ଭୋଟ ଦେବାକୁ ସୂକ୍ଷ୍ମ କଳାକୃତି ମାଧ୍ୟମରେ ଶିଳ୍ପୀଙ୍କ ନିବେଦନ - Voting Awareness

By ETV Bharat Odisha Team

Published : May 18, 2024, 6:36 PM IST

thumbnail
ଭୋଟ ଦେବାକୁ ସୂକ୍ଷ୍ମ କଳାକୃତି ମାଧ୍ୟମରେ ଶିଳ୍ପୀଙ୍କ ନିବେଦନ (ETV Bharat Odisha)

Voting Awareness Through Miniature Art: ଖୋର୍ଦ୍ଧା: ଚାରିଆଡେ ନିର୍ବାଚନର ମାହୋଲ । ଛକ ବଜାର ହେଉ କି ରାସ୍ତାଘାଟ, ସବୁଠି ଭୋଟକୁ ନେଇ ଆଲୋଚନା । ସେହିଭଳି ସବୁ ବର୍ଗର ଜନସାଧାରଣ କିପରି ଶତ ପ୍ରତିଶତ ମତଦାନ କରିବେ ତାକୁ ନେଇ ନିର୍ବାଚନ ଆୟୋଗ ବିଭିନ୍ନ ସଚେତନତା ମୂଳକ କାର୍ଯ୍ୟକ୍ରମ ହାତକୁ ନେଇ ଜନସାଧାରଣଙ୍କୁ ସଚେତନ କରାଉଛନ୍ତି । ଏହି ପରିପେକ୍ଷୀରେ ଖୋର୍ଦ୍ଧା ଜିଲ୍ଲା ଜଟଣୀ ଅଞ୍ଚଳର ସୂକ୍ଷ୍ମ ଶୁଳ୍ପୀ ଏଲ ଈଶ୍ୱର ରାଓ ତାଙ୍କ ସୂକ୍ଷ୍ମ କଳାକୃତି ମାଧ୍ୟମରେ ମତଦାନ ପାଇଁ ବାର୍ତ୍ତା ଦେଇଛନ୍ତି । ସବୁବେଳେ ସୂକ୍ଷ୍ମ କଳାକୃତି କରି ଚର୍ଚ୍ଚାରେ ରହି ଆସିଥିବା ଈଶ୍ୱର ଚଳିତ ନିର୍ବାଚନରେ ମଧ୍ୟ ନିଜ କଳାର ଯାଦୁ ଦେଖାଇଛନ୍ତି । ଭୋଟରଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ପାଇଁ ସେ ଏକ ରଙ୍ଗ ପେନସିଲରେ ଭୋଟ ଆମ ଅଧିକାର ଓ ଭୋଟ ଆମ ସ୍ୱର ବୋଲି ଅତି ସୁନ୍ଦର ଭାବେ ଖୋଦେଇ କରି ଲେଖିଛନ୍ତି । ଏହି କାମ କରିବା ପାଇଁ ଈଶ୍ୱରଙ୍କୁ ଦୁଇଦିନ ସମୟ ଲାଗିଥିବା ସେ କହିଛନ୍ତି । ସେହିପରି ଏହି ସୂକ୍ଷ୍ମ କଳାକୃତି ମାଧ୍ୟମରେ ଭୋଟରମାନଙ୍କୁ ଭୋଟ ଦେବାପାଇଁ ସଚେତନ କରିବା ସହ ନିଜ ମତାଧିକାର ସାବ୍ୟସ୍ତ କରିବା ପାଇଁ ନିଆରା ବାର୍ତ୍ତା ଦେଇଛନ୍ତି ।
ଏହା ମଧ୍ୟ ପଢ଼ନ୍ତୁ...ଖଡ଼ିରେ ଅଧା ଇଞ୍ଚର ଶିବଲିଙ୍ଗ ତିଆରି ଚର୍ଚ୍ଚାରେ ଶିଳ୍ପୀ ଈଶ୍ୱର
ଇଟିଭି ଭାରତ, ଖୋର୍ଦ୍ଧା

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.