Funny Video: କ୍ଷୀର ପିଉଥିବାବେଳେ କେନ୍‌ରେ ପଶିଲା ବିଲେଇ ମୁହଁ, ଭିଡିଓ ଭାଇରାଲ

By

Published : May 21, 2022, 3:06 PM IST

thumbnail

ଭୋପାଳ: କ୍ଷୀର ପିଉଥିବାବେଳେ ବିଲେଇ ମୁହଁରେ ପଶିଗଲା ଷ୍ଟିଲ କେନ୍ । ଯାହାକୁ ବାହାର କରିବା ପାଇଁ ନାକେଦମ ହେବାକୁ ପଡିଥିଲା ମଧ୍ୟ ପ୍ରଦେଶ କୋଠି ମାର୍କେଟ ଅଞ୍ଚଳରେ ରହୁଥିବା ସନ୍ଦୀପ ମିଶ୍ରଙ୍କୁ । ପୁରା ଘଟଣା ଥିଲା ଏମିତି, ସନ୍ଦୀପଙ୍କ ଘରକୁ ଏକ ବିଲେଇ ଆସି କ୍ଷୀର ପିଉଥିଲା । କ୍ଷୀର ପିଇବା ସମୟରେ କେନ୍‌ରେ ବିଲେଇର ମୁହଁ ପଶିଯାଇଥିଲା । ଦୀର୍ଘ ସମୟର କସରତ ପରେ ବିଲେଇ ମୁହଁରୁ କେନ୍‌କୁ ବାହାର କରାଯାଇଥିଲା । ତେବେ ବିଲେଇର ଏ ମଜାଦାର ଭିଡିଓ ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି । ବ୍ୟୁରୋ ରିପୋର୍ଟ,ଇଟିଭି ଭାରତ

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.