ETV Bharat / health

ଟାଟା ଇନଷ୍ଟିଚ୍ୟୁଟର ଦାବି, 100 ଟଙ୍କାରେ ହେବ କ୍ୟାନ୍ସର ଚିକିତ୍ସା

author img

By ETV Bharat Odisha Team

Published : Feb 28, 2024, 4:58 PM IST

Cancer Treatment RS 100
Cancer Treatment RS 100

Cancer Treatment @ Rs 100: ଏଣିକି ମାତ୍ର 100 ଟଙ୍କାରେ ହେବ କ୍ୟାନ୍ସର ଚିକିତ୍ସା । ଏନେଇ ଦାବି କରିଛି ମୁମ୍ବାଇର ଟାଟା ଇନଷ୍ଟିଚ୍ୟୁଟ୍ । ଅଧିକ ପଢନ୍ତୁ

ହାଇଦ୍ରାବାଦ: କ୍ୟାନ୍ସର ଚିକିତ୍ସା କ୍ଷେତ୍ରରେ ଖୁସି ଖବର । ଏଣିକି ମାତ୍ର 100 ଟଙ୍କାରେ ହେବ କ୍ୟାନ୍ସର ଚିକିତ୍ସା । ଏହା ଆମେ କହୁନାହିଁ ଏଭଳି ଦାବି କରିଛନ୍ତି ମୁମ୍ବାଇର ଟାଟା ଇନଷ୍ଟିଚ୍ୟୁଟ ଡାକ୍ତର । ଥରେ ଔଷଧ ଖାଇଲେ ଏହାର ପୁନରାବୃତ୍ତି ହେବ ନାହିଁ ବୋଲି ଦାବି କରାଯାଇଛି । ଏହି ବଟିକାର ନାମ R + CU ରଖାଯାଇଛି ।

ଡାକ୍ତରମାନଙ୍କ ଦାବି ଅନୁସାରେ, ମେଟାଷ୍ଟାଟିକ କ୍ୟାନ୍ସର ରୋଗର ଚିକିତ୍ସା ସହଜ ହେବ । ଏହି କ୍ୟାନ୍ସରର ଆଶଙ୍କା କମ୍ କରିବା ପାଇଁ ଟାଟା ଇନଷ୍ଟିଚ୍ୟୁଟର ଡାକ୍ତରମାନେ ନ୍ୟୁଟ୍ରାସ୍ୟୁଟିକାଲ୍ ଥେରାପି ବିକଶିତ କରିଛନ୍ତି । ଏହା କେମୋରେଡିଏସନର ପାର୍ଶ୍ବ ପ୍ରତିକ୍ରିୟାକୁ ମଧ୍ୟ ହ୍ରାସ କରିବ । ଏହି ଔଷଧ ଚତୁର୍ଥ ପର୍ଯ୍ୟାୟରେ କର୍କଟ ରୋଗରେ ସଙ୍କଟ ମୋଚନ ସାଜିବ । କହିରଖୁଛି କି, କର୍କଟ ରୋଗର ସମ୍ପୁର୍ଣ୍ଣ ଚିକିତ୍ସା ପରେ ମଧ୍ୟ କର୍କଟ କୋଷ ଗୁଡିକ ଶରୀରରେ ପୁନଃ ଜାତ ହେଉଥିଲେ । କିନ୍ତୁ ଏହି ଔଷଧ ଏହାକୁ ବିନାଶ କରିବାରେ ସାହାଯ୍ୟ କରିବ ।

ଟାଟା ଇନଷ୍ଟିଚ୍ୟୁଟର ଅନୁସନ୍ଧାନକାରୀମାନେ ଦାବି କରି କହିଛନ୍ତି, ରେଡିଏସନ ଏବଂ କେମୋଥେରାପୀ କ୍ଷେତ୍ରରେ ପାର୍ଶ୍ବ ପ୍ରତିକ୍ରିୟାକୁ 50 ପ୍ରତିଶତ ହ୍ରାସ କରିପାରିବ । R + CU ନାମକ ଏହି ଟାବଲେଟରେ ରେସଭେରେଟ୍ରୋଲ, କପର ସହିତ ପ୍ରେ ଅକ୍ସିଡେଣ୍ଟ ରହିଥାଏ । ଏହା ପେଟରେ ଅକ୍ସିଜେନ ରେଡିକଲ କ୍ରିଏଟ କରିଥାଏ । ଏହି ରେଡିକଲଗୁଡିକ କ୍ୟାନ୍ସର ସେଲରେ ରହିଥିବା କ୍ରୋମାଟିନ୍ କଣିକାକୁ ନଷ୍ଟ କରିଦେଇଥାଏ । ଫଳରେ ଏହା ସୁସ୍ଥ ସେଲକୁ କ୍ୟାନ୍ସର ସେଲ ହେବାଠାରୁ ରକ୍ଷା କରିଥାଏ । ଏହି ପ୍ରକ୍ରିୟା କର୍କଟ ସେଲକୁ ଶରୀରର ଗୋଟିଏ ଅଂଶରୁ ଅନ୍ୟ ଅଂଶକୁ ଯିବାକୁ ମଧ୍ୟ ରୋକିଥାଏ । ଯାହାକୁ ମେଟାଷ୍ଟାସିସ କୁହାଯାଏ ।

ଏହା ମଧ୍ୟ ପଢନ୍ତୁ: ଋଷ ରାଷ୍ଟ୍ରପତି ପୁଟିନଙ୍କ ବଡ଼ ଘୋଷଣା, ଖୁବଶୀଘ୍ର ଆସିବ କ୍ୟାନ୍ସର ଟୀକା !

ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ଟାଟା ମେମୋରିଆଲ ହସ୍ପିଟାଲର ଡାକ୍ତରମାନେ କହିଛନ୍ତି, " ଏହି ବଟିକାରେ ପାର୍ଶ୍ବ ପ୍ରତିକ୍ରିୟା ଜାଣିବା ପାଇଁ ମୂଷା ଉପରେ ପରୀକ୍ଷା କରାଯାଉଛି । ଏହାର ଫଳାଫଳ ନେଇ ଆମେ ଆଶାବାଦୀ ରହିଛୁ । ହ୍ୟୁମାନ ଟ୍ରାଏଲ ବର୍ତ୍ତମାନ ସୁଦ୍ଧା ସମ୍ପୁର୍ଣ୍ଣ ହୋଇ ନାହିଁ । ଖାଦ୍ୟ ସୁରକ୍ଷା ଓ ମାନକ ପ୍ରାଧିକରଣ (FSSAI)ର ଅନୁମୋଦନକୁ ଅପେକ୍ଷା କରିଛୁ । ଏହି ବଟିକା ବଜାରକୁ ଆସିବା ଦ୍ବାରା ଲୋକେ ଅଧିକା ଉପକୃତ ହେବା ନେଇ ଆଶା କରାଯାଉଛି । କର୍କଟ ରୋଗର ଚିକିତ୍ସା ପାଇଁ କୋଟିକୋଟି ଟଙ୍କା ଖର୍ଚ୍ଚ ହେଉଛି । ତେବେ ଏହି ବଟିକା କେବଳେ 100 ଟଙ୍କାରେ ଉପଲବ୍ଧ ହେବ । "

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.