ETV Bharat / opinion

ସାବଧାନ ! 50 ବର୍ଷରୁ କମ୍ ବୟସ୍କଙ୍କ ନିକଟରେ ବୃଦ୍ଧି ପାଉଛି କ୍ୟାନସର - Cancer In Young Age

author img

By ETV Bharat Odisha Team

Published : Mar 30, 2024, 5:13 PM IST

cancer
cancer

Cancer in Young Age: 50 ବର୍ଷରୁ କମ୍ ବୟସ୍କ ବ୍ୟକ୍ତିଙ୍କଠାରେ ବୃଦ୍ଧି ପାଉଛି କ୍ୟାନ୍ସର ବା କର୍କଟ ରୋଗ । ତେବେ କମ୍ ବୟସରେ କର୍କଟ ହେବାର ଅନେକ କାରଣ ଦର୍ଶାଇଛନ୍ତି ବେଜ୍ଞାନିକ । ପଢନ୍ତୁ ତୁଫିକ ରସିଦଙ୍କ ଆଲେଖ୍ୟ,

ତୁଫିକ ରସିଦ

ବରିଷ୍ଠ ସାମ୍ବାଦିକ

ହାଇଦ୍ରାବାଦ: କ୍ୟାନ୍ସର... ନାଁ ଶୁଣିଲେ ହିଁ ଲୋକଙ୍କ ଛାତିରେ ଛନକା ପଶିଯାଏ । ତେବେ ପ୍ରତ୍ୟେକ ବୟସର ଲୋକେ ଏହି ରୋଗରେ ଆକ୍ରାନ୍ତ ହେଉଛନ୍ତି । କିନ୍ତୁ 50 ବର୍ଷରୁ କମ୍ ବୟସ୍କ ଅଧିକ ଆକ୍ରାନ୍ତ ହେବା କାରଣ ଚିନ୍ତାର ବିଷୟ ସାଜିଛି । ଏହାର କାରଣ ଖୋଜିବା ପାଇଁ ଅନୁସନ୍ଧାନକାରୀମାନେ ପ୍ରୟାସ ଚଳାଇଛନ୍ତି । ଯଦି ଅନୁସନ୍ଧାନକାରୀମାନେ ଏହାର କାରଣ ଜାଣିବାରେ ସମ୍ଭବ ହୋଇପାରିବେ, ତାହେଲେ ମୃତ୍ୟୁହାର କମ ହୋଇପାରିବ ବୋଲି କହିଛନ୍ତି ବରିଷ୍ଠ ସାମ୍ବାଦିକ ତୁଫିକ ରସିଦ ।

କ୍ୟାନ୍ସର ରୋଗୀଙ୍କ ନେଇ ଅନୁସନ୍ଧାନ କରାଯାଇଥିବା ବେଳେ 75 ପ୍ରତିଶତ ବ୍ୟକ୍ତି 55 ବର୍ଷରୁ ଅଧିକ ରହିଥିଲେ । ତେବେ ଏଣ୍ଡୋକ୍ରାଇନ କ୍ୟାନ୍ସର ଯୁବପିଢିମାନଙ୍କୁ ଅଧିକ ହେଉଥିବା ନେଇ କହିଛନ୍ତି ବୈଜ୍ଞାନିକ । ବ୍ରିଟେନର ଭାବି ରାଣୀ ୱେଲ୍ସର ରାଜକୁମାରୀ କେଟ୍ ମିଡଲେଟନଙ୍କୁ 42 ବର୍ଷ ବୟସରେ କର୍କଟରେ ଆକ୍ରାନ୍ତ ହୋଇଛନ୍ତି । ସେହିପରି ଅଭିନେତ୍ରୀ ଅଲିଭିଆ ମୁନ ମଧ୍ୟ କ୍ଯାନ୍ସରରେ ଆକ୍ରାନ୍ତ ହୋଇଥିଲେ । 40ରୁ 50 ବର୍ଷ ମଧ୍ୟରେ ସେମାନେ କ୍ୟାନ୍ସରରେ ଆକ୍ରାନ୍ତ ହୋଇଥିଲେ । ହଲିଉଡ ଏବଂ ବଲିଉଡ କଳାକାରମାନଙ୍କ ଅତି କମ୍ ବୟସରେ କ୍ୟାନ୍ସରରେ ମୃତ୍ୟୁ ହେଉଛି । ବଲିଉଡର ଜଣାଶୁଣା ଅଭିନେତା ଅରଫାନ ଖାନ ଏବଂ ମାର୍ବଲ ସୁପରହିରୋ ଚେଡବରିକ ବୋସେମନଙ୍କର ମୃତ୍ୟୁ ହୋଇଥିଲା । ଅକ୍ଟୋବର 2022 ମସିହାରେ ବ୍ରିଗମ୍ ଏବଂ ମହିଳା ହସପିଟାଲର ଅନୁସନ୍ଧାନକାରୀମାନେ ଖୁଲାସା କରିଥିଲେ ଯେ, ସ୍ତନ, କୋଲୋନ୍, ଏସୋଫ୍ୟାଗସ୍, କିଡନୀ, ଯକୃତ ଏବଂ ଅଗ୍ନାଶୟ ଜନିତ କର୍କଟ ରୋଗୀଙ୍କ ସଂଖ୍ୟା ସାରା ବିଶ୍ବରେ ବୃଦ୍ଧି ପାଇବାରେ ଲାଗିଛି ।

ନେଚର ରିଭ୍ୟୁ କ୍ଲିନିକାଲରେ ପ୍ରକାଶିତ ତଥ୍ୟ ଅନୁସାରେ, 50 ବର୍ଷରୁ କମ୍ ବୟସରେ ଲୋକେ ଅଧିକ କ୍ୟାନ୍ସରରେ ଆକ୍ରାନ୍ତ ହୋଇଥିଲେ । ତେବେ ଏହାର କାରଣ ମଧ୍ୟ ପ୍ରକାଶିତ ହୋଇଥିଲା । ତେବେ ଅନୁସନ୍ଧାନକାରୀମାନେ ବାର୍ଥ ଚୋହର୍ଟ ପ୍ରଭାବ ଦେଖିବାକୁ ପାଇଥିଲେ । ଅନୁସନ୍ଧାନକାରୀମାନଙ୍କ କହିବା ଅନୁସାରେ, ପ୍ରତ୍ୟେକ ପିଢିରେ ଏହି ବିପଦ ବୃଦ୍ଧି ପାଇବାରେ ଲାଗିଛି । ଉଦାହହରଣ ସ୍ବରୂପ 1960ରେ ଜନ୍ମ ହୋଇଥିବା ଲୋକ 1950ରେ ଜନ୍ମ ହୋଇଥିବା ବ୍ୟକ୍ତିଙ୍କ ତୁଳନାରେ 50 ବର୍ଷ ପୂର୍ବରୁ କ୍ୟାନ୍ସର ହେବାର ଆଶଙ୍କା ଅଧିକ ରହିଥାଏ । ତଥ୍ୟ ଦର୍ଶାଇଛି ଯେ 50 ବର୍ଷ ବୟସ ପୂର୍ବରୁ ବୟସ୍କମାନଙ୍କଠାରେ ଅତି କମରେ 14 ପ୍ରକାରର କର୍କଟ ରୋଗ ଦେଖାଯାଇଛି । ତେବେ ଏହାର ପ୍ରାରମ୍ଭିକ କାରଣ ଏକ୍ସପୋଜୋମ ବୋଲି କୁହାଯାଇଛି । ଏହାର ଅର୍ଥ ଖାଦ୍ୟ, ଜୀବନଶୈଳୀ, ଓଜନ ଏବଂ ପର୍ଯ୍ୟାବରଣ ଅଟେ ।

ଅଙ୍କୋଲୋଜିଷ୍ଟ ଡାକ୍ତର ସମୀର କୌଲଙ୍କ କହିବା ଅନୁସାରେ, ଜନସଂଖ୍ୟା ସହିତ ଯିବପିଢିଙ୍କ ଠାରେ ପରିବର୍ତ୍ତନ ହେଉଛି । ଏଣ୍ଡୋକ୍ରାଇନ୍, ସ୍ତନ ଏବଂ ଥାଇରଏଡ କର୍କଟ ପ୍ରାୟତଃ 40ରୁ 50 ବର୍ଷ ବୟସ୍କଙ୍କଠାରେ ଦେଖାଯାଇଥାଏ । ଏହାର କାରଣ ଜିନ୍ ଏବଂ ବାଦ୍ୟ ପରିବେଶ ପରିବର୍ତ୍ତନ । ତେବେ କ୍ୟାନ୍ସର ସ୍କ୍ରିନିଂରେ ବିଳମ୍ବ କାରଣରୁ ମଧ୍ୟ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । କିନ୍ତୁ ବୈଜ୍ଞାନିକମାନେ ମଦ୍ୟପାନ, ନିଦ୍ରା ଅଭାବ, ଧୂମପାନ, ମୋଟାପଣ, ମଧୁମେହ ଏବଂ ଶାରୀରିକ କାର୍ଯ୍ୟକଳାପର ଅଭାବ କ୍ୟାନ୍ସରର ମୂଳ କାରଣ ବୋଲି କହୁଛନ୍ତି ।

ଏହା ମଧ୍ୟ ପଢନ୍ତୁ: ଟାଟା ଇନଷ୍ଟିଚ୍ୟୁଟର ଦାବି, 100 ଟଙ୍କାରେ ହେବ କ୍ୟାନ୍ସର ଚିକିତ୍ସା

ବିଶ୍ବସ୍ତରୀୟ ତଥ୍ୟ ଉପରେ ଆଧାରିତ ବିଭିନ୍ନ ମଡେଲ ଅନୁଯାୟୀ, 2019 ରୁ 2030 ମଧ୍ୟରେ ପ୍ରାଥମିକ କର୍କଟ ରୋଗର ସଂଖ୍ୟା ପ୍ରାୟ 30 ପ୍ରତିଶତ ବୃଦ୍ଧି ପାଇବ । ଚଳିତ ମାସ ଆରମ୍ଭରେ ଲିଡିଂ ସାଇନ୍ସ ଜୋର୍ଣ୍ଣାଲ ନେଚର ଆର୍ଟିକିଲରେ ବିଶେଷଜ୍ଞମାନେ ଲେଖିଛନ୍ତି ଯେ କଲୋରେକ୍ଟାଲ୍ କର୍କଟ ଭଳି କର୍କଟ ସାଧାରଣତଃ 60 କିମ୍ବା ତଦୁର୍ଦ୍ଧ୍ୱ ପୁରୁଷଙ୍କୁ ପ୍ରଭାବିତ କରିଥାଏ । ଆମେରିକାରେ 50 ବର୍ଷରୁ କମ୍ ପୁରୁଷଙ୍କ ମଧ୍ୟରେ କର୍କଟ ମୃତ୍ୟୁର ପ୍ରମୁଖ କାରଣ ପାଲଟିଛି । ଯୁବତୀମାନଙ୍କ ମଧ୍ୟରେ ଏହା କର୍କଟ ମୃତ୍ୟୁର ଦ୍ୱିତୀୟ ପ୍ରମୁଖ କାରଣ ସାଜିଛି । ଏହି କର୍କଟ ରୋଗ 50 ବର୍ଷରୁ କମ୍ ବୟସର ଲୋକମାନଙ୍କରେ ବୃଦ୍ଧି ପାଇଥିବାବେଳେ ବିଶେଷ କରି ମହିଳାମାନଙ୍କ ମଧ୍ୟରେ ବଞ୍ଚିବାର ହାର ମଧ୍ୟ ବୃଦ୍ଧି ପାଇଛି । ରୋଗ ଶୀଘ୍ର ଚିହ୍ନଟ ହେଲେ ମୃତ୍ୟୁ ସଂଖ୍ୟା ମଧ୍ୟ କମ ହେବାର ସମ୍ଭାବନା ହ୍ରାସ ରହିଥାଏ । 2016 ରୁ 2019 ମଧ୍ୟରେ ପ୍ରାରମ୍ଭିକ ସ୍ତନ କର୍କଟ ବାର୍ଷିକ 3.8 ପ୍ରତିଶତ ବୃଦ୍ଧି ପାଇଛି । ଅନୁସନ୍ଧାନକାରୀମାନେ ମଧ୍ୟ ଅନୁସନ୍ଧାନ କରୁଛନ୍ତି ଯେ ମାନବ ଶରୀରରେ ରହିଥିବା ମାଇକ୍ରୋବାୟୋମର ପରିବର୍ତ୍ତନ ମଧ୍ୟ ଏକ ପ୍ରକାର କାରଣ ଅଟେ ।

  • ପରିସଂଖ୍ୟାନ ଅନୁସାରେ, 2022 ରେ ଆନୁମାନିକ 19.3 ମିଲିୟନ ମାମଲା ସାମ୍ନାକୁ ଆସିଥିବା ବେଳେ 10 ମିଲିୟନ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଛି । କର୍କଟ ବର୍ତ୍ତମାନ ବିଶ୍ୱରେ ମୃତ୍ୟୁର ଦ୍ୱିତୀୟ ପ୍ରମୁଖ କାରଣ ହୋଇଛି । 2040 ସୁଦ୍ଧା କର୍କଟ ରୋଗ ଏବଂ ମୃତ୍ୟୁହାର 40 ପାଇବା ନେଇ ବିଶେଷଜ୍ଞମାନେ ଆକଳନ କରିଛନ୍ତି ।
  • ୟୁନିଅନ ଫର ଇଣ୍ଟରନ୍ୟାସନାଲ କ୍ୟାନସର କଣ୍ଟ୍ରୋଲ ଅନୁଯାୟୀ ଅନେକ ପ୍ରକାର କ୍ୟାନ୍ସରକୁ ରୋକାଯାଇ ପାରିବ । ପ୍ରାଥମିକ କର୍କଟ ପ୍ରତିରୋଧ ପଦକ୍ଷେପଗୁଡ଼ିକ ଯାହାକି ତମାଖୁ, ମଦ୍ୟପାନ, କର୍କିନୋଜେନ୍, ବିକିରଣ, ଅଧିକ ଓଜନ ଏବଂ ମେଦବହୁଳତାକୁ କମ୍ କରିବା ଦ୍ବାରା ଆଶଙ୍କାକୁ ରୋକାଯାଇପାରିବ । କର୍କଟ ରୋଗର ଚିହ୍ନଟ ଏବଂ ନିରାକରଣ ଏହାକୁ ରୋକିପାରିବ । ସ୍କ୍ରିନିଂ ଦ୍ବାରା ଶୀଘ୍ର ଚିହ୍ନଟ ଏବଂ ଚିକିତ୍ସା କରାଯାଇପାରିବ ।
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.