Mangala Alati: ଶ୍ରୀମନ୍ଦିର ଦ୍ୱାର ଫିଟା ଓ ଶ୍ରୀଜିଉଙ୍କ ମଙ୍ଗଳ ଆଳତି

By

Published : Dec 6, 2021, 7:38 AM IST

thumbnail

ଜଗତ କଲ୍ୟାଣ ପାଇଁ ଶ୍ରୀମନ୍ଦିରରେ କରାଯାଇଥାଏ ପ୍ରଭୁ ପତିତପାବନଙ୍କ ମଙ୍ଗଳ ଆଳତି । ସବୁଦିନ ପରି ଆଜି ମଧ୍ୟ ବଡି ଭୋରରୁ ମହାପ୍ରଭୁଙ୍କ ମଙ୍ଗଳ ଆଳତି କରାଯାଇଛି । ସେବାୟତ ଓ ପୂଜା ପଣ୍ଡା ପ୍ରଥମେ ଶ୍ରୀମନ୍ଦିର ଦ୍ବାର ଫିଟାଇଥିଲେ । ଏହାପରେ ହାତରେ ଘଣ୍ଟି ଓ ଦୀପ ସହ ପାଟିରେ ମନ୍ତ୍ରୋଚାରଣ କରି ପତିତପାବନଙ୍କ ମଙ୍ଗଳ ଆଳତି କରିଛନ୍ତି । ଘଣ୍ଟ ଘଣ୍ଟା ଶଙ୍ଖ ଓ ହୁଳହୁଳିରେ ପୁରି ଉଠୁଛି ସିଂହଦ୍ବାର । ଏହି ଆଳତି ଦର୍ଶନ ଅତିବ ମନମୁଗ୍ଧକର ଅଟେ । ବିଶ୍ବାସ ରହିଛି ସକାଳୁ ସକାଳୁ ଏହାକୁ ଦର୍ଶନ କଲେ ଜୀବନର ସମସ୍ତ ପାପକ୍ଷୟ ହୁଏ ।

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.