ETV Bharat / state

ବଙ୍ଗୋପସାଗରରେ ଦାନା ବାନ୍ଧୁଛି ଲଘୁଚାପ, ୨୨ରେ ଲଘୁଚାପ କ୍ଷେତ୍ର ସୃଷ୍ଟି ସମ୍ଭାବନା - Odisha Weather

author img

By ETV Bharat Odisha Team

Published : May 18, 2024, 7:30 PM IST

Odisha Weather Update: ୨୨ ତାରିଖ ବେଳକୁ ରାଜ୍ୟରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି । ୨୪ ତାରିଖ ବେଳକୁ ଏହା ଅବପାତ ରୂପନେବ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ଅଧିକ ପଢ଼ନ୍ତୁ

ବଙ୍ଗୋପସାଗରରେ ଦାନା ବାନ୍ଧୁଛି ଲଘୁଚାପ
ବଙ୍ଗୋପସାଗରରେ ଦାନା ବାନ୍ଧୁଛି ଲଘୁଚାପ (ETV Bharat Odisha)

ବଙ୍ଗୋପସାଗରରେ ଦାନା ବାନ୍ଧୁଛି ଲଘୁଚାପ (ETV Bharat Odisha)

ଭୁବନେଶ୍ବର: ଆସୁଛି ଲଘୁଚାପ । ୨୨ ତାରିଖ ବେଳକୁ ରାଜ୍ୟରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି । ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ଥିବା ବେଳେ ପ୍ରାଥମିକ ସ୍ତରରେ ଏହାର ଗତି ଉତ୍ତର ଓ ଉତ୍ତର ପୂର୍ବ ଆଡକୁ ରହିବ । ଧୀରେ ଧୀରେ ଲଘୁଚାପ ଯେତେବେଳେ କେନ୍ଦ୍ରୀୟ ବଙ୍ଗୋପସାଗରରେ ପହଞ୍ଚିବ ଏହା ଆହୁରି ଘନୀଭୂତ ହୋଇ ଅବପାତର ରୂପ ନେବ । ୨୪ ତାରିଖ ବେଳକୁ ଏହା ଅବପାତ ରୂପନେବ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ବର୍ତ୍ତମାନ ଲଘୁଚାପ ଏହାର ଗତିପଥ ଓ ତୀବ୍ରତାକୁ ନେଇ କୌଣସି ଆକଳନ କରାଯାଇନାହିଁ ବୋଲି ବିଭାଗ ସୂଚନା ଦେଇଛି ।

ବଙ୍ଗୋପସାଗରରେ ଦାନା ବାନ୍ଧୁଛି ଲଘୁଚାପ
ବଙ୍ଗୋପସାଗରରେ ଦାନା ବାନ୍ଧୁଛି ଲଘୁଚାପ (ETV Bharat Odisha)

ଆଜି ରାଜ୍ୟରେ ଏକ ପାଣିପାଗ ସ୍ଥିତି ରହୁଛି ଅର୍ଥାତ ଏକ ନିମ୍ନ ଚାପରେଖା ଦକ୍ଷିଣ ଛତିଶଗଡ଼ରୁ ନେଇ ଦକ୍ଷିଣ କର୍ଣ୍ଣାଟକ ପର୍ଯ୍ୟନ୍ତ ବାୟୁମଣ୍ଡଳର ୦.୯ କିମି ପର୍ଯ୍ୟନ୍ତ ଲମ୍ବିଛି । ଏହାସହ ବାୟୁମଣ୍ଡଳର ନିମ୍ନ ଭାଗରେ ସମୁଦ୍ର ମଧ୍ୟରୁ ବାୟୁ ପ୍ରବାହ ରହିଛି । ଏହାର ପ୍ରଭାବରେ ଆଭ୍ୟନ୍ତରୀଣ ଓଡ଼ିଶାର କେତେକ ସ୍ଥାନରେ ମେଘୁଆ ଆକାଶ ରହିବା ସହ ବର୍ଷା ହେବାର ସମ୍ଭାବନା ରହିଛି । ପ୍ରଭାବରେ ଦକ୍ଷିଣ ଓ ଦକ୍ଷିଣ ଉପକୂଳ ଓଡ଼ିଶାରେ କାଳବୈଶାଖୀ ବର୍ଷାର ସମ୍ଭାବନା ରହିଛି । ଏହାର ପ୍ରଭାବରେ ବିଜୁଳି ଘଡ଼ଘଡ଼ି ବର୍ଷା ସହ ୪୦ରୁ ୫୦ କିମି ପବନ ବହିବାର ସମ୍ଭାବନା ରହିଛି । କୋରାପୁଟ, ରାୟଗଡା, କଳାହାଣ୍ଡି ଓ ନୂଆପଡା ଏହି ୪ ଜିଲ୍ଲାରେ ଭାରି ବର୍ଷା ବା (୭ ରୁ ୧୧ ମିମି )ବର୍ଷା ହେବାର ସମ୍ଭାବନା ରହିଛି । ଏହାସହ ଆଜି ଓ ଆସନ୍ତାକାଲି ଉପକୂଳ ଓଡ଼ିଶାରେ ଉଷ୍ମ ଓ ଆଦ୍ର ପାଣିପାଗ ସ୍ଥିତି ରହିବ ବୋଲି ଆକଳନ କରିଛି ପାଣିପାଗ ବିଭାଗ ।

ତେବେ ବର୍ତ୍ତମାନ ରାଜ୍ୟରେ ସ୍ୱାଭାବିକ ଠାରୁ ୨ରୁ ତିନି ଡିଗ୍ରୀ ତାପମାତ୍ରା ଅଧିକ ରହିବା ସହ ଆଦ୍ରତାର ପରିମାଣ ୫୦ ପ୍ରତିଶତରୁ ଅଧିକ ରହୁଥିବା ବେଳେ ଗରମ ସହ ଗୁଳୁଗୁଳି ଅନୁଭୂତି ସହ ଉଷ୍ମ ଓ ଆଦ୍ର ପାଣିପାଗ ସ୍ଥିତି ଜାରି ରହିଛି ବୋଲି ପାଣିପାଗ ବିଭାଗ ଆକଳନ କରିଛି । ସେପଟେ ଆଗାମୀ ୪ରୁ ୫ ଦିନ ମଧ୍ୟରେ ରାଜ୍ୟରେ ଜାରି ରହିଥିବା ମେଘାଚ୍ଛନ ହଟିବ ଓ ୨ରୁ ୪ ଡିଗ୍ରୀ ତାପମାତ୍ରା ବୃଦ୍ଧି ପାଇବ ବୋଲି ଆକଳନ କରିଛି ବିଭାଗ ।

ଆଭ୍ୟନ୍ତରୀଣ ଓଡ଼ିଶାରେ ବିଶେଷ କରି ଏହାର ପ୍ରଭାବ ରହିବ । ବାୟୁ ଚଳାଚଳ ଓ କାଳବୈଶାଖୀ ବର୍ଷା କମିବାକୁ ନେଇ ତାପମାତ୍ରା ବୃଦ୍ଧି ପାଉଥିବା ବେଳେ ୨୦, ୨୧ ଓ ୨୨ରେ ଗ୍ରୀଷ୍ମ ପ୍ରବାହ ଜାରିରହିବ । ଦକ୍ଷିଣ ଓ ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶାର ଜିଲ୍ଲା ଗୁଡିକରେ ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ଗ୍ରୀଷ୍ମ ପ୍ରବାହ ରହିଥିବା ବେଳେ ୪୫ ଡିଗ୍ରୀ ତାପମାତ୍ରା ଛୁଇଁବାର ସମ୍ଭାବନା ରହିଛି । ଏଥିସହ ୨ୟ ପର୍ଯ୍ୟାୟରେ ନିର୍ବାଚନ ହେବାକୁ ଥିବା ବେଳେ ଏହିସବୁ ଜିଲ୍ଲା ଗୁଡିକରେ ମଧ୍ୟ ହିଟୱେଭ ସ୍ଥିତି ଦେଖିବାକୁ ମିଳିବ । ଏହାଦ୍ୱାରା ନିର୍ବାଚନ ପ୍ରଭାବିତ ହେବାର ସମ୍ଭାବନା ଥିବା ବେଳେ ସତର୍କତାର ସହ ଭୋଟ ଦିଵାକୁ ପରାମର୍ଶ ଦେଇଛି ପାଣିପାଗ ବିଭାଗ ।

ଏହା ମଧ୍ୟ ପଢ଼ନ୍ତୁ...୨୦ରୁ ଫେରୁଛି ତାତି, ୨ରୁ ୪ ଡିଗ୍ରୀ ବଢିବ ତାପମାତ୍ରା - ODISHA WEATHER

ଅନ୍ୟପଟେ ପୂର୍ଵସୂଚନା ଅନୁସାରେ, ଆସନ୍ତାକାଲି ଦକ୍ଷିଣପଶ୍ଚିମ ମୌସୁମୀ ବାୟୁ ଦକ୍ଷିଣ ପୂର୍ବବଙ୍ଗୋପ ସାଗର ଓ ଦକ୍ଷିଣ ଆଣ୍ଡାମାନ ନିକୋବର ଏହି ଅଞ୍ଚଳକୁ ଅଗ୍ରସର ହେବାକୁ ପାଗ ଅନୁକୂଳ ରହିଛି । କାରଣ ବାଦଲର ଘନତ୍ଵ ବୃଦ୍ଧି ପାଇଛି । ପ୍ରଭାବରେ ଆଣ୍ଡାମାନ ଓ ନିକୋବରର ର ଅନେକ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ରହିବ । ପରେ ବର୍ଷାର ପରିମାଣ ବୃଦ୍ଧି ପାଇବ । ସେପଟେ ଗତ ୨୪ ଘଣ୍ଟାରେ ଦକ୍ଷିଣ ଓଡ଼ିଶାରେ କେତେକ ସ୍ଥାନରେ ବର୍ଷା ଅନୁଭୂତ ହୋଇଛି । କୋରାପୁଟ କୋଟପାଡ଼ରେ ୬୧.୦୦ମିମି ସର୍ବାଧିକ ବର୍ଷା ରେକର୍ଡ କରାଯାଇଛି । ସେହିପରି ଖରା ଗରମ ସହ ଗୁଳୁଗୁଳି ଅନୁଭୂତ ହେଉଥିବା ବେଳେ ଚାନ୍ଦବାଲିରେ ସର୍ବାଧିକ ୪୦.୧ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.