ଢେଙ୍କାନାଳ ଦୁର୍ଗାପୂଜା: ଲଘୁଚାପ ବର୍ଷା ପାଇଁ ଫିକା ପଡିଲା ନବମୀ ପୂଜା

By

Published : Oct 4, 2022, 10:19 PM IST

thumbnail

ଢେଙ୍କାନାଳ: ଜଗତଜନନୀଙ୍କ ଆଗମନକୁ ନେଇ ଉତ୍ସବ ମୁଖର ଢେଙ୍କାନାଳ ସହର । ଏହି ଅବସରରେ ଢେଙ୍କାନାଳ ସହରର ବିଭିନ୍ନ ସ୍ଥାନରେ ରହିଥିବା ପୂଜା କମିଟି ପକ୍ଷରୁ ଚାଲିଛି ଦୁର୍ଗତୀନାଶିନୀଙ୍କ ପୂଜାର୍ଚ୍ଚନା । ଭକ୍ତିମୟ ବାତାବରଣ ସୃଷ୍ଟି ହେବା ସହିତ ମନ୍ତ୍ରଧ୍ୱନୀରେ ପ୍ରକମ୍ପିତ ହୋଇ ଉଠିଛି ପରିବେଶ । ସେହିଭଳି କାମାକ୍ଷାନଗର ପୁଜାମଣ୍ଡପ ଗୁଡିକରେ ମା’ ଦଶଭୁଜାଙ୍କ ମହାନବମୀ ପୂଜା ଖୁବ ଧୁମଧାମରେ ଚାଲିଛି । ସେହିପରି ଆକର୍ଷଣୀୟ ମେଢସାଙ୍ଗକୁ ଚିତାକର୍ଷକ ଆଲୋକ ମାଳାରେ ଝଲସୁଛି ସହରର ଗଳିକନ୍ଦି । ହେଲେ ନବମୀରେ ଲଘୁଚାପ ବର୍ଷା ପାଇଁ ଫିକା ପଡିଯାଇଛି ପୂଜା ମଉଜ । ପୂର୍ବ ସନ୍ଧ୍ୟାରେ ପୂଜା ମଣ୍ଡପ ଗୁଡିକରେ ଭକ୍ତଙ୍କ ଭିଡ ଜମିଥିବା ବେଳେ ନବମୀପେ ଲଘୁଚାପ ବର୍ଷା ପୂଜା ମାହୋଲକୁ ବିଗାଡି ଦେଇଛି । ପୂଜା ମଣ୍ଡପରେ ଶ୍ରଦ୍ଧାଳୁଙ୍କ ଗହଳି ନବମୀରେ ଦେଖିବାକୁ ମିଳି ନଥିଲା । ଇଟିଭି ଭାରତ, ଢେଙ୍କାନାଳ

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.