ ବିଜୟଙ୍କୁ ବିଜେଡିର ସମାଲୋଚନା

By ETV Bharat Odisha Team

Published : Jan 24, 2024, 7:39 PM IST

BJD Critisizes OPCC Campaign Committee Chairman : ଗଜପତିରେ ସୁରକ୍ଷାକର୍ମୀଙ୍କ ଗାଡି ଧକ୍କାରେ ମୃତ୍ୟୁକୁ ନେଇ ପିସିସି ପ୍ରଚାର କମିଟି ମୁଖ୍ୟ ବିଜୟ ପଟ୍ଟନାୟକଙ୍କ ୫ଟି ଅଧ୍ୟକ୍ଷ ଭି କେ ପାଣ୍ଡିଆନ ଙ୍କୁ ଟାର୍ଗେଟ । ବିଜୟଙ୍କ ଅଭିଯୋଗର କଡା ଜବାବ ରଖିଛନ୍ତି ବିଜେଡି ମୁଖପାତ୍ର ଇପ୍ସିତା ସାହୁ । ଅଧିକ ପଢନ୍ତୁ

ଗଜପତିରେ ସୁରକ୍ଷାକର୍ମୀଙ୍କ ଗାଡି ଦୁର୍ଘଟଣା, ଭୁଲ ବିବୃତି ପାଇଁ ବିଜୟ ପଟ୍ଟନାୟକଙ୍କୁ ବିଜେଡିର ସମାଲୋଚନା
ଗଜପତିରେ ସୁରକ୍ଷାକର୍ମୀଙ୍କ ଗାଡି ଦୁର୍ଘଟଣା, ଭୁଲ ବିବୃତି ପାଇଁ ବିଜୟ ପଟ୍ଟନାୟକଙ୍କୁ ବିଜେଡିର ସମାଲୋଚନା

ଗଜପତିରେ ସୁରକ୍ଷାକର୍ମୀଙ୍କ ଗାଡି ଦୁର୍ଘଟଣା, ଭୁଲ ବିବୃତି ପାଇଁ ବିଜୟ ପଟ୍ଟନାୟକଙ୍କୁ ବିଜେଡିର ସମାଲୋଚନା

ଭୁବନେଶ୍ବର: ଗଜପତିରେ ସୁରକ୍ଷାକର୍ମୀଙ୍କ ଗାଡି ଧକ୍କାରେ ଜଣେ ବ୍ୟକ୍ତି ଙ୍କ ମୃତ୍ୟୁ କୁ ନେଇ ରାଜ୍ୟ ରାଜନୀତିରେ ବିଜେଡି ଓ କଂଗ୍ରେସ ମଧ୍ୟରେ ଦୋଷ ଲଦାଲଦି । ଗଜପତି ଦୁର୍ଘଟଣାରେ ଜଣଙ୍କ ମୃତ୍ୟୁ ପ୍ରସଙ୍ଗରେ ପିସିସି ପ୍ରଚାର କମିଟି ମୁଖ୍ୟ ବିଜୟ ପଟ୍ଟନାୟକଙ୍କୁ କାଉଣ୍ଟର କରିଛି ବିଜେଡି । ବିଜୟଙ୍କ ଅଭିଯୋଗର କଡା ଜବାବ ରଖିଛନ୍ତି ବିଜେଡି ମୁଖପାତ୍ର ଇପ୍ସିତା ସାହୁ । ବିଜେଡି ମୁଖପାତ୍ର କହିଛନ୍ତି ଯେ, ଗଜପତି ଜିଲ୍ଲାରେ ଜଣେ ସୁରକ୍ଷା କର୍ମୀଙ୍କ ଗାଡି ଦ୍ବାରା ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ଘଟିଛି । ସେଥିପାଇଁ ଅତ୍ୟନ୍ତ ଦୁଃଖିତ ଏବଂ ମର୍ମାହତ । ଶୋକ ସନ୍ତପ୍ତ ପରିବାର ପ୍ରତି ସମବେଦନା ଜ୍ଞାପନ କରୁଛି । କିନ୍ତୁ ଅତ୍ୟନ୍ତ ଦୁଃଖ ଓ ଆଶ୍ଚର୍ଯ୍ୟଜନକ ବିଷୟ ଯେ ପୂର୍ବତନ ମୁଖ୍ୟ ଶାସନ ସଚିବ ତଥା ବର୍ତ୍ତମାନ ନୂଆ କରି ରାଜନୀତିରେ ପାଦ ଥାପିଥିବା ବିଜୟ ପଟ୍ଟନାୟକ କିଛି ନ ଜାଣି ରାଜନୀତି କରିବାକୁ ଆଗେଇ ଆସିଛନ୍ତି ।

ଭୁବନେଶ୍ଵରରେ ବସି କୌଣସି ବିଷୟରେ ସତ କଥା ନ ଜାଣି ମିଡ଼ିଆ ଆଗରେ ମିଛ କଥା କହିବାରେ ବିଜୟ ପଟ୍ଟନାୟକ ପିଏଚଡି କରିଛନ୍ତି । ହଜାର ହଜାର ଗଜପତି ବାସୀ ଉପସ୍ଥିତିରେ 5ଟି ଅଧ୍ୟକ୍ଷ ସେଠାରେ ହେଲିକପ୍ଟର ଯୋଗେ ଭୁବନେଶ୍ବରରୁ ଗଜପତିରେ ପହଞ୍ଚି ଥିଲେ । ସେଠାରୁ 2 ଟା 15 ମିନିଟରେ ଗଜପତିରୁ ଭୁବନେଶ୍ବରକୁ ସେହି ହେଲିକପ୍ଟର ଯୋଗେ ଫେରିଥିଲେ । ଯେଉଁ ଦୁର୍ଘଟଣା ଟି ଘଟିଛି ତାହା ପ୍ରାୟ ଅପରାହ୍ନ ୨ ଟା ୪୫ ପାଖାପାଖି । ଏହି ଦୁଇ ସମୟ ଭିତରେ ଅଧା ଘଣ୍ଟାର ସମୟ ଗ୍ୟାପ ରହିଛି । ମୃତ୍ୟ ଘଟିଲେ ତାକୁ ନେଇ ଖେଳ ଖେଳିବାକୁ ବିରୋଧୀଙ୍କୁ ବହୁତ ଭଲ ଲାଗେ । ସେଥିରୁ ବିଜୟ ପଟ୍ଟନାୟକ ଆଜି ବାଦ ପଡି ନାହାନ୍ତି । ଦୁଃଖ ସମୟରେ ବିଜୟ ସେହି ପରିବାର ସହିତ ଠିଆ ନ ହୋଇ ସେ ଘଟଣାକୁ ଯେଭଳି ଉପସ୍ଥାପନ କରୁଛନ୍ତି, ତାହା ଅତ୍ୟନ୍ତ ନିନ୍ଦନୀୟ ।

ଏହା ମଧ୍ୟ ପଢନ୍ତୁ ... ବାଙ୍ଗିରିପୋଷି ଯାତ୍ରାପାର୍ଟି ଟ୍ରକ ଦୁର୍ଘଟଣାରେ ମୁଖ୍ୟମନ୍ତ୍ରୀଙ୍କ ଶୋକ, ଅନୁକମ୍ପା ରାଶି ଘୋଷଣା


ଦୁଃଖ ଲାଗୁଛି ଏଭଳି ନେତୃବୁନ୍ଦ ରାଜନୀତିକୁ ଆସୁଛନ୍ତି । ଦୁର୍ଘଟଣା ଅକସ୍ମାତ ଘଟିଛି । କେହି ଭାବିଚିନ୍ତି ଦୁର୍ଘଟଣା କରେନାହିଁ । ଦୁର୍ଘଟଣାରେ ଯାହା ପରିବାର ଲୋକର ମୃତ୍ୟୁ ହୋଇଥିବ ତାଙ୍କର କଣ ବିତୁଥିବ, ସେ ସମୟରେ ସତ କଥା ନ ଜାଣି ମିଡ଼ିଆ ଆଗରେ ରାଜନୀତି କରିବା ଅତ୍ୟନ୍ତ ଲଜ୍ୟାଜନକ କଥା । ଏହାକୁ ରାଜନୀତି ନୁହେଁ ହୀନ ନୀତି କୁହାଯାଏ । ହଜାର ହଜାର ଗଜପତିବାସୀ ଏହାର ସାକ୍ଷୀ ଅଛନ୍ତି । 5ଟି ଅଧ୍ୟକ୍ଷ କେତେବେଳେ ଓ କେଉଁ ବିମାନରେ ଯାଇଥିଲେ ଓ ଆସିଥିଲେ । ନିଜ ଘର ନ ସଜାଡ଼ି ଏପରି ହୀନ ରାଜନୀତି କରିବାକୁ ବିଜୟ ପଟ୍ଟନାୟକ ଆସିଛନ୍ତି, ଏହାର ଜବାବ ଗଜପତିବାସୀ ଆଗକୁ ଦେବେ ।

ସୂଚନାଯୋଗ୍ୟ ଯେ ପୂର୍ବରୁ ସାମ୍ବାଦିକ ସମ୍ମିଳନୀ ଜରିଆରେ କଂଗ୍ରେସ ପ୍ରଚାର କମିଟି ଅଧ୍ୟକ୍ଷ ବିଜୟ ପଟ୍ଟନାୟକ ଅଭିଯୋଗ କରିଥିଲେ ଯେ ଗଜପତି ଜିଲ୍ଲାରେ ବିଜେଡି ନେତା ଭିକେ ପାଣ୍ଡିଆନଙ୍କ ସୁରକ୍ଷାକର୍ମୀଙ୍କ ଗାଡ଼ି ଧକ୍କାରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଛି । ପାଣ୍ଡିଆନଙ୍କ ସୁରକ୍ଷା କର୍ମୀଙ୍କ ଗାଡ଼ି ଯେହେତୁ ଦୁର୍ଘଟଣା ଘଟାଇଛି ତାଙ୍କର ପ୍ରଥମ କର୍ତ୍ତବ୍ୟ ଥିଲା ଯେ ସେ ମୃତ ବ୍ୟକ୍ତିଙ୍କ ପରିବାରକୁ ଭେଟିବା କଥା । ହେଲେ ଘଟଣାସ୍ଥଳରୁ ଚାଲି ଆସିବା ଦୁର୍ଭାଗ୍ୟଜନକ ଓ ଅମାନବୀୟ । ଏହି ଘଟଣାରେ ହିଟ୍ ଏଣ୍ଡ ରନ୍ କେସ ଲାଗୁ ହେବା ଉଚିତ । ପାଣ୍ଡିଆନଙ୍କ ବିରୁଦ୍ଧରେ ମାମଲା ସହ ଗିରଫ କରାଯିବା ସହ ମୃତକ ଙ୍କ ପରିବାର କୁ କ୍ଷତିପୂରଣ ଦେବା ପାଇଁ କଂଗ୍ରେସ ଦାବି କରିଛି ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details