ଭସାଣି ବେଳେ ଓଲଟି ପଡିଲା ଡିଜେ ସାଉଣ୍ଡ ବକ୍ସ, ୪ ଗୁରୁତର

By

Published : Oct 7, 2022, 11:08 AM IST

thumbnail

ଜଗତସିଂହପୁର: ଦୁର୍ଗାପୂଜା ଭସାଣି ଉତ୍ସବରେ ଅଘଟଣ । ଲୋକଙ୍କ ଉପରେ ଓଲଟି ପଡିଲା ଡିଜେ ସାଉଣ୍ଡ ବକ୍ସ । ସାଉଣ୍ଡ ବକ୍ସ ତଳେ ଚାପି ହୋଇ ୪ ଜଣ ଗୁରୁତର । ଗତକାଲି ବିଳମ୍ବିତ ରାତିରେ ଜଗତସିଂହପୁର ଜିଲ୍ଲା ବିରିଡି ଥାନା ଅନ୍ତର୍ଗତ ବାଲିଆ ନିକଟରେ ଏହି ଅଘଟଣ ଘଟିଛି । ରାତିରେ ମା'ଙ୍କ ଭସାଣି ଯାତ୍ରା ବାଲିଆ ନିକଟରେ ଅନୁଷ୍ଠିତ ହେଉଥିଲା । ଡିଜେ ବଜାଇ ମେଢ଼ କର୍ମକର୍ତ୍ତା ଯାଉଥିବା ସମୟରେ ହଠାତ ଟ୍ରାକ୍ଟରରେ ଲଦା ହୋଇଥିବା 20ରୁ ଅଧିକ ବକ୍ସ ଭାରସାମ୍ୟ ହରାଇ ଓଲଟି ପଡିଥିଲା । ଫଳରେ ଆଗରେ ଡ୍ୟାନ୍ସ କରୁଥିବା କେତେକ ଲୋକ ବକ୍ସ ତଳେ ଚାପି ହୋଇ ରହିଯାଇଥିଲେ । ସ୍ଥାନୀୟ ଲୋକମାନେ ସେମାନଙ୍କୁ ଉଦ୍ଧାର କରି ପ୍ରଥମେ ଜଗତସିଂହପୁର ଓ ପରେ ଅବସ୍ଥା ଗୁରୁତର ହେବାରୁ 4 ଜଣଙ୍କୁ କଟକ ସ୍ଥାନାନ୍ତରିତ କରାଯାଇଛି । ଅତ୍ୟଧିକ ବକ୍ସ ଲଗାଯାଇ ଥିବାରୁ ଏଭଳି ଦୁର୍ଘଟଣା ଘଟିଥିବା ପୋଲିସ କହିଛି । ଇଟିଭି ଭାରତ, ଜଗତସିଂହପୁର

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.