ଗଡ଼ଜାତ ଅଞ୍ଚଳରେ ପାଳିତ ହେଲା ନୂଆଁଖାଇ

By

Published : Sep 5, 2022, 4:07 PM IST

thumbnail

କଳାହାଣ୍ଡିରେ ପର୍ଯ୍ୟାୟକ୍ରମେ ନୂଆଁଖାଇ ପର୍ବ ପାଳନ ହୋଇଛି । ପଞ୍ଚମୀ ତିଥିରେ ସମଗ୍ର ପଶ୍ଚିମ ଓଡିଶା ନୂଆଁଖାଇ ଥିବାବେଳେ ଆଜି ଦଶମୀ ତିଥିରେ ଜିଲ୍ଲାର ଗଡ଼ଜାତ ଅଞ୍ଚଳର ଲୋକେ ନୂଆ ଖାଇଛନ୍ତି । ଅଧିଷ୍ଠାତ୍ରୀ ଦେବୀ ମା' ମାଣିକେଶ୍ୱରୀଙ୍କଠାରେ ନବାନ୍ନ ଲାଗି ହେବା ପରେ ଲାଞ୍ଜିଗଡ଼, ଜୟପାଟଣା, ଭବାନୀପାଟଣା, ମଦନପୁର-ରାମପୁର ଓ ମାଙ୍କ ମୂଳ ପୀଠ ଥୁଆମୂଳ ରାମପୁରରେ ଆଜି ପାଳିତ ହୋଇଛି ଗଣପର୍ବ ନୂଆଁଖାଇ (Nuakhai Celebration in Gadajata areas in Kalahandi) । ନିଜ ପରିବାର ସହ ନୂଆ ଖାଇବା ସହ ଜୁହାର ଭେଟ କରି ନାଚଗୀତରେ ମସଗୁଲ ହୋଇଛନ୍ତି ଗଡ଼ଜାତ ଅଞ୍ଚଳବାସୀ। ଇଟିଭି ଭାରତ, କଳାହାଣ୍ଡି

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.