IND vs SA T20: ବାରବାଟୀରେ ବିଜୟୀ ହେବ ଭାରତ

By

Published : Jun 11, 2022, 11:52 AM IST

thumbnail

କଟକ: ରାତି ପାହିଲେ ବାରବାଟୀରେ ଭାରତ-ଦକ୍ଷିଣ ଆଫ୍ରିକା ଟି୨୦ ଫାଇଟ । ଖେଳାଳି ଓ ବାରବାଟୀ ମୈଦାନ ପ୍ରସ୍ତୁତ । ଟିମ ଇଣ୍ଡିଆର ପ୍ରଦର୍ଶନ ବାରବାଟୀରେ ଭଲ ରହିବ ବୋଲି ରଣଜୀ ଖେଳାଳି କହିଛନ୍ତି । ଗତ ମ୍ୟାଚରେ ଭାରତ ପରାଜିତ ହୋଇଥିଲେ ମଧ୍ୟ ଦଳ ଦମଦାର ବ୍ୟାଟିଂ କରିଥିଲା । ତେବେ ବାରବାଟୀର ଫ୍ଲାଟ ପିଚ୍‌ ଭାରତ ପାଇଁ ଏକ ବଡ଼ ଚ୍ୟାଲେଞ୍ଜ ହେବାର ସମ୍ଭାବନା ରହିଛି । ଏହାକୁ ଦୃଷ୍ଟିରେ ରଖି ବୋଲିଂ ବିଭାଗରେ ସାମାନ୍ୟ ପରିବର୍ତ୍ତନ ହେବାର ସମ୍ଭାବନା ରହିଛି । ଯୁବ ଦ୍ରୁତ ବୋଲର ଉମରାନ ମଲିକଙ୍କୁ ସ୍ଥାନ ମିଳିବାର ସମ୍ଭାବନା ରହିଛି । କାରଣ ବାରବାଟୀ ପ୍ରଥମରୁ ପେସ ବୋଲରଙ୍କୁ ସୁହାଇବ । ତେଣୁ ଉମରାନଙ୍କ ବୋଲିଂ ଘାତକ ହେବ । ଏହାଛଡ଼ା ଟସ୍‌ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ । ଯେଉଁ ଟିମ ଚେଜ୍‌ କରିବ ସେ ଭଲ ପ୍ରଦର୍ଶନ କରିବ ବୋଲି ରଣଜୀ ଖେଳାଳି କହିଛନ୍ତି । ଇଟିଭି ଭାରତ, କଟକ

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.