ETV Bharat / health

ଋଷ ରାଷ୍ଟ୍ରପତି ପୁଟିନଙ୍କ ବଡ଼ ଘୋଷଣା, ଖୁବଶୀଘ୍ର ଆସିବ କ୍ୟାନ୍ସର ଟୀକା !

author img

By ETV Bharat Odisha Team

Published : Feb 16, 2024, 12:28 PM IST

Updated : Feb 16, 2024, 12:42 PM IST

Putin on Cancer Vaccine
କ୍ୟାନ୍ସର ଟିକା

Putin On Cancer Vaccine: କ୍ୟାନ୍ସର ଟୀକା ନେଇ ଏକ ବଡ ଘୋଷଣା କଲେ ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ । ଖୁବଶୀଘ୍ର ଆସିପାରେ କ୍ୟାନ୍ସର ଟୀକା । ଅଧିକ ପଢନ୍ତୁ

ମସ୍କୋ: ବିଜ୍ଞାନର ଅଗ୍ରଗତି ସହିତ ବିଶ୍ବ ପାଇଁ ଏକପ୍ରକାର ଆହ୍ବାନ ହେଉଛି କ୍ୟାନ୍ସର । ଦଶନ୍ଧି ଧରି ବୈଜ୍ଞାନିକମାନେ କର୍କଟ ରୋଗକୁ ପରାସ୍ତ କରିବା ପାଇଁ କାର୍ଯ୍ୟ କରି ଆସୁଥିଲେ ହେଁ କ୍ୟାନ୍ସର ଟୀକା ବାହାର କରିବାରେ ସଫଳ ହୋଇପାରି ନାହାନ୍ତି । ବିଶ୍ବର ଅନେକ ଦେଶ ଟୀକା ପ୍ରସ୍ତୁତି ପାଇଁ ରେସରେ ରହିଥିବା ବେଳେ ଏନେଇ ଏକ ବଡ ଘୋଷଣା କରିଛନ୍ତି ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ । ଋଷର ବୈଜ୍ଞାନିକମାନେ କର୍କଟ ନିରୋଧୀ ଟିକା ପ୍ରସ୍ତୁତି ଜାରି ରଖିଥିବା ବେଳେ ଏହାର ନିକଟତର ହୋଇଛନ୍ତି ଏବଂ ଯଦି ସବୁ କିଛି ଠିକ ରୁହେ ତାହେଲେ ଏହା ଖୁବଶୀଘ୍ର ରୋଗୀଙ୍କ ପାଇଁ ଉପଲବ୍ଧ ହେବ ବୋଲି କହିଛନ୍ତି ପୁଟିନ୍ ।

ସେ କହିଛନ୍ତି, "ନୂତନ ପିଢି ପାଇଁ କ୍ୟାନ୍ସର ଟୀକା ଏବଂ ଇମ୍ୟୁନୋମୋଡ୍ୟୁଲେଟୋରୀ ଔଷଧ ତିଆରି କ୍ଷେତ୍ରରେ ଆମେ ଅତି ନିକଟତର । ଏହି ଟୀକା କର୍କଟ ରୋଗର ଚିକିତ୍ସା କ୍ଷେତ୍ରରେ ଅତ୍ୟନ୍ତ ପ୍ରଭାବଶାଳୀ ହେବା ନେଇ ମୋର ଆଶା ।" କିନ୍ତୁ ଏହା କେଉଁ ପ୍ରକାରର ଟିକା ଏବଂ କେତେ ଦିନ ମଧ୍ୟରେ ଉପଲବ୍ଧ ହେବ ସେନେଇ କୌଣସି ସୂଚନା ଦେଇନାହାନ୍ତି ପୁଟିନ ।

ଏହା ମଧ୍ୟ ପଢନ୍ତୁ: ଜରାୟୁ କର୍କଟ ରୋକିବାକୁ ସରକାରଙ୍କ ବଡ ନିଷ୍ପତ୍ତି, ସ୍କୁଲ୍‌ରେ ଦିଆଯିବ CERVAVAC Vaccine

କ୍ୟାନ୍ସର ଟୀକାର ଟ୍ରାଏଲ କରୁଛି ବ୍ରିଟେନ: ଗତବର୍ଷ ବ୍ରିଟେନ ସରକାର ପର୍ସନାଇଲଜଡ କ୍ୟାନ୍ସର ଚିକିତ୍ସା ପାଇଁ କ୍ଲିନିକାଲ ଟ୍ରାଏଲ ଆରମ୍ଭ କରିଥିଲେ । ୨୦୩୦ ସୁଦ୍ଧା ୧୦ ହଜାର ରୋଗୀଙ୍କ ନିକଟରେ ଏହା ପହଞ୍ଚିବା ନେଇ ଲକ୍ଷ୍ୟ ସ୍ଥିର କରାଯାଇଛି । ଫାର୍ମାସ୍ୟୁଟିକାଲ୍ କମ୍ପାନୀଗୁଡିକ ମର୍ଡନା ଏବଂ ମର୍କ ଆଣ୍ଡ କମ୍ପାନୀ ମଧ୍ୟ କର୍କଟ ଟିକା ପ୍ରସ୍ତୁତ କରୁଛନ୍ତି ।

ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ଅନୁଯାୟୀ, ବର୍ତ୍ତମାନ ହ୍ୟୁମାନ୍‌ ପାପିଲୋମା ଭାଇରସ (HPV) ବିରୋଧରେ ୬ଟି ଲାଇସେନ୍ସପ୍ରାପ୍ତ ଟୀକା ରହିଛି । ଯାହା ଗର୍ଭାଶୟ କର୍କଟ ନିରୋଧୀ ଅଟେ । ପ୍ରକାଶ ଥାଉକି, ଦେଶ କୋରୋନାରେ କାଳାତିପାତ କରୁଥିବା ବେଳେ ଋଷ ସ୍ପୁଟନିକ ଭି ଟିକା ପ୍ରସ୍ତୁତ କରି ଅନେକ ଦେଶକୁ ବିକ୍ରି କରିଥିଲା ।

ପ୍ରକାଶ ଥାଉକି, ଭାରତରେ ଗର୍ଭାଶୟ କର୍କଟ ଉଦବେଗଜନକ ସ୍ଥିତିରେ ରହିଛି । ସର୍ଭାଇକଲ କ୍ୟାନସର ତଥା ଗର୍ଭାଶୟ କର୍କଟ ମହିଳାମାନଙ୍କଠାରେ ଏକ ଗୁରୁତର ସମସ୍ୟା ଭାବରେ ଦେଖାଯାଏ । କେବଳ ଭାରତ ନୁହେଁ, ବିଶ୍ୱର ବହୁ ସଂଖ୍ୟକ ମହିଳା ଏହାର ଶିକାର ହୁଅନ୍ତି । ଏହି କାରଣରୁ ପ୍ରତିବର୍ଷ ଲକ୍ଷାଧିକ ମହିଳା ପ୍ରାଣ ହରାଉଛନ୍ତି । ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସଂସଦରେ ଅନ୍ତରୀଣ ବଜେଟ ଉପସ୍ଥାପନା କରିଥିବା ବେଳେ 9ରୁ 14 ବର୍ଷର ବାଳିକାଙ୍କୁ ସର୍ଭାଇକଲ କ୍ୟାନ୍ସର ନିରୋଧୀ ଟୀକା ଦିଆଯିବା ନେଇ ଘୋଷଣା କରିଥିଲେ ।

Last Updated :Feb 16, 2024, 12:42 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.