ଓଡିଶା

odisha

ଇଚ୍ଛା ମୃତ୍ୟୁ : ମାନସିକ ରୋଗରେ ପୀଡିତଙ୍କୁ ଅନୁମତି ଦେବା ଜରୁରୀ କି? - Euthanasia

By ETV Bharat Odisha Team

Published : Apr 5, 2024, 5:20 PM IST

Euthanasia: ଯେଉଁମାନେ ଇଚ୍ଛାମୃତ୍ୟୁ ସପକ୍ଷରେ ରହିଛନ୍ତି, ସେମାନଙ୍କର ଧାରଣ ହେଉିଛି ମୋ ଶରୀର, ମୋ ନିଷ୍ପତ୍ତି । ଯେଉଁମାନେ ଏହାକୁ ବିରୋଧ କରୁଛନ୍ତି ସେମାନେ ଏହା କହିଛନ୍ତି ଯେ ଏହା ଗରିବଙ୍କୁ ବିପଦରେ ପକାଇଥାଏ । ଏ ସଂପର୍କରେ ଅଧିକ ଜାଣିବା ପାଇଁ ପଢନ୍ତୁ, ତୁଫିକ ରସିଦଙ୍କ ଆଲେଖ୍ୟ,

Euthanasia
Euthanasia

ତୁଫିକ ରସିଦ

ବରିଷ୍ଠ ସାମ୍ବାଦିକା

ହାଇଦ୍ରାବାଦ:ଅନେକ ସମୟରେ ବ୍ୟକ୍ତିମାନେ ଇଚ୍ଛା ମୃତ୍ୟୁ ପାଇଁ ଅପିଲ କରିଥାଆନ୍ତି । ତେବେ ମନରେ ପ୍ରଶ୍ନ ଆସେ କେଉଁମାନଙ୍କୁ ଇଚ୍ଛା ମୃତ୍ୟୁ ଦେବା ଉଚିତ । ମାନସିକ ପୀଡିତ ଏବଂ ଶାରୀରିକ ପୀଡିତଙ୍କ କ୍ଷେତ୍ରରେ ଅଧିକାର ସମାନ ଥାଏ କି ? ତେବ ଏନେଇ କଣ କହୁଛନ୍ତି ବରିଷ୍ଠ ସାମ୍ବାଦିକା ତୁଫିକ ରସିଦ ପଢନ୍ତୁ

ଆଜି ମୁଁ ମୃତ୍ୟୁ ପାଇଁ ମେଡିକାଲ ଚିକିତ୍ସାର ସାହାଯ୍ୟ ନେବା ପାଇଁ ସର୍ଚ୍ଚ ଇଞ୍ଜିନରେ ଖୋଜିଥିଲି । ପ୍ରଥମ ରେଜଲ୍ଟ ଦେଖାଇଥିଲା ମୁଁ କିପରି କାହା ସହିତ କଥା ହେବା ଉଚିତ୍ । ପରେ ଏକ ସୁଇସାଇଡ ହେଲପ ଲାଇନ ନମ୍ବର ଫ୍ଲାସ ହୋଇଥିଲା । ଅନେକ ସମୟର ସର୍ଚ୍ଚ ପରେ ମୁଁ ଯାହା ଚାହୁଁଥିଲି ତାହା ମିଳିଗଲା । ଆଲଗୋରିଦମ ଭାବିଲା ମୁଁ ଅତ୍ୟଧିକ ଚିନ୍ତା କରୁଛି ଏବଂ ସାହାଯ୍ୟ କରିବାକୁ ପ୍ରସ୍ତାବ ଦେଲା । ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ(AI) ପାଇଁ ମେଡିକାଲ ଆସିଷ୍ଟ ମୃତ୍ୟୁ ବର୍ତ୍ତମାନ ମଧ୍ୟ ଆତ୍ମହତ୍ୟା ଅଟେ । ବାସ୍ତବ ଦୁନିଆରେ ମଧ୍ୟ ଏହା ଦଶନ୍ଧି ଧରି ବିତର୍କ ହୋଇଆସୁଛି ।

ନେଦରଲ୍ୟାଣ୍ଡ୍ସ ଏକ ଗାଁର ଜଣେ ସୁସ୍ଥ 28 ବର୍ଷ ବୟସ୍କା ବ୍ୟକ୍ତିଙ୍କୁ ଏହା ବାଛିବା ପାଇଁ କଣ ପ୍ରେରଣା ଦେଲା ମୁଁ ଜାଣିବାକୁ ଚେଷ୍ଟା କରୁଥିଲି । ଯୁବତୀ ଜଣକ ଶାରୀରିକ ଭାବେ ସୁସ୍ଥ ରହିଥିଲେ ସୁଦ୍ଧା କାହିଁକି ଇଚ୍ଛା ମୃତ୍ଯୁ ମାଗିଥିଲେ । ଏହାର କାରଣ ହେଉଛି ମାନସିକ ବିକାରଗ୍ରସ୍ତ । ତେବେ ଉକ୍ତ ଯୁବତୀଙ୍କ ଜୀବନ କହିଲେ କେବଳ ତାଙ୍କର ଜଣ ପୁରୁଷବନ୍ଧୁ, ଏବଂ ଦୁଇଟି ବିଲେଇ ରହିଥିଲେ । ତବେ ସେ ମଧ୍ୟ ଇଚ୍ଛା ମୃତ୍ୟୁ ପାଇଁ ଆଗଭର ହୋଇଥିଲେ । ପ୍ରକାଶଥାଉକି, ଗତମାସରେ ଦେଶ ପୂର୍ବତନ ଡଚ ପ୍ରଧାନମନ୍ତ୍ରୀ ଡ୍ରିସ୍ ଭାନ୍ ଇଜିଟି ସହ ତାଙ୍କ ପତ୍ନୀ ୟୁଜିନିଙ୍କୁ ଇଚ୍ଛା ମୃତ୍ୟୁ ପାଇଁ ଅନୁମତି ଦେଇଥିଲେ । ଉଭୟେ ସେତେବେଳେ 93 ବର୍ଷର ଥିଲେ । ତେବେ ଏଠାରେ କହିରଖୁଛି କି ଇଚ୍ଛା ମୃତ୍ୟୁ ପାଇଁ ଅନୁମତି ଦେଇଥିବା ଦେଶ ମଧ୍ୟରୁ ନେଦରଲ୍ୟାଣ୍ଡ ଅନ୍ୟତମ ।

ଏହା ମଧ୍ୟ ପଢନ୍ତୁ:ସାବଧାନ ! 50 ବର୍ଷରୁ କମ୍ ବୟସ୍କଙ୍କ ନିକଟରେ ବୃଦ୍ଧି ପାଉଛି କ୍ୟାନସର - Cancer In Young Age

ନେଦରଲ୍ୟାଣ୍ଡ୍ସ ବ୍ୟତୀତ ସ୍ୱିଜରଲ୍ୟାଣ୍ଡ, କାନାଡ଼ା ଭଳି କିଛି ଦେଶରେ ମଧ୍ୟ ଏହାର ଅନୁମତି ରହିଛି । କେବଳ ଆମେରିକାର ସଂଖ୍ୟାଲଘୁ ରାଜ୍ୟ ଯେପରିକି ମେନ୍ ଏବଂ ଓରେଗନ୍ MAIDକୁ ଅନୁମତି ଦେଇଥାଆନ୍ତି । ଏହାକୁ ନେଇ ଅନେକ ବିତର୍କ କରାଯାଇଥିବା ବେଳେ ମାନସିକ ରୋଗ ପାଇ ଏହାକୁ ଅନୁମତି ଦିଆଯାଏ ନାହିଁ । ଭାରତର ସର୍ବୋଚ୍ଚ ନ୍ୟାୟାଳୟ, ଏହାର ଗୁରୁତ୍ୱପୂର୍ଣ୍ଣ ବିଚାରରେ ଇଚ୍ଛା ମୃତ୍ୟୁକୁ ବୈଧ ବନାଇଥିଲେ । ଏଥିସହ, ଅତ୍ୟଧିକ ଅସୁସ୍ଥ ଏବଂ କୋମାରେ ପୀଡିତ ରୋଗୀଙ୍କ ପରିବାରକୁ ଏହିପରି ପଦକ୍ଷେପ ପ୍ରତ୍ୟାହାର କରିବାକୁ ଅନୁମତି ଦିଆଯାଇଥିଲା । ଭାରତରେ ମାନସିକ ରୋଗର କାରଣ ବିବେଚନା କରାଯାଏ ନାହିଁ ।

କିଛି ବର୍ଷ ପୂର୍ବେ ବେଙ୍ଗାଲୁରୁର ଜଣେ ମହିଳା ଦିଲ୍ଲୀ ହାଇକୋର୍ଟରେ ଆବେଦନ କରିଥିଲେ। ନୋଏଡାଠାରେ ରହୁଥିବା ତାଙ୍କ ବନ୍ଧୁ 48 ବର୍ଷ ବୟସ୍କା ବ୍ୟକ୍ତି ସ୍ୱିଜରଲ୍ୟାଣ୍ଡ ଗସ୍ତରେ ଯାଇ ଡାକ୍ତରଙ୍କ ସହାୟତାରେ ଇଚ୍ଛାମୃତ୍ୟୁ ପାଇଁ ଗସ୍ତ କରିବାକୁ ନିଷ୍ପତ୍ତି ନେଇଥିବା ବେଳେ ତାଙ୍କୁ ରୋକ ଲଗାଇବା ପାଇଁ କୋର୍ଟରେ ଆବଦେନ କରିଥିଲେ । ଏହି ବ୍ୟକ୍ତି 2014 ମସିହାରୁ କ୍ରୋନିକ ଫାଟିଗ୍ ସିଣ୍ଡ୍ରୋମରେ ପୀଡିତ ଥିଲେ । ଏହା ଏଭଳି ଏକ ରୋଗ ଯାହା ପରିଶ୍ରମ ପରେ ଅସୁସ୍ଥତା, ବ୍ରେନ ଫଗ୍, ମୁଣ୍ଡବିନ୍ଧା, ନିଦ୍ରାହୀନତା, ନିଶ୍ୱାସ ପ୍ରଶ୍ୱାସ ଏବଂ ଛାତି ଯନ୍ତ୍ରଣା ହୋଇଥାଏ । ଏହି କାରଣ MAIDS ପାଇଁ ଯୋଗ୍ୟ ନୁହେଁ । ଡାକ୍ତରଙ୍କ ସହାୟତାରେ ମୃତ୍ୟୁକୁ ନେଇ ଅନେକ ତର୍କ ବିତର୍କ ଜାରି ରହିଛି । ଟର୍ମିନାଲ ଇଲନେସ ପାଇଁ ଅନୁମତି ଦେଇଥିଲା । ତେବେ ଏହି ରୋଗରେ ଶୀଘ୍ର ଆରୋଗ୍ୟ ହୋଇପାରିବ ନାହିଁ । ଏହାକୁ ଲାଇଫ ଲିମିଟିଂ ଇଲନେସ ମଧ୍ୟ କୁହାଯାଏ ।

ଇଚ୍ଛାମୃତ୍ୟୁକୁ ଯେଉଁମାନେ ବିରୋଧ କରିଛନ୍ତି, ସେମାନେ କହିଛନ୍ତି, ଏହା ଜୀବନର ପବିତ୍ରତାକୁ ଉଲ୍ଲଂଘନ କରିଥାଏ । ବୃଦ୍ଧ, ଗୁରୁତର ଅସୁସ୍ଥ ଏବଂ ଭିନ୍ନକ୍ଷମଙ୍କ ପ୍ରତି ସମାଜର ମନୋଭାବ ଥିବାରୁ ସେମାନେ ଏହାକୁ ବିରୋଧ କରନ୍ତି । ଯେତେବେଳେ ମାନସିକ ରୋଗକୁ MAID ପାଇଁ ଏକମାତ୍ର ସର୍ତ୍ତ ଭାବରେ ଅନୁମତି ଦିଆଯାଇଥାଏ, ସେତେବେଳେ ଚିନ୍ତା ବୃଦ୍ଧି ପାଇଥାଏ । ଏହାକୁ ବିରୋଧ କରୁଥିବା ଲୋକମାନେ କହିଛନ୍ତି, ଏହା ଦ୍ବାରା ଅସୁରକ୍ଷିତ ବ୍ୟକ୍ତି ବିପଦରେ ପଡି ପାରନ୍ତି । ଯେଉଁମାନେ ମାନସିକ ସ୍ବାସ୍ଥ୍ୟ ସୁବିଧା ପାଇପାରେ ନାହିଁ, ଯଦି ସେମାନେ ସଠିକ୍ ଲୋକଙ୍କ ନିକଟରେ ପହଞ୍ଚନ୍ତି ତେବେ ଆଶ୍ବସ୍ତି ମିଳିପାରେ । ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ କହିବା ଅନୁସାରେ, MAID ପ୍ରଦାନ କରିବାର ଅର୍ଥ ଏକ ଯନ୍ତ୍ରଣାଦାୟକ ମୃତ୍ୟୁୁୁୁକୁ ଏଡାଇବା ପାଇଁ ନୁହେଁ ବରଂ ଯନ୍ତ୍ରଣାଦାୟକ ଜୀବନକୁ ଏଡାଇବା । ତେବେ କେତେକ କ୍ଷେତ୍ରରେ ଇଚ୍ଛା ମୃତ୍ୟୁ ଏକ ବରଦାନ ହୋଇପାରେ । କିନ୍ତୁ କେତେକ କ୍ଷେତ୍ରରେ ଏହା ଆତ୍ମହତ୍ୟାକୁ ପ୍ରୋତୋହିତ କରିଥାଏ । ତେବେ ନେଦରଲ୍ୟାଣ୍ଡର 28 ବ୍ୟକ୍ତିଙ୍କ କ୍ଷେତ୍ରରେ ଏହା କେତେ ଦୂର ପ୍ରଯୁଜ୍ୟ ତାହା ଏବେ ମଧ୍ୟ ପ୍ରଶ୍ନବାଚୀ ସୃଷ୍ଟି କରିଛି ।

(ଏହି ଆଲେଖ୍ୟ ସମ୍ପୂର୍ଣ୍ଣ ତୁଫିକ ରସିଦଙ୍କ ମତ)

ABOUT THE AUTHOR

...view details